ଆଣ୍ଠୁ-ଗଣ୍ଠୀ ସମସ୍ୟାକୁ ନେଇ ଚିନ୍ତିତ କି? ଏହିସବୁ ଘରୋଇ ଉପଚାର ଦ୍ୱାରା କଷ୍ଟରୁ ମିଳିବ ମୁକ୍ତି

ବର୍ତ୍ତମାନ ଚାଲିଛି ଶୀତଋତୁ । ଋତୁଟିକୁ ପ୍ରାୟ ଲୋକେ ବହୁତ ପସନ୍ଦ କରିଥାନ୍ତି । ଏହି ଋତୁଟି ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । କାରଣ ଏହି ଋତୁରେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏଥିପାଇଁ ଅନେକ ଲୋକ ବହୁତ ପ୍ରକାର ସମସ୍ୟାରେ ପାଡୀତ ହୋଇଥାଆନ୍ତି । ଯେମିତିକି ଥଣ୍ଡା, କାଶଠାରୁ ଆରମ୍ଭ କରି ଆଣ୍ଠୁ-ଗଣ୍ଠୀ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଆଣ୍ଠୁ-ଗଣ୍ଠୀ ସମସ୍ୟା ପ୍ରାୟତଃ ସମସ୍ତ ଲୋକଙ୍କଠାରେ ଦେଖାଦେଉଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ବହୁତ କିଛି ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ହେଲେ ବି ଏହି ସମସ୍ୟା ଦୂର ହୋଇ ନଥାଏ । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ ଆପଣ କିପରି ମୁକ୍ତି ପାଇବେ ।

ଆପଣ ଜାଣିଛନ୍ତି କି ଏକ ଘରୋଇ ଉପଚାର ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହେବ । ଜାଣନ୍ତୁ ସେହି ଘରୋଇ ଉପଚାରଗୁଡିକ କ’ଣ । ପ୍ରଥମେତଃ ଜୁଆଣୀ, ରସୁଣ ଏବଂ ଶୋରିଷ ତେଲ ବ୍ୟବହାର କରିବା ଫଳରେ ଆପଣଙ୍କର ଆଣ୍ଠୁଗଣ୍ଠୀ ସମସ୍ୟା ବହୁତ ଶୀଘ୍ର ଦୂର ହେବ । ତେବେ ଜାଣନ୍ତୁ ଏହାର ଫାଇଦା ବିଷୟରେ ।

୧. ଗଣ୍ଠୀ ସମସ୍ୟାରୁ ମୁକ୍ତି :

ଯଦି ଆପଣ ଗଣ୍ଠୀ ସମସ୍ୟାରୁ ମୁକ୍ତି ପାଇବା ଚାହୁଁଛନ୍ତି ତେବେ ଜୁଆଣୀ, ରସୁଣ ଏବଂ ଶୋରିଷ ତେଲର ମିଶ୍ରଣକୁ ବ୍ୟବହାର କରନ୍ତୁ । ଶୋରିଷ ତେଲ ଓମେଗା -୩ରେ ଗରପୂର ଥିବାବେଳେ, ଜୁଆଣୀ ଏବଂ ରସୁଣ ଉଭୟରେ ଆଣ୍ଟି-ଇନଫ୍ଲାମେଟୋରୀ ଭରପୂର ରହିଥାଏ । ଯାହା ସାହାଯ୍ୟରେ ବହୁତ ଶୀଘ୍ର ଗଣ୍ଠୀ ଯନ୍ତ୍ରଣା ଦୂର ହୋଇଥାଏ ।

୨. ମାଂସପେଶୀ ଯନ୍ତ୍ରଣା ହେବ ଦୂର :

ଶୀତ ଋତୁରେ ମାଂସପେଶୀ ଯନ୍ତ୍ରଣା ବହୁତ ବଢ଼ିଥାଏ, ଏପରି ସ୍ଥିତିରେ ଯଦି ଆପଣ ଏହି ତେଲକୁ ଲଗାଇ ମାଲିସ୍ କରନ୍ତି ତେବେ ବହୁତ ଶୀଘ୍ର ମାଂସପେଶୀ ଯନ୍ତ୍ରଣା ଦୂର ହୋଇଥାଏ । ଏହି ତେଲ ଖାଲି ଗଣ୍ଠୀ ସମସ୍ୟାରୁ ମୁକ୍ତି ଦିଏନାହିଁ ବରଂ ଶରୀରକୁ ଗରମ ମଧ୍ୟ ରଖିଥାଏ । ଯାହା ଶୀତ ଦିନରେ ବହୁତ ଆବଶ୍ୟକ ହୋଇଥାଏ ।

୩. ଶରୀରକୁ ଗରମ ରଖେ :

ଏହି ତେଲ ଲଗାଇବା ଫଳରେ ହାଡ ଷ୍ଟ୍ରଙ୍ଗ ରହିବା ସହ ଶରୀର ମଧ୍ୟ ଗରମ ରହିଥାଏ । ଏହାସହ ଅନେକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ଶୀତ ଦିନରେ ଶରୀର ଗରମ ରହିବା ନିହାତି ଆବଶ୍ୟକ ତେବେ ଆପଣ ଏହି ଜୁଆଣୀ, ରସୁଣ ଏବଂ ସୋରିଷ ତେଲର ମିଶ୍ରଣକୁ ବ୍ୟବହାର କରନ୍ତୁ ।

୪. ଥଣ୍ଡା ଏବଂ କାଶରୁ ଦିଏ ମୁକ୍ତି :

ଆପଣମାନେ ତ ଜାଣିଥିବେ ଆମକୁ ଯେତେବେଳେ ସାଧାରତଃ ଥଣ୍ଡା ହୋଇଥାଏ । ମା’ ମାନେ ଆମ ପାଦରେ ସଙ୍ଗେ ସଙ୍ଗେ ଶୋରିଷ ତେଲରେ ରସୁଣକୁ ଫୁଟାଇ ଆମ ପାଦରେ ଲଗାଇ ଦିଅନ୍ତି । ଯାହା ଫଳରେ କିଛି ଦିନ ମଧ୍ୟରେ ଆମ ଥଣ୍ଡା ଭଲ ହୋଇଯାଇଥାଏ । ଏହି ପ୍ରକାର ସମସ୍ୟାରୁ ମୁକ୍ତି ଦେବା ସହ ଶରୀରକୁ ମଧ୍ୟ ବହୁତ ଗରମ ରଖିଥାଏ ।

କିପରି ତିଆରି କରିବେ ଏହି ତେଲ :

ସର୍ବ ପ୍ରଥମେ ଗୋଟିଏ ପାତ୍ରରେ ଶୋରିଷ ତେଲ ନିଅନ୍ତୁ ସେଥିରେ ଗୋଟିଏ ଚାମଚ୍ ଜୁଆଣୀ ପକାନ୍ତୁ ଏବଂ ୮-୧୦ ପାଖୁଡା ରସୁଣ ନିଅନ୍ତୁ । ବର୍ତ୍ତମାନ ଏହି ପାତ୍ରକୁ ଗରମ କରନ୍ତୁ । ଯେତେବେଳେ ଏଥିରୁ ବାସ୍ନା ମହିକିବାକୁ ଲାଗିବ ସେହି ସମୟରେ ଏହାକୁ ଆଣି ହାଲୁକା ଥଣ୍ଡା କରି ଶରୀରରେ ଲଗାନ୍ତୁ । ଦେଖିବେ ଆପଣଙ୍କ ଗଣ୍ଠୀ ସମସ୍ୟା ବହୁତ ଶୀଘ୍ର ଦୂର ହେବ ।