ଗଣ୍ଠିବାତ ସମସ୍ୟା ଭୋଗୁଛନ୍ତି କି? ନିୟମିତ ସେବନ କରନ୍ତୁ ଏହି ୩ଟି ଜିନିଷ, ମାସକରେ ହୋଇଯିବେ ଫିଟ୍‌

ବୟସ ବଢ଼ିବା ସହ ଆଣ୍ଠୁରସ କମିବାରେ ଲାଗିଥାଏ। କିନ୍ତୁ ଆଜିକାଲି କମ୍‌ ବୟସର ମହିଳାଙ୍କଠାରେ ମଧ୍ୟ ଗଣ୍ଠିିବାତ ଭଳି ସମସ୍ୟା ଦେଖିବାକୁ ମିଳୁଛି। ଆଣ୍ଠୁ ରସ କମିବା ଦ୍ୱାରା ଚଲାବୁଲା କରିବା, ଉଠିବା ବସିବା, ସିଡ଼ି ଚଢ଼ିବା ଆଦିରେ କଷ୍ଟ ଅନୁଭୂତ ହୋଇଥାଏ। ଆପଣ ମଧ୍ୟ ଯଦି ଏଭଳି ସମସ୍ୟା ଭୋଗୁଛନ୍ତି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବାର ସହଜ କହିବାକୁ ଯାଉଛୁ। ନିୟମିତ ଭାବେ କେବଳ ୩ଟି ଜିନିଷ ଖାଇବା ଦ୍ୱାରା ଆପଣ ମାସେ ଭିତରେ ହାଡ଼ରସ ବୃଦ୍ଧି କରିପାରିବେ। ଆସନ୍ତୁ ଜାଣିବା କ’ଣ ତାହା…

୧. ଅଖରୋଟ୍‌:

ଆଣ୍ଠୁରସ ବୃଦ୍ଧି କରିବାରେ ଅଖରୋଟ୍‌ ସାହାଯ୍ୟ କରିଥାଏ। ପ୍ରତିଦିନ ଦୁଇଟି ଅଖରୋଟ୍‌ ଖାଇବା ଦ୍ୱାରା ମାସକ ମଧ୍ୟରେ ଆଣ୍ଠୁ ରସର ପରିମାଣ ବୃଦ୍ଧି ପାଇବ। ଅଖରୋଟ୍‌ରେ ପ୍ରୋଟିନ୍‌, ଫ୍ୟାଟ୍‌, କାର୍ବୋହାଇଡ୍ରେଟ୍‌, ଭିଟାମିନ୍‌ ଇ, ବି-୬, କ୍ୟାଲସିୟମ୍‌ ଏବଂ ମିନେରାଲ ଭରପୂର ମାତ୍ରାରେ ମହଜୁଦ୍‌ ଥାଏ। ଏଥିସହ ଅଖରୋଟ୍‌ରେ ଆଣ୍ଟି ଅକ୍ସିଡେଣ୍ଟ ଓ ଓମେଗା-୩ ଫ୍ୟାଟି ଏସିଡ୍‌ ମଧ୍ୟ ରହିଛି, ଯାହା ଓମେଗା-୩ ଶରୀରର ଫୁଲା ଦୂର କରିଥାଏ।

୨.ଗଙ୍ଗଶିଉଳି ପତ୍ର:

ଗଙ୍ଗଶିଉଳି ଏକ ଉପକାରୀ ଗଛ। ଏହାର ପତ୍ର, ଫୁଲ ଓ ଛାଲିରେ ଅନେକ ଔଷଧୀୟ ଗୁଣ ରହିଛି। ଗଙ୍ଗଶିଉଳି ପତ୍ର ଆଣ୍ଠୁଗଣ୍ଠି ବାତ ଦୂର କରିବା ସହ ଆଣ୍ଠୁ ରସ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହାର ପତ୍ରରେ ଟେନିକ ଏସିଡ, ମୈଥିଲ ସିଲ୍‌ସିଲେଟ୍‌ ଏବଂ ଗ୍ଲୁକୋସାଇଡ୍‌ ଭଳି ଔଷଧୀୟ ତତ୍ତ୍ୱ ରହିଛି। ଆଣ୍ଠୁ ରସ ବଢ଼ାଇବା ପାଇଁ ୩ଟି ଗଙ୍ଗଶିଉଳି ପତ୍ରକୁ ବାଟି ଏକ ୧ଗ୍ଲାସ୍‌ ପାଣିରେ ମିଶାଇ ଅଳ୍ପ ଆଞ୍ଚରେ ଫୁଟାନ୍ତୁ। ପାଣି ଏକ-ଚତୁର୍ଥାଂଶ ହୋଇଗଲେ ଏହାକୁ ଛାଣି ଉଷୁମ ଥିବା ଅବସ୍ଥାରେ ପିଅନ୍ତୁ। ଏହି ଔଷଧୀୟ ପାଣିକୁ ସକାଳୁ ଖାଲି ପେଟରେ ପିଇବା ଦ୍ୱାରା ଆଣ୍ଠୁ ସମସ୍ୟା ଦୂର ହୋଇଥାଏ।

ଏହାସହ ପଢ଼ନ୍ତୁ: ନିୟମିତ କ୍ଷୀରରେ ଗୋଳାଇ ପିଅନ୍ତୁ ଗୁଡ଼, ରହିବନି ଆଣ୍ଠୁଗଣ୍ଠି ସମେତ ଏହି ୧୦ ଟି ସମସ୍ୟା

୩.ପଇଡ଼ ପାଣି:

ଖାଲି ପେଟରେ ପଇଡ଼ ପାଣି ପିଇବା ଦ୍ୱାରା ଆଣ୍ଠୁରେ କୌଣସି ସମସ୍ୟା ରହିନଥାଏ। ମାସେ ପଇଡ଼ ପାଣି ପିଅନ୍ତୁ, ଦେଖିବେ ଆଣ୍ଠୁରେ ପୂର୍ବାପେକ୍ଷା କମ୍‌ ଯନ୍ତ୍ରଣା ଅନୁଭବ ହେବ। ପଇଡ଼ ପାଣିରେ ଶରୀର ପାଇଁ ଆବଶ୍ୟକୀୟ ଭିଟାମିନ୍‌, ମିନେରାଲ ସହ ମେଗ୍ରୀଜ୍‌ ଭଳି ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ଏଥିସହ ଆପଣ ପ୍ରତିଦିନ ଆଣ୍ଠୁରେ ନଡ଼ିଆ ତେଲ ମଧ୍ୟ ଘସି ପାରିବେ।

WCW 11

Recent Posts

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

8 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

1 hour ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

1 hour ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago

ଆଜିର ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 hours ago