ଶୀତ ଦିନେ ଜରୁର ଏହି ୪ ଫଳ ଖାଆନ୍ତୁ, ରୋଗ ରହିବ ବହୁ ଦୂରରେ

ଶୀତ ଦିନେ ବଜାରରେ ବହୁ ମାତ୍ରାରେ ଫଳ ମିଳିଥାଏ । ଏହି ସମୟରେ ଫଳ ଦାମ ମଧ୍ୟ କମ ଥାଏ । ସନ୍ତରା,ଡାଳିମ୍ବ, କଦଳୀ ଓ ସେଓ ଶରୀର ପାଇଁ ଅମୃତ ତୁଲ୍ୟ ହୋଇଥାଏ । ଏହି ସବୁ ଫଳରେ  ଭିଟାମିନ ଏ, ସି, ବି ଭଳି ବହୁ ଭିଟାମିନ ଓ ଖଣିଜ ଦ୍ରବ୍ୟ ଥାଏ । ଯଦି ଆପଣ ସବୁଦିନ ଏହି ସବୁ ଫଳ ଖାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ । ଆସନ୍ତୁ ଜାଣିବା ଏମିତି କିଛି ଫଳ ସମ୍ପର୍କରେ ଯାହା ଶୀତ ଦିନେ ଆପଣଙ୍କୁ ସୁସ୍ଥ ରଖିବ ।

ସନ୍ତରା : ଶୀତ ଦିନେ ସନ୍ତରା ବଜାରରେ ପ୍ରଚୁର ମାତ୍ରାରେ ମିଳିଥାଏ । ଏହା ଭିଟାମିନ ସି ଓ କ୍ୟାଲସିୟମରେ ଭରପୁର ରହି ଥିବାରୁ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦା ଦେଇଥାଏ । ଏହା ଶରୀରକୁ ବହୁ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ । ଏହା ଶରୀରରେ ରୋଗ ପ୍ରତିଶେଧକ ଶକ୍ତି ମଧ୍ୟ ବଢ଼ାଇଥାଏ ।

santara
p.c : abplive

ଡାଳିମ୍ବ : ଶୀତ ଦିନେ ଡାଳିମ୍ବକୁ ବହୁତ ଖାଇବା ଆବଶ୍ୟକ । ଏହା ଶୀତ ଦିନେ ରକ୍ତକୁ ପତଳା କରି ବ୍ଲଡ ପ୍ରେସରକୁ ଠିକ୍‌ ରଖିଥାଏ । ଏହା ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

pomegranate

କଦଳୀ : ଥଣ୍ଡା ଋତୁରେ କଦଳୀ ମଧ୍ୟ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ । ଏଥିରେ ବହୁତ ମାତ୍ରାରେ କ୍ୟାଲସିୟମ ମିଳିଥାଏ ଯାହା ହାଡ଼ ମଜବୁତ କରିବାରେ ସହାୟକ ହୋଇଥାଏ । ଏହା ହଜମ ଶକ୍ତିକୁ ମଧ୍ୟ ଭଲ ରଖିଥାଏ । ତେଣୁ ଶୀତ ଦିନେ କଦଳୀ ଖାଇବା ଉଚିତ୍‌ ।

ସେଓ : ଥଣ୍ଡା ଦିନରେ ସେଓ ଖାଇବା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହା ଆମର ଇମ୍ୟୁନି(ରୋଗ ପ୍ରତିରୋଧକ ଶକ୍ତି) ସିଷ୍ଟମକୁ ମଜବୁତ କରିଥାଏ । ଏହା ଶରୀରରେ ଜ୍ୱଳନ ଓ ଇନଫ୍ଲାମେଶନ କମ୍‌ କରିବାରେ ସହାୟକ ହୋଇଥାଏ । ଏଥିରେ ଭିଟାମିନ ସି ଓ ଫାଇବର ପ୍ରଚୁର ମାତ୍ରାରେ ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.