ଭାତ ଖାଇବା କାହିଁକି ଲାଭଦାୟକ ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ
ଆଜିକାଲି ଓଜନ କମାଇବାକୁ ନେଇ ଲୋକମାନେ ଖୁବ୍ ଚିନ୍ତିତ। ପ୍ରାୟତଃ ଲୋକମାନେ ଓଜନ ବଢିବା କାରଣରୁ ଭାତ ଖାଇବା ମଧ୍ଯ ବନ୍ଦ କରିଦେଇଥାନ୍ତି। ଅନେକ ଲୋକମାନେ ମଧ୍ଯ ଭାତ ଖାଇବା ପରିବର୍ତ୍ତେ ରୁଟି ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। କିନ୍ତୁ ସତରେ କଣ ଭାତ ଖାଇବା ଏତେ ଖରାପ ? ବିଲ୍କୁଲ୍ ନୁହେଁ କାରଣ ସେଲିବ୍ରିଟୀ ନ୍ଯୁଟ୍ରିଟିଓନିଷ୍ଟ ରୁଜୁତା ଦିଭିକର ମଧ୍ଯ ଭାତ ଖାଇବାକୁ ସପୋର୍ଟ କରିଥାନ୍ତି। ସେ ମଧ୍ଯ ରାତିରେ ଭାତ ଏବଂ ଡାଲି ଖାଇଶକୁ ଉପଦେଶ ଦେଇଥାନ୍ତି। ଜାଣନ୍ତୁ ଭାତ ଖାଇବାର ୬ଟି କାରଣ।
-ପ୍ରିବାୟୋଟିକ୍ସ ଏକପ୍ରକାର ଫାଇବର ହୋଇଥାଏ, ଯାହା ଆମ ଶରୀର ସହଜରେ ହଜମ କରିପାରନଥାଏ। କିନ୍ତୁ ଶରୀରରେ ଥିବା ପ୍ରୋବାୟୋଟିକ୍ସ ଯାହା ପାଚନ ପକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ଯ କରିଥାଏ। ସଫା ଚାଉଳ ଖାଆନ୍ତୁ, ଯେଉଁଥିରେ ପ୍ରିବାୟୋଟିକ୍ସ ରହିଥାଏ।
-ରୁଜୁତାଙ୍କ କହିବା ଅନୁଯାୟୀ ଚାଉଳରେ ବିଭିନ୍ନ ପ୍ରକାର ରୋଷେଇ କରାଯାଇପାରେ। ଏଥିରେ ଖେଚୁଡି, କ୍ଷୀର ଏବଂ କାଞ୍ଜି ମଧ୍ଯ ପ୍ରସ୍ତୁତ କରିପାରିବେ। ଏହାବ୍ଯତୀତ ହାତରେ ପ୍ରସ୍ତୁତ କରାଯାଇଥିବା ଚାଉଳ ଖାଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ।
ଏହାସହ ପଢନ୍ତୁ: ବ୍ରଣ ଠାରୁ ଆରମ୍ଭ କରି କେଶ ଝଡିବା ପର୍ଯ୍ୟନ୍ତ ସମସ୍ତ ସମସ୍ୟା ଦୂରଥାଏ କଖାରୁ ଫେଶପ୍ୟାକ୍, ଜାଣନ୍ତୁ କିପରି
-ଭାତ ଖାଇବା ଦ୍ବାରା ଶରୀରୁ ବ୍ଲଡ ସୁଗାର ମଧ୍ଯ କମ ହୋଇଥାଏ। ଏଥିସହ ଭାତ ଡାଇବେଟିଜ୍ ରୋଗୀମାନଙ୍କ ପାଇଁ କ୍ଷତି କାରକ ହୋଇନଥାଏ, କାରଣ ଚାଉଳ ଏବଂ ମେଟାବାଲିକ୍ ସିଡ୍ରୋମ ମଧ୍ଯରେ କୌଣସି ଲିଙ୍କ୍ ନାହିଁ।
-ସବୁଠାରୁ ହାଲୁକା ଖାଦ୍ଯ ଭିତରେ ଭାତ ହିଁ ବେଷ୍ଟ। କାରଣ ଭାତ ଖାଇବା ଦ୍ବାରା ଶାନ୍ତିରେ ନିଦ ହୋଇଥାଏ ଯାହା ଫଳରେ ଆପଣଙ୍କ ଶରୀରରେ ହରମୋନ ସ୍ତର ଠିକ ରହିଥାଏ।