ଭୁଲରେ ବି ଏସବୁ ପାତ୍ରରେ ତିଆରି କରନ୍ତୁନି ଖାଦ୍ୟ, ପାଲଟିଯିବ ବିଷ

ଖାଦ୍ୟ ତିଆରି କରିବା ବେଳେ ଆମେ ପନିପରିବା ଓ ବାସନକୁସନକୁ ଭଲ ଭାବେ ସଫା କରିବା ଉପରେ ଅଧିକ ଗୁରୁତ୍ୱ ଦେଇଥାଉ। ଆମେ କ’ଣ ଖାଉଛେ ତା’ ଉପରେ ଆମର ସବୁଠୁ ଅଧିକ ଧ୍ୟାନ ଥାଏ। କିନ୍ତୁ କେଉଁ ବାସନରେ ଆମେ ରାନ୍ଧୁଛେ ଓ ତାହା ଦ୍ୱାରା ଶରୀର ଉପରେ କି ପ୍ରଭାବ ପଡ଼ୁଛି, ସେଥିପ୍ରତି ଅଧିକାଂଶ ଲୋକ ଦୃଷ୍ଟି ଦେଇନଥାନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେ କେଉଁ ବାସନରେ ଖାଦ୍ୟ ପ୍ରସ୍ତୁତ କରୁଛେ ତାହାର ପ୍ରଭାବ ଶରୀର ଉପରେ ମଧ୍ୟ ପଡ଼େ। କେତେକ ଏଭଳି ଧାତୁ ଅଛି ଯେଉଁଥିରେ ଖାଦ୍ୟ ତିଆରି କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ବାସନରେ ଖାଇବା ତିଆରି କରିବାରୁ ବିରତ ରହିବା ଉଚିତ।

ତମ୍ବା: ତମ୍ବା ପାତ୍ରରେ ପାଣି ରଖି ପିଇବା ଶରୀର ପାଇଁ ଉତ୍ତମ ହୋଇଥାଏ। କିନ୍ତୁ ଏଥିରେ ଖାଦ୍ୟ ତିଆରି କରିବା ଆଦୌ ସୁରକ୍ଷିତ ନୁହେଁ। ଅଧିକ ତାପମାତ୍ରାରେ ଗରମ ହେଲେ ତମ୍ବାର ରାସାୟନିକ ପ୍ରତିକ୍ରିୟା ହୋଇଥାଏ। ଫଳରେ ଖାଦ୍ୟ ବିଷାକ୍ତ ହୋଇଯାଏ।

ଆଲୁମିନିୟମ୍‌: ଅଧିକ ତାପମାତ୍ରାରେ ଆଲୁମିନିୟମ୍‌ ପାତ୍ରରେ ଖାଦ୍ୟ ତିଆରି କରିବା ମଧ୍ୟ ସୁରକ୍ଷିତ ନୁହେଁ। ଏଥିରେ ଏସିଡ୍‌ଯୁକ୍ତ ଖାଦ୍ୟ ତଥା- ଟମାଟୋ ଓ ଭିନେଗାର ଆଦି ପ୍ରତିକ୍ରିୟା କରିଥାନ୍ତି। ଫଳରେ ଖାଦ୍ୟ ବିଷ ହୋଇଯାଏ।

ପିତ୍ତଳ: ଅନେକ ସ୍ଥାନରେ ପିତ୍ତଳ ବାସନରେ ଖାଦ୍ୟ ତିଆରି କରାଯାଏ। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ପିତ୍ତଳ ବାସନରେ ଲୁଣ ଓ ଏସିଡ୍‌ଯୁକ୍ତ ଖାଦ୍ୟ ରିଆକ୍ସନ୍‌ କରୁଥିବା ଦେଖାଯାଏ। ଏଣୁ ଏଥିରେ ଖାଦ୍ୟ ତିଆରି କରିବାରୁ ବିରତ ରୁହନ୍ତୁ।

ତେଣୁ ସବୁବେଳେ ଷ୍ଟେନ୍‌ଲେସ୍‌ ଷ୍ଟିଲ, ଲୁହା, ମାଟି ପାତ୍ରରେ ଖାଦ୍ୟ ତିଆରି କରିବାକୁ ବିଶେଷଜ୍ଞ ମତ ଦିଅନ୍ତି।

Leave A Reply

Your email address will not be published.