କୋଷ୍ଠକାଠିନ୍ୟଠୁ ଆରମ୍ଭ କରି ଓଜନ କମାଇବା ଯାଏଁ, ସବୁ ସମସ୍ୟାକୁ ଦୂର କରେ ଇସବଗୋଲ ବା ଭୁସି

ଇସବଗୋଲ ବା ଭୁସି ନାଁ ବୋଧେ ସମସ୍ତେ ଶୁଣିଥିବେ। ଘରର ବଡ଼ ବୟସ୍କମାନେ ପେଟରେ କବ୍ଜ ସମସ୍ୟା ଥିଲେ ଭୁସି ପିଇବାକୁ ପରାମର୍ଶ ଦେଇଥାନ୍ତି। କାହିଁ କେଉଁ କାଳରୁ ଆୟୁର୍ବେଦରେ ଔଷଧ ତିଆରିରେ ମଧ୍ୟ ଇସବଗୋଲ ବ୍ୟବହାର କରାଯାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଛି, ଯାହା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ। ତେବେ କେବଳ ପେଟର କୋଷ୍ଠକାଠିନ୍ୟ ନୁହେଁ, ଇସବଗୋଲ ଆହୁରି ଅନେକ ସମସ୍ୟାକୁ ବି ଦୂର କରିଥାଏ। ତେବେ ଆସନ୍ତୁ ଜାଣିବା ଇସବଗୋଲ ବା ଭୁସିର ଫାଇଦା ବିଷୟରେ…

କୋଷ୍ଠକାଠିନ୍ୟ ଦୂର କରେ:

ଇସବଗୋଲରେ ହାଇଗ୍ରୋସ୍କୋପିକ୍‌ ଗୁଣ ରହିଛି, ଯାହା ଡାଇଜେଷ୍ଟିବ ସିଷ୍ଟମ୍‌ରୁ ଅଧିକରୁ ଅଧିକ ଜଳ ଶୋଷିବାରେ ସାହାଯ୍ୟ କରେ। ଏଥିରେ ଥିବା ଫାଇବର କବ୍ଜକୁ ଶୀଘ୍ର ଭଲ କରେ। ପେଟ ସମସ୍ୟା ଥିଲେ କ୍ଷୀର ସହ ୨ ଚାମଚ ଇସବଗୋଲ ମିଶାଇ ପିଇପାରିବେ।

ଡାଇରିଆ ରୋକେ:

ଇସବଗୋଲ ଅନ୍ତକୁ ପରିଷ୍କାର କରେ। ଫଳରେ ପେଟରେ ସଂକ୍ରମଣ କରୁଥିବା ଜୀବାଣୁମାନେ ସଫା ହୋଇଯାଆନ୍ତି। ଡାଇରିଆ ବେଳେ ଆପଣ ଇସବଗୋଲକୁ ଦହିରେ ମିଶାଇ ଖାଇପାରିବେ। ଉଭୟ ଦହି ଓ ଭୁସି ଡାଇରିଆକୁ ରୋକିବାରେ ସହାୟକ ହୋଇଥାନ୍ତି।

ବ୍ଲଡ ସୁଗାର ଲେବଲ କମ୍‌ କରେ:

ବ୍ଲଡ୍‌ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ଭୁସି ସାହାଯ୍ୟ କରେ। କାରଣ ଏହା ଗ୍ଲୁକୋଜ୍‌କୁ ଅବଶୋଷଣ କରିଥାଏ। ଏହା ବ୍ୟତୀତ ଏଥିରେ ଥିବା ଜିଲୋଟିନ୍‌ ଆପଣଙ୍କ ବ୍ଲଡ୍‌ ସୁଗାରକୁ ମଧ୍ୟ କମ୍‌ କରିବାରେ ସାହାଯ୍ୟ କରେ।

କୋଲୋଷ୍ଟ୍ରୋଲ କମାଏ:

ଇସବଗୋଲ ପିତ୍ତ ଏସିଡ୍‌କୁ ବାନ୍ଧିଥାଏ ଓ ଏଲଡିଏଲ ଅର୍ଥାତ୍‌ ଖରାପ କୋଲୋଷ୍ଟ୍ରୋଲର ସ୍ତରକୁ କମ୍‌ କରିବାରେ ସାହାଯ୍ୟ କରେ। ଏହା ଏଚ୍‌ଡିଏଲ ଅର୍ଥାତ୍‌ ଉତ୍ତମ କୋଲୋଷ୍ଟ୍ରୋଲର ସ୍ତରକୁ ମଧ୍ୟ ବଢ଼ାଏ।

ହାର୍ଟକୁ ସୁସ୍ଥ ରଖେ:

ଇସ୍‌ବଗୋଲ ଶରୀରରେ ଟ୍ରାଇଗ୍ଲିସରାଇଡ୍‌ ଲେବଲକୁ କମ୍‌ କରେ। ଫଳରେ ହାର୍ଟ ସୁସ୍ଥ ରହେ। ଏହା ହାର୍ଟର ମାଂସପେଶୀକୁ ମଜଭୁତ କରେ, ଲିପିଡ୍‌ ସ୍ତରକୁ ବଢ଼ାଏ ଓ ବ୍ଲଡ୍‌ ପ୍ରେସରକୁ କମ୍‌ କରିଥାଏ।

ଓଜନ କମାଏ:

ଇସବଗୋଲ ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରେ। ଏହାକୁ ୧ ଗ୍ଲାସ ପାଣିରେ କିମ୍ବା ଜୁସ୍‌ରେ ମିଶାଇ ପିଅନ୍ତୁ। ଆପଣ ଚାହିଲେ ଲେମ୍ବୁ ପାଣିରେ ମଧ୍ୟ ଇସବଗୋଲ ମିଶାଇ ପିଇପାରିବେ। ଏହା ପେଟକୁ ଥଣ୍ଡା ରଖିବା ସହ ଓଜନ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.