ଖାଇବା ସମୟରେ ସ୍ବାମୀଙ୍କଠୁ ଖାଇବାର ଟିକେ ତାରିଫ୍ କିଏବା ଚାହେଁନି। ଏହି ତାରିଫର ମୂଳ କାରଣ କଳା ଲୁଣ । କଳା ଲୁଣର ଯାଦୁରେ ଖାଦ୍ୟ ଯେମିତି ସ୍ବାଦିଷ୍ଟ୍ ହୁଏ, ଦେହର ଉପକାରରେ ମଧ୍ୟ ଖୁବ୍ ଆସେ । କଳା ଲୁଣର ପ୍ରୟୋଗ ଚାଟ୍,ଚଟନି,ରାଇତା ଓ ଅନେକ ଖାଇବାରେ ବ୍ୟବହାର କରାଯାଏ। ଭାରତୀୟ ଚାଟ୍ ମସଲା ନିଜର ସ୍ବାଦ ବଢାଇବା ପାଇଁ କଳା ଲୁଣ ଉପରେ ହିଁ ନିର୍ଭର କରିଥାଏ । ଖାଇବା ସ୍ବାଦିଷ୍ଟ କରିବା ବ୍ୟତିତ କଳା ଲୁଣ ମୁହଁ ସଫାଠୁ ଆରମ୍ଭକରି ପ।ଚନ ପକ୍ରିୟା ପର୍ୟ୍ୟନ୍ତ ଗ୍ୟ।ସ୍ ଓ ପେଟ ଫୁଲା ପାଇଁ ମଧ୍ୟ କାମରେ ଆସିଥାଏ।
- ଏକ ଚିମୁଟା କଳା ଲୁଣ ସହ ଚାରି ଚାମଚ୍ ଜୁଆଁଣି ମିଶ୍ରଣ କରି ଖାଇବା ଦ୍ବାରା ଗ୍ୟାସ୍ ଓ ପେଟ ଦରଜରୁ ଆରମ୍ ମିଳିଥାଏ ।
- ଗୋଟେ ଗ୍ଲ।ସ୍ ପାଣିରେ ୨ ରୁ ୩ ଚାମଚ୍ ଲୁଣ ମିଶାଇ ପିଇବା ଦ୍ବାରା ପେଟ ଦରଜରୁ ରକ୍ଷା ମିଳିଥାଏ ।
- କଳା ଲୁଣ ବ୍ୟବହାର କରିବା ଦ୍ବାରା ଭୋକ ଲାଗିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।
- ଟମାଟୋ ରସ ସହ କଳା ଲୁଣକୁ ମିଶାଇ ଚୁଟିରେ ୧୫ମିନିଟ୍ ଲଗାଇ ରଖ ତା’ପରେ ଥଣ୍ଡା ପାଣିରେ ଧୋଇବା ଏହା ୨ ସପ୍ତାହ କରିବା ଦ୍ବାରା କେଶ ସୁସ୍ଥ ରହିଥାଏ ।
- ଗରମ ପାଣିରେ ୨ ଚିମୁଟା କଳା ଲୁଣ ମିଶାଇ ସେହି ବାମ୍ଫକୁ ଶୁଙ୍ଘିବା ଦ୍ବାରା କାଶରୁ ଉପସମ ମିଳିଥାଏ ।
- ଉଷୁମ୍ ପାଣିରେ ୧ଚାମଚ୍ କଳା ଲୁଣ ମିଶାଇ ଦିନକୁ ୩ ରୁ ୪ ଥର ପିଇବା ଦ୍ବାରା ଥଣ୍ଡା ଓ କାଶରୁ ଉପସମ ମିଳିଥାଏ ।
- ମୋଟାପା ଏବଂ ମଧୁମେହ ରୋଗରୁ ମଧ୍ୟ ନିରାକାର କରାଯାଏ ।
- ଗୋଟେ ଗ୍ଲାସ ଗରମ ପାଣିରେ ଲେମ୍ବୁ ରସ ଏବଂ କଳା ଲୁଣ ମିଶାଇ ଦିନକୁ ଦୁଇ ଥର ପିଇବା ଦ୍ବାରା ମୋଟାପାରୁ ରକ୍ଷା ମିଳିଥାଏ ।