ଲାଇଫ୍ ଷ୍ଟାଇଲ୍

ମୁଣ୍ଡବ୍ୟଥା କେତେ ପ୍ରକାର ? କାରଣ କଣ ?

ଦୁନିଆରେ ଅନେକ ଲୋକେ ମୁଣ୍ଡବ୍ୟଥାର ଶୀକାର ହେଉଛନ୍ତି । ପାଖାପାଖି ୫୦ ପ୍ରତିଶତ ଲୋକେ ଅତି କମରେ ବର୍ଷକୁ ଦୁଇଥର ନିଶ୍ଚୟ ଏହି ମୁଣ୍ଡବ୍ୟଥାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳେ । କିନ୍ତୁ ମୁଣ୍ଡବ୍ୟଥା କାହାର କେମିତି ହୋଇଥାଏ ତାହା ତାକୁ ହିଁ ଜଣା । କାରଣ ମୁଣ୍ଡବ୍ୟଥା ୧୫୦ପ୍ରକାରର ହୋଇଥାଏ । ଏହା ୪ଟି କ୍ୟାଟେଗୋରୀର ହୋଇଥାଏ । ସବୁଠୁ ବେଶୀ ମଣିଷ ଏହି ମୁଣ୍ଡବ୍ୟଥାର ସମ୍ମୁଖୀନ ହୁଏ । ଜାଣିବା କଣ ସେହି ୪ଟି ପ୍ରକାର ।

ମାଇଗ୍ରେନ – ଏହା ମୁଣ୍ଡବ୍ୟଥାର ପ୍ରଥମ କ୍ୟାଟେଗୋରୀ । ଏହି ପ୍ରକାରରେ ମୁଣ୍ଡର ଗୋଟିଏ ପଟେ ବିନ୍ଧା ହୋଇଥାଏ । ଏହି ମୁଣ୍ଡବ୍ୟଥା ବଢି ଆଖି ଉପରକୁ ମଧ୍ୟ ଆସିପାରେ । ମାଇଗ୍ରେନ ହୋଇଥିବା ବ୍ୟକ୍ତିଙ୍କୁ ନିଜ ଭିତରେ ସମସ୍ୟା ହୋଇଥାଏ ।

ଟେନସନ- ଏହି ସମସ୍ୟାରେ ସବୁବେଳେ ମୁଣ୍ଡର ଦୁଇପାର୍ଶ୍ୱ ବିନ୍ଧିବା ଆରମ୍ଭ ହୋଇଯାଏ । ସାଧାରଣତ ଏହି ସମସ୍ୟା ୩୦ଦିନରୁ ୭ଦିନ ଯାଏଁ ରହିଥାଏ । ଏହି ପ୍ରକାରର କଷ୍ଟ ମୁଣ୍ଡର ଦୁଇ ପାର୍ଶ୍ୱକୁ ଧିରେ ଧିରେ ବଢିଥାଏ । ଏହି ବିନ୍ଧିବା ଚିନ୍ତା ଦ୍ୱାରା ଅଥବା ଶରୀରରେ ମାଂସପେଶୀରେ କଷ୍ଟ ଅନୁଭବ କିମ୍ବା ପାଣି କମ ପିଇବା ଦ୍ୱାରା ହୋଇଥାଏ ।

କ୍ଲଷ୍ଟର- ଏହି ମୁଣ୍ଡବ୍ୟଥା ସାଧାରଣତ ଆଖିରେ ହୋଇଥାଏ । ଏହା ରୋକି ରୋକି ହୋଇଥାଏ । ଏହି ବିନ୍ଧା ହେଲେ ମଣିଷ ବହୁତ ଭାବିବାକୁ ଲାଗେ । ବ୍ୟସ୍ତ ହୋଇଥାଏ । ଆଖିରେ ଲୁହ ଆସିଥାଏ । ଓ ନାକ ଜାମ ହୋଇଥାଏ । ଏହି କଷ୍ଟ ଗୋଟିଏ ଦିନରେ ପ୍ରାୟ ବାରମ୍ବାର ହୋଇଥାଏ । କେବେ କେବେ ଏହା ତିନିମାସ ଯାଏଁ ବି ହୋଇଥାଏ । ପାଣିପାଗରେ ପରିବର୍ତ୍ତନ , ଧୂମପାନ ବା ଆଲକହଲ ପାଇଁ ହୋଇଥାଏ ।

ସାଇନସ-ଏହି ପେନ ଆଖିର ପାଖ ଜାଗାରେ ହୋଇଥାଏ । ସାଧାରଣତ ଏହି କଷ୍ଟର କାରଣ ବ୍ୟାକ୍ଟେରିଆ ହୋଇଥାଏ । ମ୍ୟୁକସ ବ୍ଲାକିଜ କାରଣରୁ ଏହାର ପ୍ରଭାବ ବିଶେଷ ବାବେ ଆଖି ଉପରେ ପଡିଥାଏ । ତେଣୁ ଯେତେବେଳେ ବି ମୁଣ୍ଡବ୍ୟଥା ହେବ ଡାକ୍ତରୀ ପରାମର୍ଶ ନିଅନ୍ତୁ ।

KNews Bureau

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

6 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

7 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago