ଭୁଲରେ ବି ମହୁ ସହ ଏହି ୪ଟି ଜିନିଷ ଖାଆନ୍ତୁ ନାହିଁ, ଉପୁଜିପାରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

ମହୁ କେବଳ ପାଟିକୁ ସୁଆଦିଆ ଲାଗେନି ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ମହୁରେ ଭିଟାମିନ୍‌ ଏ, ବି, ସି, କ୍ୟାଲସିୟମ୍‌, ଆଇରନ୍‌ ଓ ଆୟୋଡିନ୍‌ ଭଳି ପୋଷକ ତତ୍ତ୍ୱ ରହିଛି। ଏସବୁ ପୋଷକ ତତ୍ତ୍ୱ ଶରୀରକୁ ଉର୍ଜା ଓ ଶକ୍ତି ଯୋଗାଇଥାଏ। କେତେକ ରୋଗ ସହ ଲଢ଼ିବାରେ ମଧ୍ୟ ମହୁ ଶକ୍ତି ପ୍ରଦାନ କରିଥାଏ। କିନ୍ତୁ କେତେକ ଖାଦ୍ୟ ସହ ମହୁ ମିଶାଇ ଖାଇବା ଶରୀର ପକ୍ଷେ ହାନିକାରକ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟଦ୍ରବ୍ୟ ସହ ମହୁ ମିଶାଇ ଖାଇବା ମନା…

ଚା’କିମ୍ବା କଫି ସହ:

ଥଣ୍ଡା କାଶ ହେଲେ ଚା’ କିମ୍ବା କଫି ସହ ମହୁ ମିଶାଇ ପିଇବାକୁ କୁହାଯାଏ। ଯଦି ଆପଣ ବି ଏଭଳି ଭାବେ ମହୁ ମିଶା ଚା’ ପିଉଥାନ୍ତି ତେବେ ଆହି ହିଁ ଏହି ଅଭ୍ୟାସ ଛାଡ଼ନ୍ତୁ। କାରଣ ଏଭଳି କରିବା ଦ୍ୱାରା ଶରୀରର ତାପମାତ୍ରା ବଢ଼ିଯାଏ, ଫଳରେ ଚିନ୍ତା ଓ ଅବସାଦ ବଢ଼ିବା ସମ୍ଭାବନା ରହିଛି।

प्रतीकात्मक तस्वीर

ଅଧିକ ଗରମ ଥିବା ପାଣି ସହ:

ଅଧିକ ଗରମ ଥିବା ପାଣି ସହ ଆଦୌ ମହୁ ମିଶାଇ ପିଅନ୍ତୁ ନାହିଁ। ଏହା ଦ୍ୱାରା ଶରୀରରେ ତାପମାତ୍ରା ବଢ଼ିପାରେ। ଫଳରେ ପେଟ ସମ୍ବନ୍ଧୀୟ ରୋଗ ଦେଖାଦେବା ଆଶଙ୍କା ରହିଛି।

10 Surprising Health Benefits of Honey

ମୂଳା ସହ:

ମୂଳା ସହ ମହୁ ସେବନ କରିବା ଦ୍ୱାରା ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ। ମହୁ ଓ ମୂଳା ଏକାଠି ଖାଇବା ଦ୍ୱାରା ଶରୀରରେ ଟକ୍ସିନ୍‌ସ ଉତ୍ପନ୍ନ ହୋଇଥାଏ। ଫଳରେ ଶରୀରର କେତେକ ଅଙ୍ଗ ପ୍ରତ୍ୟଙ୍ଗ ନଷ୍ଟ ହେବା ଭୟ ରହିଛି। ସର୍ବନିମ୍ନ ଏକ ଘଣ୍ଟା ଅନ୍ତରାଳରେ ଏହି ଦୁଇଟି ଜିନିଷ ସେବନ କରିବା ଉଚିତ।

मूली

ଗରମ ଖାଦ୍ୟ ସହ:

ଯେ କୌଣସି ଗରମ ଖାଦ୍ୟ ସହ ମହୁ ସେବନ କରିବା ଶରୀର ପାଇଁ ହାନିକାରକ ହୋଇଥାଏ। ମହୁ ଏକ ଗରମ ଖାଦ୍ୟ ହୋଇଥିବାରୁ ଏହା ସହ ଗରମ ଖାଦ୍ୟ ସେବନ କଲେ ଶରୀରରେ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି। ଫଳରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ। ଏଣୁ ଗରମ ଖାଦ୍ୟ ସହ ଆଦୌ ମହୁ ଖାଆନ୍ତୁ ନାହିଁ।

Leave A Reply

Your email address will not be published.