ହେଲ୍‌ଥ କେୟାର ଟିପ୍ସ : ଏମିତି କରନ୍ତୁ ଚେହେରାର ଯତ୍ନ, ନହେଲେ ସମୟ ପୂର୍ବରୁ ହୋଇଯିବେ ବୁଢ଼ୀ

ଦେଶର ଅଧିକାଂଶ ସହରରେ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ପହଞ୍ଚିଛି । ଯେଉଁଥିପାଇଁ ଏହା ଚର୍ମ ଉପରେ ପ୍ରଭାବ ପକାଇବା ସହ ତ୍ୱଚ୍ଚାର ବହୁତ କ୍ଷତି କରୁଛି । ପ୍ରଦୂଷଣ ସଂସ୍ପର୍ଶରେ ଆସି ଚର୍ମ ସମୟ ପୂର୍ବରୁ ବୁଢ଼ୀ ହୋଇଯାଉଛି । ଏଥିପାଇଁ ଆପଣ ଦିନରେ ୪ରୁ ୫ ଗ୍ଲାସ ପାଣି ପିଇବା ସହ ଫେସ୍‌ ପ୍ୟାକ୍‌ ଲଗାଇ ଚର୍ମର ବହୁତ ଯତ୍ନ ନେଇପାରିବେ । ଆଜି ଆମେ ଆପଣଙ୍କୁ ଚର୍ମ ର ଯତ୍ନ ନେବା ପାଇଁ କିଛି ଟିପ୍ସ କହିବୁ । ଯାହା ଆପଣଙ୍କୁ ବହୁତ ସହାୟକ ହେବ ।

ଏହି ଫେସ ପ୍ୟାକ୍‌ ଲଗାନ୍ତୁ :

ବାୟୁ ପ୍ରଦୂଷଣ ଯୋଗୁ ଫେସ ପ୍ୟାକ୍‌ ଲଗାଇବା ଜରୁରୀ ହୋଇପଡ଼ିଛି । ତେଣୁ କଞ୍ଚା ଅମୃତଭଣ୍ଡା ନେଇ ୨୦ ସେକେଣ୍ଡ ଯାଏ ଆପଣଙ୍କ ଚେହେରାରେ ଘସନ୍ତୁ । ଏଥିରେ ନେଚୁରାଲ ଏଞ୍ଜାଇମ ଥାଏ ଯାହା ଚେହେରାର କଳାପଣ ଦୂର କରିଥାଏ । ପ୍ରଦୂଷଣର ହାନିକାରକ ପ୍ରଭାବକୁ ଦୂର କରିବା ପାଇଁ ଚକୋଲେଟ ଫେସ ପ୍ୟାକ୍‌ ଲାଭଜନକ ହୋଇଥାଏ ।

ଏହାକୁ ମଧ୍ୟ ଚେହେରାରେ ଲଗାନ୍ତୁ

ଚେହେରାରେ ବରଫ ଲଗାନ୍ତୁ : ଚେହେରାରେ ବରଫ ଘସିବା ଦ୍ୱାରା ଏହାର ଛୋଟ ଛୋଟ ପୋରସ୍‌ (ଛିଦ୍ର) ବନ୍ଦ ହୋଇଯାଇଥାଏ । ଏହାର ଲାଲପଣ ମଧ୍ୟ ଭଲ ହୋଇଯାଇଥାଏ ।

ଏଲୋବେରା : କିଛି ଅଳ୍ପ ଏଲୋଭରା ଜୁସରେ କିଛି ବୁନ୍ଦା ଟି-ଟ୍ରୀ ଅଏଲ୍‌ ମିଶାନ୍ତୁ ଓ ଏହାକୁ ଚେହେରାରେ ଲଗାଇ ୧୦ ମିନିଟ ଯାଏ ଛାଡନ୍ତୁ ।

ଗୁଲାବ ଜଳ : ଗୁଲାବ ଜଳ ମଧ୍ୟ ତ୍ୱାଚ୍ଚା ପାଇଁ ବହୁତ ଉପକାରୀ । ଏହା ଚର୍ମକୁ ଆରାମ ଦେଇଥାଏ ।

ଲିମ୍ବ : ଛୋଟ ଚାମଚ ଚନ୍ଦନ ପାଉଡର ରେ ଲିମ୍ବ ଓ ତୁଳସୀ ପତ୍ର ଗୁଣ୍ଡ ମିଶାଇ ସେଥିରେ ହଳଦୀ ଓ ପାଣି ମିଶାଇ ଦିଅନ୍ତୁ । ଏହାକୁ ଚେହେରାରେ ୧୫ ମିନିଟ ଲଗାଇ ପରେ ଧୋଇ ଦିଅନ୍ତୁ ।

ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ କ’ଣ କରିବେ :

ଶୋଇବା ପୂର୍ବରୁ ଚେହେରାକୁ ଜରୁର ଧୁଅନ୍ତୁ । ଫଳରେ ଦିନ ସାର ଜମା ହୋଇଥିବା ଧୂଳି ସଫା ହୋଇଯିବ । ଏହାପରେ ଚେହେରାରେ କ୍ରିମ ଲଗାନ୍ତୁ । ବାହରକୁ ଯିବାବେଳେ ଚେହେରାରେ ସ୍କାର୍ପ କିମ୍ବା ମାସ୍କ ପିନ୍ଧନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.