ସକାଳୁ ଖାଲି ପେଟରେ ସେବନ କରନ୍ତୁ ହଳଦୀ ପାଣି, ଜାଣନ୍ତୁ ଦୂର ହେବ କେଉଁ ସବୁ ରୋଗ

ଡାକ୍ତର ଏବଂ ବଡ଼ ଲୋକମାନେ ସକାଳୁ ଉଠି ଖାଲି ପେଟରେ ହାଲୁକା ଉଷୁମ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି। ଏପରି କରିବା ଦ୍ୱାରା ସହଜରେ ପେଟ ସଫା ହୋଇଯାଏ ଏବଂ ଏସିଡିଟି ସମସ୍ୟା ଥିବା ଲୋକମାନଙ୍କ ପାଇଁ ଲାଭକାରୀ ହୋଇଥାଏ।

ଜାଣନ୍ତୁ ହାଲୁକା ଉଷୁମ ପାଣିରେ ଏକ ଚାମଚ ହଳଦୀ ପକାଇ ସେବନ କରିବା ଦ୍ୱାରା କେଉଁ ପ୍ରକାର ଲାଭ ମିଳିଥାଏ:

ହଳଦୀରେ ମିଳୁଥିବା ଲାଭ

୧. ସମସ୍ତେ ଜାଣନ୍ତି ହଳଦୀକୁ ଆଣ୍ଟିସେପ୍ଟିକ କୁହାଯାଇଥାଏ। ଏହା ଆମକୁ ବିଭିନ୍ନ ସଂକ୍ରମଣ ରୋଗ ସହ ଲଢିବା ପାଇଁ ଶକ୍ତି ପ୍ରଦାନ କରିଥାଏ। ଶରୀର ଭିତରର ରୋଗ ଏବଂ ଶରୀର ବାହାରରର ରୋଗକୁ ଭଲ କରିବାରେ ହଳଦୀ କାମ କରିଥାଏ। ଏହି କାରଣରୁ ଭାରତୀୟ ପରିବାରରେ ଅଧିକରୁ ଅଧିକ ହଳଦୀ ବ୍ୟବହାର କରାଯାଇଥାଏ।

୨. ସକାଳୁ ଉଠିବା ପରେ ହାଲୁକା ଉଷୁମ ହଳଦୀ ପାଣି ସେବନ କରିବା ଦ୍ୱାରା ଆପଣଙ୍କର ପେଟ ଏବଂ ଛାତି ଜଳା ପୋଡ଼ା କମ ହୋଇଥାଏ। କିଛି ଲୋକମାନେ ମଧ୍ୟ ରାତିରେ ଅଧିକ ଖାଦ୍ୟ ଖାଇବା କାରଣରୁ ସକାଳୁ ଉଠିବା ପରେ ଛାତି ଜଳା ପୋଡ଼ା ହେବା ଭଳିଲାଗିଥାଏ। ଏହି ସମୟରେ ହଳଦୀ ପାଣି ସେବନ କରିବା ଦ୍ୱାରା ଆରାମ ମିଳିଥାଏ। ଯେଉଁ ଲୋକମାନଙ୍କର ସର୍ବଦା ଏସିଡିଟି ଏବଂ ଛାତି ଜଳିବାର ସମସ୍ୟା ରହିଛି ସେହି ବ୍ୟକ୍ତିମାନେ ସର୍ବଦା ହଳଦୀ ପାଣି ସେବନ କରିବା ଉଚିତ। ଏକ ସପ୍ତାହ ମଧ୍ୟରେ ଆପଣ ଏହାର ପ୍ରଭାବ ଦେଖିବାକୁ ପାଇବେ।

ମାନସିକ ରୋଗ ଦୂର କରିଥାଏ

ହଳଦୀରେ ଥିବା ‘କର୍କମିନ’ ତତ୍ତ୍ୱ ଆମର ମସ୍ତିଷ୍କ ପାଇଁ ଲାଭକାରୀ ହୋଇଥାଏ। ମାନସିକ ରୋଗକୁ ରକ୍ଷା କରିବା ପାଇଁ ଯେଉଁ ବ୍ରେନ- ଡିରାଇଣ୍ଡ ନ୍ୟୁଟ୍ରୋଫିକ ଫ୍ୟାକ୍ଟରର ଆବଶ୍ୟକତା ରହିଥାଏ , ତାହା ହଳଦୀର କର୍କମିନ ତତ୍ତ୍ୱରୁ ମିଳିଥାଏ। ଏହାକୁ ସକାଳୁ ସେବନ କରିବା ଅତ୍ୟଧିକ ଲାଭକାରୀ ହୋଇଥାଏ।

କ୍ୟାନ୍ସର ରୋଗରୁ ରକ୍ଷା କରିଥାଏ

ହଳଦୀ ପାଣିରେ ଆଣ୍ଟି-ଅକ୍ସିଡେଣ୍ଟ ବା ଆଣ୍ଟିଥେସିସ୍‌ ରହିଥାଏ । ଏହା ଶରୀରର କୋଷିକା ଗୁଡ଼କୁ ନଷ୍ଟ କରିବାର ତତ୍ତ୍ୱ ସୃଷ୍ଟି କରିନଥାଏ।

ପେଟ ରୋଗ ଏବଂଛାତି ରୋଗ ପାଇଁ ଲାଭକାରୀ ହୋଇଥାଏ

ସକାଳୁ ଖାଲି ପେଟରେ ହଳଦୀ ପାଣି ସେବନ କରିବା ଦ୍ୱାରା ଆମର ପାଚନ ଶକ୍ତି ମଜବୁତ ହୋଇଥାଏ। ଏହା ସେବନ କରିବା ଦ୍ୱାରା ପେଟ ସଫା ରହିଥାଏ ଏବଂ ଭୋକ ମଧ୍ୟ ଲାଗିଥାଏ। ଏହା ବ୍ୟତୀତ ହଳଦୀ ଅତ୍ୟଧିକ ମୋଟାପଣ ଏବଂ କୋଲେଷ୍ଟ୍ରଲ କମ କରିଥାଏ।

ଗଣ୍ଠି ଜନିତ ସମସ୍ୟା ଦୂର କରିଥାଏ

ଗଣ୍ଠି ଜନିତ ସମସ୍ୟା ଥିବା ଲୋକମାନଙ୍କ ପାଇଁ ହଳଦୀ ପାଣି ବହୁତ ଲାଭଦାୟକ ହୋଇଥାଏ। ୨୦୧୨ବର୍ଷ ଅନ୍ତରାଷ୍ଟ୍ରିୟ ସ୍ତରର ଏକ ସୂଚନା ଅନୁସାରେ ହଳଦୀ ଗଣ୍ଠି ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରିଥାଏ, ବିଶେଷକରି ଏହାକୁ ତରଳ ପଦାର୍ଥ ରୂପରେ ସେବନ କଲେ ଲାଭକାରୀ ହୋଇଥାଏ।

ମଧୁମେହରୁ ରକ୍ଷା କରିଥାଏ

୨୦୦୯ ବର୍ଷର ଏକ ସୂଚନା ଅନୁସାରେ ହଳଦୀ ସେବନ କରିବା ଦ୍ୱାରା ମଧୁମେହ ରୋଗ କମ ହୋଇଥାଏ ଏବଂ ଏହା ମଧୁମେହ ବଢିବା ସ୍ତରକୁ କମ କରିଥାଏ। ଏହା ବ୍ୟତୀତ ହଳଦୀ ପାଣି କିଡନି ପାଇଁ ଲାଭକାରୀ ହୋଇଥାଏ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago