ରାତିରେ ନିଦ ନ ହେବା ନେଇ ଚିନ୍ତିତ ଅଛନ୍ତି କି, ତେବେ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ…..

ଭାରତୀୟ ଖାଦ୍ୟ ପେୟ ତାଲିକାରେ କ୍ଷୀରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଅନ୍ୟପକ୍ଷରେ କ୍ଷୀରକୁ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱର ଗନ୍ତାଘର ଭାବରେ ମଧ୍ୟ ଧରାଯାଏ । ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ, କ୍ୟାଲସିୟମ, ମ୍ୟାଗନେସିୟମ, ଫସଫରସ ବ୍ୟତୀତ ଭିଟାମିନ -ଏ, ଡ଼ି , କେ, ଇ ଭଳି ତତ୍ତ୍ୱମାନ ବି ଭରିରହିଛି । ଅଧିକାଂଶ ଭାରତୀୟ ଦିନକୁ ଅତି କମରେ ଗୋଟେ ଗ୍ଲାସ କ୍ଷୀର ନିଶ୍ଚିନ୍ତ ରୂପେ ପିଉଥିବେ । ଅଧିକାଂଶ ଭାରତୀୟ କ୍ଷୀର ଗ୍ଲାସରେ ଚିନି ମିଶାଇ ପିଇବାକୁ ପସନ୍ଦ କରନ୍ତି । କିନ୍ତୁ କଣ ଜାଣନ୍ତିକି, ଏମିତି କିଛି ଜିନିଷ ଅଛି ଯାହାକୁ କ୍ଷୀରରେ ମିଶାଇ ପିଇବା ଦ୍ୱାରା କ୍ଷୀରର ଗୁଣବତ୍ତା ବଢିବା ସହ ଶରୀରର ରୋଗ ପ୍ରତିରୋଧ କ୍ଷମତା ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

– ଦୁଧରେ ଡାଲଚିନି ଗୁଣ୍ଡ ମିଶାଇ ପିଇଲେ ଅନେକ ଫାଇଦା ମିଳିଥାଏ । ଏହା ପେଟ ସମ୍ବନ୍ଧିତ ସମସ୍ୟା ଗୁଡ଼ିକରୁ ମଧ୍ୟ ରକ୍ଷା ଦେଇଥାଏ । ନିୟମିତ ଡାଲଚିନି ମିଶା କ୍ଷୀର ପିଇଲେ ଗ୍ୟାସ, ବଦହଜମି ପରି ସମସ୍ୟା ଦୂର ହେବା ସହ ପାଚନ କ୍ଷମତା ମଧ୍ୟ ବଢିଥାଏ ।

milk

– ଅନେକ ଲୋକ ରାତିରେ ନିଦ ନହେବା ନେଇ ଚିନ୍ତିତ ଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ସମସ୍ୟାରୁ ବି ଡାଲଚିନି ମିଶା କ୍ଷୀର ମୁକ୍ତି ଦେଇପାରେ । ରାତିରେ ଶୋଇବା ପୂର୍ବରୁ ନଖ ଉଷୁମ କ୍ଷୀରରେ ଡାଲଚିନି ଗୁଣ୍ଡ ମିଶାଇ ପିଇବା ଉଚିତ ।

– ଏହି ସ୍ପେଶାଲ କ୍ଷୀର ମନରୁ ଚିନ୍ତା, ଅବସାଦ ଆଦିକୁ ଦୂର କରିବା ସହିତ ଗଣ୍ଠି, ହାଡ ଆଦିକୁ ମଧ୍ୟ ମଜବୁତ କରିଥାଏ ।

– ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟପଯୋଗୀ ଫାଇଦା ଦେବା ସହିତ ଏହି କ୍ଷୀର ତ୍ୱଚାର ଚମକ ବଢ଼ାଇ ବାରେ ମଧ୍ୟ ବିଶେଷ ସହାୟକ ହୋଇଥାଏ । ଏକ ମାସ ଧରି ନିୟମିତ ଭାବରେ ଏହି କ୍ଷୀରର ସେବନ କରି ତ୍ୱଚାରେ ଦେଖାଦେଉଥିବା ଚମକକୁ ନିଜେ ଅନୁଭବ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.