କଳା ଅଳେଇଚକୁ ଖାଦ୍ୟରେ ସାମିଲ କଲେ ଶରୀରରୁ ଦୂର ହୁଏ ଅନେକ ରୋଗ, ଜାଣନ୍ତୁ ଏହାର ଫାଇଦା ଓ ବ୍ୟବହାର ବିଷୟରେ

ଭାରତର ପ୍ରତ୍ୟେକ ରୋଷେଇ ଘରେ ମସଲା ଭାବରେ କଳା ଅଳେଇଚ ବ୍ୟବହୃତ ହୋଇଥାଏ । କଳା ଅଳେଇଚ କେବଳ ଖାଦ୍ୟରେ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । କଳା ଅଳେଇଚକୁ ଔଷଧ ଭାବରେ ବ୍ୟବହୃତ କରାଯାଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତିଦିନ ଖାଦ୍ୟରେ କଳା ଅଳେଇଚ ମିଶାଇବା ଦ୍ୱାରା ଶରୀରକୁ ଅନେକ ରୋଗରୁ ମୁକ୍ତ ମିଳିଥାଏ । ଆସନ୍ତୁ ଜାଣିବା କଳା ଅଳେଇଚ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ ।

ଗ୍ୟାସ୍‌ ସମସ୍ୟାକୁ ଦୂର କରିଥାଏ:

ପେଟରେ ଥିବା ଗ୍ୟାସର ସମସ୍ୟା ଦୂର କରିବାରେ କଳା ଅଳେଇଚ ବହୁତ ସାହାଯ୍ୟ କରିଥାଏ । କଳା ଅଳେଇଚରେ କାର୍ମିନାଟିଭ୍‌ ନାମକ ଗୁଣ ମିଳିଥାଏ, ଯାହା ଭୋକ ନହେବାର ସମସ୍ୟାକୁ ଦୂର କରିଥାଏ । ଯଦି ଆପଣ ନିଜ ଖାଦ୍ୟରେ କଳା ଅଳେଇଚ ଖାଇବେ, ତେବେ ଆପଣ ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ ।

gas causes

ଦାନ୍ତ ସଂକ୍ରମଣ ଦୂର କରିଥାଏ:

ପ୍ରକାର ଲାଭ ଦେଇଥାଏ । ପେଟ ସମସ୍ୟା ବ୍ୟତୀତ କଳା ଅଳେଇଚ ଦାନ୍ତ ସଂକ୍ରମଣ, ମାଢୀ ସଂକ୍ରମଣ ଏବଂ ମୁହଁର ଦୁର୍ଗନ୍ଧ ଦୁର କରିବାରେ ସହାୟକ ହୋଇଥାଏ ।

ଅମ୍ଳତା ଦୂର କରିଥାଏ:

ଅତ୍ୟଧିକ ତେଲିଆ ଖାଦ୍ୟ ଖାଇବା ହେତୁ ପ୍ରାୟତଃ ଅମ୍ଳତା ସମସ୍ୟା ଦେଖାଯାଇଥାଏ । ତେଣୁ, ଆପଣ ନିଜ ଖାଦ୍ୟରେ କଳା ଅଳେଇଚ ଅନ୍ତର୍ଭୁକ୍ତ କରିପାରିବେ । ଆପଣ ଖାଦ୍ୟରେ ଯେକୌଣସି ଉପାୟରେ କଳା ଅଳେଇଚ ବ୍ୟବହାର କରିପାରିବେ । ଏହା କରିବା ଦ୍ୱାରା ଅମ୍ଳତା ସମସ୍ୟା ସହଜରେ ଦୂର ହୋଇଥାଏ ।

ଫୁସଫୁସରେ ରକ୍ତ ସଞ୍ଚାଳନ ସଠିକ୍ ଭାବରେ କରିଥାଏ:

ଫୁସଫୁସର ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବା ପାଇଁ କଳା ଅଳେଇଚ ବହୁତ ଲାଭଦାୟକ ହୋଇଥାଏ । ଏହା ଆଜ୍ମା ଏବଂ ଥଣ୍ଡା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଯଦି ଆପଣ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ଚିନ୍ତିତ ତେବେ ଖାଦ୍ୟରେ କଳା ଅଳେଇଚ ଅନ୍ତର୍ଭୁକ୍ତ କରନ୍ତୁ । କଳା ଅଳେଇଚ ବହୁତ ଗରମ ଅଟେ । ଏହାକୁ ଖାଇବା ଦ୍ୱାରା ଶୀଘ୍ର ଥଣ୍ଡା ସମସ୍ୟାରୁ ମୁକ୍ତି ମିଳିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.