ନିୟମିତ ପିଅନ୍ତୁ ବେଲ ରସ, କୋଲେଷ୍ଟ୍ରଲ ସମେତ ଦୂର ହେବ ଅନେକ ସମସ୍ୟା

ଖରା ଦିନ ଆରମ୍ଭରେ ମାର୍କେଟରେ ବେଲ ବା ବେଲ ସରବତ ମିଳିଥାଏ। ବେଲ ପଣା ଗରମରୁ ରକ୍ଷା କରିବା ସହ ସ୍ବାସ୍ଥ୍ଯ ଜନିତ ସମସ୍ଯା ଦୂର କରିଥାଏ। ଗରମ ଦିନେ ପ୍ରତ୍ଯେକ ଦିନ ବେଲ ପଣା ପିଇବା ଶରୀର ପାଇଁ ଲାଭକାରୀ ହୋଇଥାଏ। ଏହି ଫଳର ବାହାର ଶକ୍ତ ଏବଂ ଭିତର କୋମଳ ହୋଇଥାଏ। ଏହା ଅଳ୍ପ ମିଠା ହୋଇଥିବାରୁ ଶରୀର ପାଇଁ ଲାଭକାରୀ ହୋଇଥାଏ, ଯାହା ପ୍ରାୟତଃ ଲୋକମାନେ ଜାଣି ନାହାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ଫଳ ସେବନରେ କେଉଁ ଲାଭ ମିଳିଥାଏ।

ପେଟ ଥଣ୍ଡା ରଖେ

ଗରମ ଦିନେ ବେଲ ସରବତ ପେଟ ଥଣ୍ଡା ରଖିଥାଏ। ଏହାର ରସକୁ ମହୁ ସହ ମିଶାଇ ସେବନ କରିବା ଦ୍ବାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏଥିସହ ନିୟମିତ ବେଲ ସେବନ କରିବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲ ସ୍ତର ସନ୍ତୁଳନ ରହିଥାଏ।

ଉଚ ରକ୍ତଚାପ ନିୟନ୍ତ୍ରିତ କରେ

କେବଳ ବେଲ ନୁହେଁ ବେଲ ପତ୍ର ମଧ୍ଯ ଶରୀର ପାଇଁ ଲାଭକାରୀ ହୋଇଥାଏ। ଏହାର ପତ୍ର ରକ୍ତଚାପ ନିୟନ୍ତ୍ରିତ କରିବାରେ ସାହାଯ୍ଯ କରିଥାଏ। ଏହି କାରଣରୁ ବେଲ ପତ୍ରକୁ ପାଣିରେ ଫୁଟାଇ ପିଇବା ଦ୍ବାରା ରକ୍ତଚାପ କମ ହୋଇଥାଏ।

ଲିଭର ସୁସ୍ଥ ରହେ

ବେଲରେ ଥିୟାମାଇନ, ରିବୋଫ୍ଲାବିନ ଏବଂ ବିଟା-କ୍ଯାରୋଟିନ ପ୍ରଚୁର ମାତ୍ରାରେ ରହିଥାଏ। ଏହି ସବୁ ତତ୍ତ୍ବ ଲିଭର ସମ୍ବନ୍ଧୀତ ସମସ୍ଯା ଦୂର କରିବାରେ ସାହାଯ୍ଯ କରିଥାଏ। ଏଥିସହ ଗରମ ଦିନେ ହେଉଥିବା ଜଳା, ପୋଡାରୁ ରକ୍ଷା ପାଇବା ପାଇଁ ବେଲ ଲାଭକାରୀ ହୋଇଥାଏ। ଏଥିପାଇଁ କଞ୍ଚା ବେଲକୁ ଭାଙ୍ଗି ରାଶି ତେଲରେ ମିଶାଇ ଶରୀରରେ ମାଲିସ କରିବା ଦ୍ବାରା ଶରୀର ଥଣ୍ଡା ହୋଇଥାଏ।

ଅପରିସ୍କାର ରକ୍ତ ଦୂର କରେ

ଶରୀରରୁ ଅପରିସ୍କାର ରକ୍ତ ଦୂର କରିବାରେ ମଧ୍ଯ ବେଲ ଲାଭକାରୀ ହୋଇଥାଏ। ରକ୍ତ ଦୂଷିତ ହୋଇଥିଲେ ହାଲୁକା ଉଷୁମ ପାଣି ସହ ବେଲ ରସରେ ମହୁ ମିଶାଇ ସେବନ କରିବା ଦ୍ବାରା ଶରୀରରୁ ଅପରିସ୍କାର ରକ୍ତ ଦୂର ହୋଇଥାଏ। ଏହାକୁ ନିୟମିତ କିଛି ଦିନ ସେବନ କରିବା ପରେ ରକ୍ତ ସଫା ହୋଇଯାଇଥାଏ।

କର୍କଟ ରୋଗରୁ ରକ୍ଷା କରିଥାଏ

ନିୟମିତ ରୂପେ ବେଲ ପଣା ସେବନ କରିବା ସ୍ବାସ୍ଥ୍ଯ ପାଇଁ ଲାଭକାରୀ ହୋଇଥାଏ। ଏଥିସହ ବେଲ ମହିଳାମାନଙ୍କ ସ୍ତନ କର୍କଟ ରୋଗ ଦୂର କରିବାରେ ମଧ୍ଯ ସାହାଯ୍ଯ କରିଥାଏ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

3 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

22 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

30 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

47 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago