ଛୋଟ କୋଳି ଦେଇଥାଏ ବଡ଼ ଔଷଧର କରାମତି, ଜାଣନ୍ତୁ କ’ଣ ରହିଛି ଖାଇବାର ଫାଇଦା

ବସନ୍ତ ଋତୁରେ ବିଭିନ୍ନ ତାଜା ଟେଷ୍ଟି ଫଳ ମିଳିଥାଏ । ଏହା ମଧ୍ୟରେ ବର କୋଳି ଖଟା ମିଠା ଯୋଗୁ ବହୁତ ସ୍ୱାଦିଷ୍ଟ ହୋଇଥାଏ । ଏହି କୋଳି ଭିଟାମିନ ଏ, ବି, ସି, କ୍ୟାଲ୍‌ସିୟମ୍‌, ପ୍ରୋଟିନ, କାର୍ବୋହାଇଡ୍ରେଟ୍‌, ଫାଇବର, ଆଇରନ୍‌, କାମ୍ପର, ସୋଡିୟମ୍‌, ,ଜିଙ୍କ୍‌ ଓ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ଥିବାରୁ ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ ।

ଏହି ଛୋଟିଆ କୋଳି ବଡ଼ ରୋଗ ସହ ଲଢ଼ିବାର ସାମର୍ଥ୍ୟ ରଖିଥାଏ । ଛୋଟ ବଡ଼ ରୋଗ ସହ କ୍ୟାନ୍‌ସରଭଳି ରୋଗ ସହ ଲଢ଼ିବାର ସାମର୍ଥ୍ୟ ରଖିଥାଏ ଏହି କୋଳି । ଆସନ୍ତୁ ଜାଣିବା ଆଉ କେଉଁ ଫାଇଦା ରହିଛି ଏହି କୋଳିରେ ।

ber
photo credit: punjabkesari.in

ହାର୍ଟ ରହିବ ସୁସ୍ଥ :

ପୋଷକ ତତ୍ତ୍ୱରେ ଭରପୁର ଏହି କୋଳି ବହୁତ ରୋଗ ଭଲ କରିଥାଏ । ହାର୍ଟ ଆଟାକ୍‌ ଭଳି ରୋଗ ହେବାର ଆଶଙ୍କାକୁ ମଧ୍ୟ ଏହା କମ୍‌ କରିଥାଏ ।

କ୍ୟାନ୍‌ସରରୁ ରକ୍ଷା କରିବ :

ଏହି କୋଳିରେ କ୍ୟାନ୍‌ସର ଭଳି ଗମ୍ଭୀର ରୋଗକୁ ପ୍ରତିହତ କରିବାର ସାମର୍ଥ୍ୟ ଥାଏ । ଏଥିସହ ଆଲ୍‌ଜେମିର ରୋଗର ଚିକିତ୍ସାରେ ମଧ୍ୟ ଏହା ଉପକାରୀ ହୋଇଥାଏ ।

ବ୍ଲଡ୍‌ ପ୍ରେସର ରହିଥାଏ କଣ୍ଟ୍ରୋଲରେ :

ଏଥିରେ ପୋଟାସିୟମ, ମାଙ୍ଗାନିଜ୍‌, ଫସ୍‌ପରସ୍‌ ଆଦି ପୋଷକ ତତ୍ତ୍ୱ ରହୁଥିବାରୁ ଏହା ବ୍ଲଡ ପ୍ରେସର କମ୍‌ କରିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରର ସବୁ ଅଙ୍ଗକୁ ଅକ୍ସିଜେନ୍‌ ମିଳିଥାଏ ।

ଇମ୍ୟୁନିଟି ବଢ଼ାଇବା ସହ ରକ୍ତ ବଢ଼ାଇଥାଏ :

ଏହି କୋଳିରେ ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି ବାକ୍ଟେରିଆଲ୍‌ ତତ୍ତ୍ୱ ରହୁଥିବାରୁ ଏହା ଇମ୍ୟୁନିଟି ଶକ୍ତି ବଢ଼ାଇଥାଏ । ରକ୍ତହୀନତା ରୋଗୀ ଏହାକୁ ଖାଇବା ଦରକାର । କାରଣ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତ ବଢ଼ିବା ସହ ଥକ୍କାପଣ ମଧ୍ୟ ହ୍ରାସ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.