ମାଟି ତାୱାରେ ତିଆରି ରୁଟି ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ, ଜାଣନ୍ତୁ ଏହାର ଅନେକ ଉପକାରୀ ଗୁଣ ବିଷୟରେ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଲୁମିନିୟମ ଓ ଷ୍ଟିଲ ପାତ୍ର ଅପେକ୍ଷା ମାଟିପାତ୍ରରେ ରନ୍ଧା ହୋଇଥିବା ଖାଦ୍ୟ ଅଧିକ ଲାଭଦାୟକ । କାରଣ ମାଟି ପାତ୍ରରେ ଖାଦ୍ୟ ଧୀରେ ଧୀରେ ପ୍ରସ୍ତୁତ ହୁଏ ଓ ସମସ୍ତେ ଜାଣନ୍ତି କି, ଧୀରେ ଧୀରେ ରନ୍ଧା ହୋଇଥିବା ଖାଦ୍ୟ ଅଧିକ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ମାଟି ତାୱାର ବ୍ୟବହାର କରିବା ଦ୍ୱାରା କ’ଣ ଲାଭ ମିଳିଥାଏ ।

ଗ୍ୟାସ୍‌ରୁ ମୁକ୍ତି –

ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି କାମ କରିବାରେ ଅଧିକାଂଶ ଲୋକଙ୍କର ପେଟରେ ଗ୍ୟାସ ସମସ୍ୟା ଦେଖାଦେଇ ଥାଏ । ଯଦି ଆପଣ ଉକ୍ତ ସମସ୍ୟାରେ ପୀଡ଼ିତ ତ ମାଟି ତାୱାରେ ରୁଟି କରି ଖାଆନ୍ତୁ । ଆପଣଙ୍କୁ ଖୁବ୍‌ ଶୀଘ୍ର ପେଟର ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିଯିବ ।

କୋଷ୍ଠ କାଠିନ୍ୟ –

ଭୁଲ୍‌ ଖାଦ୍ୟ ପାନୀୟ ଦ୍ୱାରା ଆଜିକାଲି ଅଧିକାଂଶ ଲୋକଙ୍କ ପାଇଁ କୋଷ୍ଠ କାଠିନ୍ୟ କାରଣ ହେବାରେ ଲାଗିଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମାଟି ତାୱାରେ ସେକା ରୁଟିକୁ ନିଜର ଡାଇଟ୍‌ରେ ସାମିଲ୍‌ କରନ୍ତୁ ।

ନାନା ରୋଗରୁ ମୁକ୍ତି ଦେଇଥାଏ –

ମାଟିର ତାୱାରେ ରୁଟି କରି ଖାଇବାରେ ଏହି ମାଟିର ତାୱାକୁ ଅବଶୋଷିତ କରି ରୁଟିର ପୌଷ୍ଟିକତା ବୃଦ୍ଧି କରାଇଥାଏ । ଏଥିରେ ଥିବା ପ୍ରୋଟିନ୍‌ ରୋଗଆଦିରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ରୁଟି ଜଳିଯାଏ ନାହିଁ –

ମାଟି ତାୱା ଗରମ ହେବାରେ ସମୟ ଲାଗିଥାଏ , ଏଥିପାଇଁ ଥରେ ଏହି ଗରମ ହୋଇଗଲେ ଏଥିରେ ରୁଟି ସେକିବା ସମୟରେ ଜଳି ନଥାଏ । ଏହାସହ ବହୁ ସମୟ ଯାଏ ରୁଟି ରହିଲେ ଖରାପ ମଧ୍ୟ ହୋଇନଥାଏ ।

ଏହି କଥାକୁ ମଧ୍ୟ ଧ୍ୟାନରେ ରଖନ୍ତୁ –

୧- ମାଚି ତାୱାରେ ରୁଟିକୁ କେବେ ଖୁବ୍ ଅଧିକ ଉତ୍ତାପରେ ସେକନ୍ତୁ ନାହିଁ । ଏମିତି କଲେ ଆପଣଙ୍କର ତାୱା ଫାଟି ଯାଇପାରେ ।

୨- ଏହି ତାୱାକୁ ବ୍ୟବହାର କରିବା ସମୟରେ ଏଥିରେ ପାଣି ଲଗାଇବା ଉଚିତ୍‌ ।

୩- ମାଟିର ତାୱାକୁ ସାବୁନ୍‌ରେ ଧୋଇବା ଉଚିତ୍‌ ନୁହେଁ ।ଏମିତି କରିବାରେ ଏହା ସାବୁନ୍‌କୁ ଅବଶୋଷିତ କରିନିଏ ।

୪- ମାଟିର ତାୱାକୁ ସଫା କରିବାରେ ପରିଷ୍କାର କପଡ଼ା ବ୍ୟବହାର କରନ୍ତୁ ।

Leave A Reply

Your email address will not be published.