ହେଲ୍‌ଥ ଟିପ୍ସ : ଅଏଲି ଫୁଡ଼୍‍ ଖାଇବା ପରେ ନିଶ୍ଚିତ କରନ୍ତୁ ଏହି କାମ, ହେବନି ସ୍ୱାସ୍ଥ୍ୟ ଖରାପ

ଆପଣ ଯେତେ ବି ହେଲ୍‌ଥ କନ୍‌ସସ୍‌ ହୁଅନ୍ତୁ ନା କାହିଁକି ଫାଷ୍ଟ ଫୁଡ ଆଦି ତୈଳ ଜାତୀୟ ଖାଦ୍ୟରୁ ନିଜକୁ ମୁକ୍ତ କରିପାରି ନଥାନ୍ତି । ଏହି ସବୁ ଖାଦ୍ୟ ପଦାର୍ଥର ଲୋଭରୁ ନିଜକୁ ବଞ୍ଚାଇ ପାରି ନଥାନ୍ତି । ଏଥିରେ ଭରପୁର ହୋଇ ରହିଥିବା ଟ୍ରାନ୍ସଫେଟ୍‌ ସଲ୍ଟ ଓ ସାଚୁରେଟଡ ଫ୍ୟାଟ୍‌ ଶରୀରକୁ ମେଦ ବହୁଳ କରିବା ସହ ଶରୀରରେ ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି କରିଥାଏ । ତେଣୁ ଅଧିକ ଜଙ୍କ୍‌ ଫୁଡ୍‌ ବା ତୈଳ ଜାତୀୟ ଖାଦ୍ୟ ସେବନ ନକରିବା ଉଚିତ୍‌ ।

ଯଦି ବା ଆପଣ ଏହି ସବୁ ଜିନିଷ ଖାଇବା ଲୋଭରୁ ନିଜକୁ ବିରତ କରିପାରୁନାହାଁନ୍ତି, ତେବେ ଏପରି କିଛି ନିୟମ ପାଳନ କରନ୍ତୁ । ଏମିତି କରିବା ଦ୍ୱାରା ଅଏଲି ଫୁଡ଼୍‍ ର ପ୍ରଭାବ କମ କରାଯାଇପାରେ । ଯାହାକି ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ କମ୍‌ କରିବ । ଆସନ୍ତୁ ଜାଣିବା ଅଏଲ ଫୁଡ଼ ଖାଇବା ପରେ କ’ଣ କରିବା ଉଚିତ୍‌ ।

ଅଏଲ ଫୁଡ଼ ଖାଇବା ପରେ କ‘ଣ କରିବେ –

୧. ଅଳ୍ପ ଉଶୁମ ପାଣି ପିଅନ୍ତୁ : ଯଦି ଆପଣ ଅଜଣାରେ ହେଉ ବା ଲୋଭ ବଶତଃ ହେଉ ଅଧିକ ଅଏଲ ଫୁଡ଼ ଖାଇ ଦେଉଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ଅଳ୍ପ ଉଷୁମ ପାଣି ପିଇବା ଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ଶାନ୍ତ ଓ ସକ୍ରିୟ ହୋଇଯାଇଥାଏ ।

୨. ସବୁଜ ପରିବା ଓ ଫଳ ଖାଆନ୍ତୁ : ଛଣା ଖାଦ୍ୟ ବା ବାହାର ଖାଦ୍ୟ ଅଧିକ ଖାଇବା ଦ୍ୱାରା ଆପଣ ଏପରି ସବୁଜ ଫଳ ଓ ପରିବା ଖାଆନ୍ତୁ ଯାହା ଭିଟାମିନ ଓ ଫାଇବର ଅଭାବକୁ ପୁରଣ କରିଥାଏ । ସବୁଠୁ ଭଲ ହେବ ଯଦି ଆପଣ ସକାଳ ଖାଦ୍ୟରେ ଗୋଟିଏ ଗିନା ମେଓ୍ଵା ସହ ଗଜାଯୁକ୍ତ ଖାଦ୍ୟ ଖାଆନ୍ତି ।

୩. ଡିଟକ୍ସ ଡ୍ରିଙ୍କ୍ସ ନିଅନ୍ତୁ : କିଛି ଅଏଲ ଫୁଡ଼ ଖାଇବା ପରେ ଡିଟକ୍ସ ଡ୍ରିଙ୍କ୍ସ ନେବା ଦ୍ୱାରା ଶରୀରରେ ଜମା ହେଉଥିବା ବିଷାକ୍ତ ପଦାର୍ଥ ତୁରନ୍ତ ବାହାରି ଯାଇଥାଏ । ଏଥିପାଇଁ ଆପଣ ଲେମ୍ବୁ ପାଣି ପିଇ ପାରିବେ । ଏହାକୁ ପିଇବା ଦ୍ୱାରା ଶରୀରର ଚର୍ବି କମ ହୋଇଥାଏ ।

୪. କିଛି ଚାଲନ୍ତୁ : ତୈଳ ଯୁକ୍ତ ଖାଦ୍ୟ ଖାଇବା ପରେ କିଛି ସମୟ ବୁଲା ଚଲା କରନ୍ତୁ । ଫଳରେ ଆପଣଙ୍କୁ ଆଉ ଭାରି ଲାଗିବ ନାହିଁ ।

Leave A Reply

Your email address will not be published.