ଏହି ଜିନିଷରେ ଭୁଲରେ ବି ମିଶାନ୍ତୁ ନାହିଁ ଲେମ୍ବୁ, ଖରାପ ହୋଇପାରେ ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ ଲେମ୍ବୁ ବହୁତ ଲାଭକାରୀ ହୋଇଥାଏ । ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ ସି ରହିଥାଏ । ଯାହା ଶରୀରରେ ଇମ୍ୟୁନିଟି ପାଓ୍ଵାର ବଢ଼ାଇବାରେ ସାହାଯ୍ୟ କରିଥାଏ । ଶରୀରକୁ ଡିଟକ୍ସିଫାଏ କରିବାରେ ଲେମ୍ବୁ ଠାରୁ ଭଲ ଜିନିଷ ଆଉ କିଛି ନାହିଁ । ସବୁଠୁ ଲେମ୍ବୁର ବ୍ୟବହାର ବେଶୀ ହୋଇଥାଏ ଗରମ ଦିନରେ । ଲେମ୍ବୁରେ ଭିଟାମିନ ସି ଓ କ୍ୟାଲସିୟମ ଭଳି ଗୁଣ ଥିବାରୁ ଏହା ଶରୀର ପାଇଁ ବେଶ ଉପାଦେୟ ହୋଇଥାଏ । ଏତେ ସବୁ ଗୁଣ ଥିଲେ ମଧ୍ୟ ଲେମ୍ବୁକୁ କେତେକ ଜିନିଷରେ ମିଶାଇ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା କ’ଣ ସେହି ସବୁ ଖାଦ୍ୟ ।

ଲେମ୍ବୁ ଓ ଦୁଧ ଏକ ସଂଗରେ ଖାଆନ୍ତୁ ନାହିଁ – ଲେମ୍ବୁ ଓ ଦୁଧ ଏକ ସଂଗରେ ଖାଆନ୍ତୁ ନାହିଁ । କିମ୍ବା ଲେମ୍ବୁ ଖାଇବା ପରେ ସଂଗେ ସଂଗେ ଦୁଧ ଖାଆନ୍ତୁ ନାହିଁ । ଲେମ୍ବୁରେ ସାଇଟ୍ରିକ ଏସିଡ ଥିବାରୁ ଏହା ଦୁଧକୁ ଅମ୍ଳଯୁକ୍ତ ହୋଇ ଦୁଧକୁ ଫଟାଇ ଦେଇଥାଏ । ଦୁଧ ଓ ଲେମ୍ବୁକୁ ଏକ ସଂଗରେ ଖାଇବା ଦ୍ୱାରା ଏସିଡିଟି ଓ ପାଚନ କ୍ରିୟାରେ ଅସୁବିଧା ସୃଷ୍ଟି କରିଥାଏ ।

lemon-
P.C : kohram News

ଲେମ୍ବୁକୁ ଅମୃତ ଭଣ୍ଡା ସହ ଖାଆନ୍ତୁ ନାହିଁ – ଲେମ୍ବୁ ଓ ଅମୃତି ଭଣ୍ଡାକୁ ଏକ ସଂଗରେ କିମ୍ବା ଗୋଟିଏକୁ ଅନ୍ୟ ସହିତ ସେବନ କରନ୍ତୁ ନାହିଁ । ଏହି ଦୁଇ ଜିନିଷର ଗୁଣ ବିରୋଧଯୁକ୍ତ ହୋଇଥିବାରୁ ଏହାକୁ ଏକସଂଗେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଲେମ୍ବୁ ଓ ଅମୃତଭଣ୍ଡାକ ଏକ ସଂଗେ ଖାଇବା ଦ୍ୱାରା ଶରୀରରେ ହେମୋଗ୍ଲୋବିନ ମାତ୍ରା କମ ହୋଇଥାଏ । ଫଳରେ ଆପଣଙ୍କୁ ଏନେମିଆ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.