ଗରମ ଦିନରେ ଖାଆନ୍ତୁ ଆମ୍ବ,ପାଇବେ ଏହି ସବୁ ଫାଇଦା

ଗରମ ଦିନ ଆମ୍ବ ଖାଇବାର ଏକ ନିଆରା ମଜାଥାଏ । ଏହା ସିଜନ ସମୟରେ ମଳୁଥିବାରୁ ଏହାକୁ ମଧ୍ୟ ଫଳମାନଙ୍କ ରାଜା ବୋଲି କୁହାଯାଏ । ବିଶେଷ କରି ଖରା ଦିନେ ଅନେକ କିସମର ଆମ୍ବ ବଜାରକୁ ଆସିଥାଏ । ଯାହା ଆମ ମାନଙ୍କର ଚାହିଦାକୁ ପୁରଣ କରିଥାଏ । ଆମ୍ବକୁ ଆମେ ପଣା,ଚଟଣି,ଜୁସ୍,ଆଚାର,ସେକ୍ ଆଦି କରି ଖାଇଥାଉ । ହେଲେ ଏହି ଆମ୍ବ ଖାଇବା ଦ୍ବାରା ଆମର ଶରୀରର କଣ ଲାଭ ହୋଇଥାଏ ତାହା  ଆମେ ଜାଣି ପାରିନଥାଉ । ତେବେ ଆମ୍ବ ଖାଇବା ଦ୍ବାରା କଣ ଉପକାରିତା ମିଳିଥାଏ ଆସନ୍ତୁ ତାହା ସଂକ୍ଷେପରେ ଜଣିବା ।

କ୍ୟାନସରରୁ ରକ୍ଷା ମିଳିଥାଏ

ଏହା କୁହାଯାଇଛି ଯେ, ଆମ୍ବରେ ଥିବା ଆଣ୍ଟି ଅକ୍ସିଡେଣ୍ଟ କୋଲୋନ କ୍ୟାନସର,ଲ୍ୟୁକୋମିୟା ଓ ପ୍ରୋଷ୍ଟେଟ କ୍ୟାନସର ଭଳି ରୋଗରୁ ସୁରକ୍ଷା ଦେଇଥାଏ ।

ଆଖିରହିଥାଏ ଚମକଦାର

ଆମ୍ବରେ ଭରପୁର ମାତ୍ରାରେ ଭିଟାମିନ-ଏ ରହିଥାଏ ଯାହା ସୁସ୍ଥ ଆଖିର ବରଦାନ ସଦୃଶ ହୋଇଥାଏ ।

କଲୋଷ୍ଟ୍ରୋଲ କଣ୍ଟ୍ରୋଲ
ଆମ୍ବାରେ ଫାଇବର ଓ ଭିଟାମିନ ‘ସି’ ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ । ଯାହା ଫଳରେ ଆମ୍ବ ଖାଇବା ଦ୍ବାରା ଶରୀରର କଲୋଷ୍ଟ୍ରୋଲର ସ୍ତର ଠିକ ଭାବରେ ସନ୍ତୁଳନ ରହିଥାଏ ।

ଚର୍ମପାଇଁ ଲାଭଦାୟକ ହୋଇଥାଏ ।

ଆମ୍ବ ରସର ପେଷ୍ଟ ମୁହଁରେ ଲଗାଇଲେ ମୁହଁର ଉଜ୍ଜଳତା ଆସିଥାଏ ଓ ମୁହଁରେ ହେଉଥିବା ସଂକ୍ରମଣରୁ ମଧ୍ୟ ରକ୍ଷା ମିଳିଥାଏ ।
ପାଚନ ପ୍ରକୀୟା ଠିକ କରିଥାଏ 
ଆମ୍ବରେ ଏମିତି ଅନେକ ଏନଜାଇମ୍ସ ଥାଏ ଯାହା ଖାଦ୍ୟକୁ ଜଲଦି ହଜମ କରିବାରେ ସହାୟକ ହୋଇଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ
ଆମ୍ବ ଖାଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ।

ଗରମରୁ ସୁରକ୍ଷା
ଗରମ ଦିନରେ ଏକ ଗ୍ଲାସ୍ ଆମ୍ବପଣା ପିଇ ବାହରକୁ ବାହାରିଲେ ଅଂଶୁଘାତର ଆଶଙ୍କା କମ୍ ଥାଏ ଏହା ସହତି ଆମ୍ବ ପଣା ପିଇବା ଦ୍ବାରା ଶରୀରରେ ଜଳୀୟ ଅଂଶ ବୃଦ୍ଧି ପାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.