ଏହି ଲୋକମାନଙ୍କୁ କଳାଲୁଣ ଠାରୁ ଦୂରେଇ ରହିବା ଆବଶ୍ୟକ ନହେଲେ ହୋଇପାରେ ଏହିସବୁ ସମସ୍ୟା

ରାଇତା ହେଉ କିମ୍ବା ସାଲାଡ଼ କଳାଲୁଣ ବିନା ସବୁ ଲାଗିଥାଏ ଅଧୁରା । ତା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଭଲ ବୋଲି କୁହାଯାଇଥାଏ । ଏହି ଲୁଣର ସ୍ୱାଦ ଏକ ପ୍ରକାର ଭିନ୍ନ ହେବା ସହିତ ଏଥିରେ ଔଷଧୀୟ ଗୁଣ ମଧ୍ୟ ରହିଥାଏ ।
ସାଧାରଣତଃ ଅନେକ ଲୋକ କଳା ଲୁଣକୁ ବହୁତ ପସନ୍ଦ କରିଥାନ୍ତି ଏବଂ କିଛି ଲୋକ ଅଛନ୍ତି ଯେଉଁ ମାନଙ୍କୁ ଏହାର ସ୍ୱାଦ ବିଲକୁଲ ପସନ୍ଦ ନୁହେଁ । ସାଧାରଣ ଲୁଣ ତୁଳନାରେ କଳା ଲୁଣ ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଇଥାଏ । କିନ୍ତୁ କିଛିଲୋକଙ୍କ ପାଇଁ କଳାଲୁଣ ବହୁତ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଲୋକମାନଙ୍କ ପାଇଁ ଏହି ଲୁଣ କ୍ଷତିକାରକ ହୋଇଥାଏ ବା କେଉଁମାନେ ଏହାଠାରୁ ଦୁରେଇ ରହିବା ଆବଶ୍ୟକ ।
କଳାଲୁଣ ଦ୍ୱାରା ହେଉଥିବା କ୍ଷତି
ଉଚ୍ଚ ରକ୍ତଚାପ ଥିବା ରୋଗୀ ମାନଙ୍କ ପାଇଁ କଳାଲୁଣ ବହୁତ କ୍ଷତିକାରକ ଅଟେ । ସେମାନେ ଏହି ଲୁଣ ଠାରୁ ଦୁରେଇ ରହିବା ଆବଶ୍ୟକ । ଯଦି ଆପଣଙ୍କୁ କଳାଲୁଣ ପସନ୍ଦ ତାହେଲେ ଏହାକୁ ଖାଇବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିନିଅନ୍ତୁ ।
ଆବଶ୍ୟକତା ଠାରୁ ଅଧିକ କଳାଲୁଣ ଖାଇବା ଦ୍ୱାରା ଶରୀରରେ ସୋଡିୟମର ମାତ୍ରା ବଢ଼ିଯାଇଥାଏ । ଏବଂ ଏହା କିଡ଼ନୀ ଫଂକ୍ସନ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ ।
କଳାଲୁଣ ଖାଇବା ଦ୍ୱାରା ହାର୍ଟରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ, କାରଣ ଅଧିକ କଳାଲୁଣ ସେବନ ଦ୍ୱାରା ରକ୍ତଚାପ ବଢ଼ିଯାଇଥାଏ ଯାହାଦ୍ୱାରା ହାର୍ଟର ସମସ୍ୟା ବାହାରି ଥାଏ ।
ଏହାସହ ପଢନ୍ତୁ ପାଦର ଲକ୍ଷଣରୁ ହୋଇଯାଆନ୍ତୁ ସତର୍କ, ନହେଲେ ଆପଣ ମଧ୍ୟ ହୋଇପାରନ୍ତି ଏହିଭଳି ଭୟଙ୍କର ରୋଗରେ ପୀଡିତ
ଏହା ସହିତ କଳାଲୁଣ ଖାଇବା ଦ୍ୱାରା ଷ୍ଟୋନ ହେବାର ସମ୍ଭାବନ ଅଧିକ ଥାଏ । କାରଣ କଳାଲୁଣରେ ସୋଡିୟମର ମାତ୍ରା ଅଧିକ ଥାଏ ଯାହାକି ଶରୀରରେ କ୍ରିଷ୍ଟଲର ମାତ୍ରାକୁ ବଢାଇଥାଏ ।