ଭୁଲିଯାଆନ୍ତୁ ସାଧାରଣ ଚା’, ପୁରୁଣା ରୋଗକୁ ଭଲ କରିବା ପାଇଁ ପିଅନ୍ତୁ ବାଦାମ ଚା’

ଭାରତରେ ଅଧିକାଂଶ ଲୋକ ଚା’ ପିଇବାକୁ ଭଲ ପାଆନ୍ତି। ଭାରତୀୟ ଲୋକ ଏତେ ଚା’କୁ ଭଲ ପାଆନ୍ତି ଯେ, କୌଣସି ସମୟରେ ମଧ୍ୟ ଚା’ ପିଇପାରିବେ। କିଛି ଲୋକ ସକାଳୁ ଉଠି ଚା’ ପିଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ସକାଳୁ ଉଠି ଚା’ ପିଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

କିନ୍ତୁ ଆଜି ଆମେ ବାଦାମ ଚା ବିଷୟରେ କହିବୁ, ଯାହା ଆପଣଙ୍କ ଶରୀର ପାଇଁ ଫାଇଦାଯୁକ୍ତ ହୋଇଥାଏ। ଏହା ଶରୀରରୁ ପୁରୁଣା ରୋଗକୁ ରୋକିବା, କୌଣସି ସ୍ଥାନ ଫୁଲିଥିବା କମ୍ କରିବା, ଶରୀରକୁ ଡିଟକ୍ସିଫାଏ କରିବ ଏବଂ ବୟସ ବଢିବା ପ୍ରକ୍ରିୟାକୁ ଧିର କରିବା କ୍ଷମତା ସାମିଲ ରହିଛି। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା…

ଆଣ୍ଟି ଏଜିଂ: ବାଦାମ ଚା’ରେ ଫାଇଟୋଷ୍ଟରାଲ, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ଇ ଆଦି ରହିଥାଏ।

ଶରୀରକୁ ଡିଟକ୍ସିଫାଏ କରିଥାଏ: ପ୍ରତିଦିନ ବାଦାମ ଚା ପିଇବା ଦ୍ବାରା କିଡନୀ ସମସ୍ଯାରେ ସୁଧାର ଆସିଥାଏ। ଏହାଛଡା ମେଟାବୋଲିଜିମ ଠିକ ରହିଥାଏ।

ପୁରୁଣା ରୋଗ ଠିକ୍ କରିଥାଏ: ଏହି ଚା ପିଇବା ଦ୍ବାରା ମଧ୍ୟ ହୃଦ୍ ରୋଗ ଏବଂ କୋଷ୍ଠକାଠିନ୍ଯ ଭଳି ପୁରୁଣା ରୋଗ ବିପଦ କମ୍ ହୋଇଯାଏ। ନିୟମିତ ଭାବେ ବାଦାମ ଚା’ ପିଇଲେ ପାଚନ ଯନ୍ତ୍ରକୁ ଆରାମ ମିଳିଥାଏ। କୋଷ୍ଠକାଠିନ୍ଯ ଲକ୍ଷଣ ମଧ୍ୟ କମ୍ ଦେଖାଯାଏ।

ଏମିତି ବନାନ୍ତୁ ବାଦାମ ଚା: ପ୍ରଥମେ ବାଦାମ କୁ ପାଣିରେ ଭିଜାଇ ରଖନ୍ତୁ। ଏହାପରେ ଚୋପା କାଢି ବାଦାମର ପେଷ୍ଟ ବନାଇ ଦିଅନ୍ତୁ। ଏହି ପେଷ୍ଟକୁ ପାଣି ଫୁଟିବା ପରେ ପକାଇ ଦିଅନ୍ତୁ। ଏହାକୁ ଆପଣ ଗରମ କିମ୍ବା ଥଣ୍ଡା କରି ପିଇପାରିବେ।