ଘରେ ବଳିଯାଇଛି କି ଭାତ, ଥରେ ନିଶ୍ଚୟ ଟ୍ରାଏ କରନ୍ତୁ ଏହି ଟେଷ୍ଟି ରେସିପି

ଆପଣମାନେ ଅନେକ ପ୍ରକାର ସିଙ୍ଗଡା ଖାଇଥିବେ, କିନ୍ତୁ କଣ ଆପଣ କେବେ ରାଇସ୍ ସମୋସା ଖାଇଛନ୍ତି । ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ରାଇସ୍ ସମୋସାର ରେସିପି । ସ୍ୱାଦରେ ଏକଦମ ଲାଜବାବ୍ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ଆପଣମାନେ ଅନେକ ପ୍ରକାର ସିଙ୍ଗଡା ଖାଇଥିବେ, କିନ୍ତୁ କଣ ଆପଣ କେବେ ରାଇସ୍ ସମୋସା ଖାଇଛନ୍ତି । ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ରାଇସ୍ ସମୋସାର ରେସିପି । ସ୍ୱାଦରେ ଏକଦମ ଲାଜବାବ୍ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ:
ମଇଦା- ୨ କପ୍
ଭାତ- ୧ କପ୍
ଟମାଟୋ ସସ୍- ୧ ଚାମଚ
ସୋୟା ସସ୍- ୧ ଚାମଚ
ଚିଲି ସସ୍- ୧ ଚାମଚ
କଟା ପରିବା- ୧ କପ୍ (ଗାଜର, କ୍ୟାପସିକମ, ମକା)
ତେଲ, ସ୍ୱାଦ ଅନୁସାରେ ଲୁଣ, କଟା ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ପ୍ୟାନରେ ତେଲ ଗରମ କରି ସେଥିରେ କଟା ପରିବାକୁ ଧିମା ଆଞ୍ଚରେ ଭାଜି ସେଥିରେ ଭାତ, ଲୁଣ ଏବଂ ସସ୍ (ଟମାଟୋ, ସୋୟା, ଚିଲି) ସବୁକୁ ମିଶାଇ ଭଲ ଭାବରେ ଭାଜି ଦିଅନ୍ତୁ । ଭାତ, ପରିବା ଏବଂ ସସ୍ ସବୁ ଭଲ ଭାବେ ମିଶିଯିବା ପରେ ଏହାକୁ ଥଣ୍ଡା କରିବାକୁ ରଖିଦିଅନ୍ତୁ । ଏହା ପରେ ସିଙ୍ଗଡା ଛାଣିବା ପାଇଁ ଗୋଟିଏ ପ୍ୟାନରେ ତେଲ ଗରମ କରିବାକୁ ଗ୍ୟାସରେ ବସାଇ ଦିଅନ୍ତୁ । ଗୋଟିଏ ପାତ୍ରରେ ମଇଦା, ଲୁଣ, ତେଲ ନେଇ ଚକଟି ଦିଅନ୍ତୁ ଏବଂ ମଇଦା ଗୋଳା ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ବେଲି ମଝିରୁ ତାକୁ ଦୁଇ ଭାଗ କରି ସେଥିରେ ପୂର୍ବରୁ ପ୍ରସ୍ତୁତ ଭାତ ପରିବାର ମିଶ୍ରଣକୁ ସେଥିରେ ଭର୍ତ୍ତି କରି ତାକୁ ସିଙ୍ଗଡ଼ା ଆକୃତି ଦେଇ ତେଲରେ ଛାଣି ଦିଅନ୍ତୁ ଏହା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ରାଇସ୍ ସମୋସ ।

Leave A Reply

Your email address will not be published.