କଣ ଆପଣ ଜାଣନ୍ତି ଗୁପଚୁପ୍ ଖାଇବାର ଲାଭ ? ଜାଣିଲେ ଅଧିକ ଖାଇବାକୁ ହେବ ଇଛା

ଗୁପଚୁପ୍ ନାଁ ଶୁଣିଲେ ହିଁ ମୁହଁରେ ପାଣି ଚାଲିଆସେ । ଛୋଟ ହୁଅନ୍ତୁ ଅବା ବଡ଼ । ଗୁପଚୁପ୍ ଏକ ଏଭଳି ଖାଦ୍ୟ ଯାହା ସମସ୍ତଙ୍କ ପସନ୍ଦ । କିନ୍ତୁ ଅନେକ ସମୟରେ ଆମେ ଶୁଣିଛେ ଗୁପଚୁପ୍ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ । ଯେମିତିକି ଏହାକୁ ଖାଇବା ଦ୍ବାରା ବ୍ରଣ ହୋଇଥାଏ ଏବଂ ଖାଦ୍ୟ ହଜମ ହୋଇନଥାଏ ଆଦି ଅନେକ କଥା କହିଥାନ୍ତି । କିନ୍ତୁ ଆପଣଙ୍କୁ ଜାଣି ଖୁସି ଲାଗିବ ଗୁପଚୁପ୍ ଖାଇଲେ ହଜମ ଶକ୍ତି ଖରାପ ହୋଇନଥାଏ ବରଂ ଭଲ ହୋଇଥାଏ । କେବଳ ସେତିକି ନୁହେଁ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଆସନ୍ତୁ ଜାଣିବା ଗୁପଚୁପର ଲାଭ ବିଷୟରେ ।

ଓଜନ କମ୍ କରିଥାଏ :

ଯଦି ସାବଧାନତାର ସହ ପ୍ରସ୍ତୁତ କରାଯାଏ ତେବେ ଗୁପଚୁପ୍ ଆପଣଙ୍କ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ । ଏହି ପାଣିରେ ପୁଦୀନା, ହେଙ୍ଗୁ ,ଲେମ୍ବୁ ଏବଂ ଆମ୍ବକସିଆ ଅଦା ଥାଏ । ଏହି ସବୁ ମିଶି ମୋଟାପଣ କମ୍ କରିଥାଏ । ପାଣିରେ ଟମାଟୋ ବ୍ୟବହାର କରାନଗଲେ ଭଲ । ଏହା ସହ ଅଟାରେ ତିଆରି ଗୁପଚୁପ୍ ସବୁଠାରୁ ଭଲ । ଯଦି ଆପଣ ମୋଟାପଣ ବଢିବା ଭୟରେ ଗୁପଚୁପ୍ ଖାଇବାକୁ ଭୟ କରୁଛନ୍ତି ତେବେ ଏହି ଉପାୟରେ ନିଜ ଘରେ ବନାଇ ଖାଇପାରିବେ ।

ଏହା ସହ ପଢନ୍ତୁ ଶୋଇବା ପୂର୍ବରୁ ପିନ୍ଧନ୍ତୁ ଓଦା ମୋଜା, ସ୍ବାସ୍ଥ୍ୟରେ ପାଇବେ ଆଶ୍ଚର୍ୟ୍ୟଜନକ ପରିବର୍ତ୍ତନ

ପାଟି ଘା’ରୁ ମୁକ୍ତି ମିଳିଥାଏ :

ପାଟିରେ ଘା ହୋଇଥିଲେ ଗୁପଚୁପ୍ ଖାଇବା ଦ୍ବାରା ଭଲ ହୋଇଯାଇଥାଏ । କାରଣ ଗୁପଚୁପ୍ ପାଣିରେ ଜଲଜୀରା, ପୁଦିନା ଏବଂ ଅଁଳା ଥାଏ । ଏହା ଆପଣଙ୍କ ପେଟ ସହ ମୁହଁର ଘା‘ ମଧ୍ୟ ଭଲ କରିଥାଏ । କିନ୍ତୁ ଅଧିକ ଖାଇବା ଦ୍ବାରା ଦେହ ଖରାପ ହୋଇଥାଏ ।

ଏସିଡିଟିରେ ଲାଭ :

କିଛି ଲୋକଙ୍କୁ ଯାତ୍ରା ସମୟରେ କିମ୍ବା ଅଧିକ ସମୟ କୌଣସି ବନ୍ଦ ମାହୋଲରେ ରହିଲେ ଅଣନିଶ୍ବାସୀ ଲାଗିଥାଏ । ଏମିତିରେ ୪/୫ଟି ଗୁପଚୁପ୍ ଖାଇବା ଦ୍ବାରା ତୁରନ୍ତ ଆରାମ ମିଳିଥାଏ ।

ମୁଡକୁ କରିଥାଏ ତାଜା :

ଖରାଦିନେ ବାହାରେ ଅଧିକ ସମୟ ବୁଲିଲେ ଶୋଷ ଏବଂ ଥକ୍କା ଲାଗିଥାଏ । ଏମିତି ସମୟରେ ଖାଲିପାଣି ପିଇବା ସହ କିଛି ଗୁପଚୁପ୍ ଖାଇବା ଦ୍ବାରା ଭଲ ଲାଗିଥାଏ ।

ଦିନବେଳେ ଖାଇବା ଲାଭଦାୟକ :

ଦିନବେଳେ ଗୁପଚୁପ୍ ଖାଇବା ସବୁଠାରୁ ଲାଭଦାୟକ । ସଂଧ୍ୟା ସମୟରେ ଖାଇଲେ ଓଜନ ବଢିବାର ଆଶଙ୍କା ଥାଏ । ଏହା ସହ ବ୍ୟାୟାମ୍ କରିବା ପୂର୍ବରୁ ଏବଂ ପରେ ଗୁପଚୁପ୍ ଖାଇବା ଅନୁଚିତ୍ ।

ସାବଧାନ୍ :

ଗୁପଚୁପ୍ ଖାଇବା ସମୟରେ ପରିସ୍କାର ପରିଛନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଖାସ୍ କରି ବର୍ଷା ଦିନେ ଏସବୁ ପ୍ରତି ଧ୍ୟାନ ନଦେଲେ ଜଣ୍ଡିସ୍ , ପେଟ ରୋଗ ଆଦି ହୋଇପାରେ ।

KNews Bureau

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

4 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

13 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

25 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

32 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

34 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

52 mins ago