ଡାଇବେଟିସ୍ ଔଷଧ କେତେବେଳେ ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଭାରତରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଛି । ତେବେ ଅନେକ ତଥ୍ୟ ଅନୁସାରେ, ଭାରତରେ ଅଧିକାଂଶ ଡାଇବେଟିସ୍ ରୋଗୀ ଅଛନ୍ତି । କିନ୍ତୁ ଏପରି କ’ଣ ପାଇଁ ହେଉଛି କେବେ ଚିନ୍ତା କରିଛନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ଏପରି ହେବା କାରଣ କ’ଣ ? ଏହାର ସବୁଠାରୁ ବଡ କାରଣ ହେଉଛି ଅନ୍ ହେଲଦି ଡାଏଟ୍, ଖରାପ ଲାଇଫ୍ ଷ୍ଟାଇଲ ଏବଂ ଜେନେଟିକ୍ସ । ତେବେ ମୁଖ୍ୟତଃ ଦୁଇ ପ୍ରକାରର ଡାଇବେଟିସ୍ ଥାଏ ।
ପ୍ରଥମଟି ହେଉଛି ଟାଇପ୍ – ୧, ଯାହା ଏକ ଅଟୋ ଇମ୍ୟୁନ ରୋଗ । ଯେଉଁଥିରେ ଇନସୁଲିନ୍ ନେବାକୁ ପଡିଥାଏ । ଦ୍ୱିତୀୟଟି ହେଉଛି ଟାଇପ୍-୨ ଡାଇବେଟିସ୍, ଯାହା ଖରାପ ଖାଦ୍ୟ ଏବଂ ଲାଇଫ୍ ଷ୍ଟାଇଲ ଯୋଗୁ ହୋଇଥାଏ । ତେବେ ଏହି ରୋଗୀମାନେ ଔଷଧ ସାହାଯ୍ୟରେ ସୁଗର ଲେବଲକୁ ନିୟନ୍ତ୍ରଣ କରାଯାଇପାରିଥାଏ । କିନ୍ତୁ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ସେମାନଙ୍କ ଔଷଧ ଖାଇବା ପାଇଁ ସର୍ବୋତ୍ତମ ସମୟ କ’ଣ ? ତେବେ ଆସନ୍ତୁ ଏହି ବିଷୟରେ ବିଶେଷ ଭାବେ ଜାଣିବା ।
ଦିନକୁ କେତେଥର ସୁଗର ଔଷଧ ଖାଇବା ଉଚିତ୍ ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଡାଇବେଟିସ୍ ରୋଗୀମାନେ ଔଷଧ ସେବନ ସମୟରେ ଯତ୍ନବାନ ହେବା ଉଚିତ୍ । ତେବେ ଏହି ରୋଗୀମାନେ ସଠିକ୍ ସମୟରେ ଔଷଧ ସେବନ କରି ନିଜ ସ୍ୱାସ୍ଥ୍ୟ ଭଲ ରଖିପାରିବେ । ଟାଇପ୍-୨ ଡାଇବେଟିସ୍ ଥିବା ଅଧିକାଂଶ ରୋଗୀ ଦିନକୁ ଥରେ କିମ୍ବା ଦୁଇଥର ଔଷଧ ଖାଇଥାନ୍ତି । ସୁଗର ନିୟନ୍ତ୍ରଣ ମଧ୍ୟ ଏହି ଔଷଧ ସେବନ ଉପରେ ବହୁତ ନିର୍ଭର କରେ । ଯଦି ସୁଗର ଲେବଲ ସର୍ବଦା ଅଧିକ ରହିଥାଏ ତେବେ ଦିନକୁ ଦୁଇଥର ଔଷଧ ଖାଇବା ଉଚିତ୍ ।
ଡାଇବେଟିସ୍ ଔଷଧ କେବେ କେବେ ଖାଇବା ଉଚିତ୍ ?
ସକାଳେ ବ୍ରେକ୍ଫାଷ୍ଟ ଏବଂ ରାତିରେ ଡିନର ପରେ ସୁଗର ଔଷଧ ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଡାକ୍ତରମାନେ କହିଛନ୍ତି ଯେ ଖାଇବାର ୨୫ ମିନିଟ ମଧ୍ୟରେ ଔଷଧ ଖାଇବା ଉଚିତ୍ । ତେବେ ଏହି ସମୟ ଠାରୁ ଅଧିକ ସମୟ ନେବା ସ୍ୱାସ୍ଥ୍ୟ ପ୍ରତି ଠିକ୍ ନୁହେଁ । ଏହା ବ୍ୟତୀତ ଡାଇବେଟିସ୍ ରୋଗୀ ଔଷଧ ଖାଲି ପେଟରେ ମଧ୍ୟ ଖାଇବା ଉଚିତ ନୁହେଁ ।
କେତେବେଳେ ଇନସୁଲିନ୍ ଇଞ୍ଜେକ୍ସନ ନିଆଯିବା ଉଚିତ୍ ?
ଏନେଇ ଡାକ୍ତରମାନେ କହିଛନ୍ତି ଯେ ଟାଇପ୍ – ୧ ଡାଇବେଟିସ୍ ରୋଗୀଙ୍କୁ ସାଧାରଣତଃ ଇନସୁଲିନ୍ ଇଞ୍ଜେକ୍ସନ ନେବାକୁ ପଡେ । ଅବଶ୍ୟ, କେତେକ କ୍ଷେତ୍ରରେ, ଟାଇପ୍-୨ ଡାଇବେଟିସ୍ ରୋଗୀମାନେ ମଧ୍ୟ ଏହାକୁ ନେଇପାରନ୍ତି । ଯେତେବେଳେ ଔଷଧ ଦ୍ୱାରା ସୁଗର ନିୟନ୍ତ୍ରଣ ହୋଇନଥାଏ, ସେହି ସମୟରେ ଏପରି କରାଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଖାଦ୍ୟ ଖାଇବା ପୂର୍ବରୁ ୨୦ ରୁ ୨୫ ମିନିଟ୍ ପୂର୍ବରୁ ଇନସୁଲିନ୍ ଇଞ୍ଜେକ୍ସନ ଗ୍ରହଣ କରାଯିବା ଉଚିତ୍ । ଏହା ପରେ ହିଁ କିଛି ଖାଇବା ଉଚିତ୍ । ଯଦି ଆପଣମାନେ ଏହି ସବୁ ଉପାୟକୁ ସଠିକ୍ ଭାବେ ଫଲୋ କରିବେ, ତାହେଲେ ଆପଣଙ୍କ ଡାଇବେଟିସ୍ ନିୟନ୍ତ୍ରଣରେ ରହିବ ।