ହଳଦିଆ ଦାନ୍ତକୁ ସଫା କରିବ ଏହି ଫଳ, ନିଜ ଖାଦ୍ୟରେ କରନ୍ତୁ ଆଡ଼
ସମସ୍ତେ ଚାହାନ୍ତି ଭଲ ବ୍ୟକ୍ତିତ୍ଵ। ସେଥିପାଇଁ ପର୍ସନାଲିଟି ଡେଭେଲୋପଏଣ୍ଟ କ୍ଲାସ ମଧ୍ୟ ଅନେକ ଲୋକ ଅଟେଣ୍ଡ କରନ୍ତି। ଆପଣ ଜାଣିଥିବେ ଅନେକ ଲୋକଙ୍କ ଦାନ୍ତ ହଳଦିଆ ଦେଖାଯାଏ । ଯାହପାଇଁ ସେମାନେ ଅନେକ କିଛି କରିଥାଆନ୍ତି। କିନ୍ତୁ ଏହି ହଳଦିଆ ଦାନ୍ତଠାରୁ ଦୂରରେ ରହିବାକୁ ଆପଣଙ୍କୁ ଆପଣେଇବାକୁ ପଡ଼ିବ ଅତି ସରଳ ଉପାୟ। ତାହା ପୁଣି କିଛି ଖାଦ୍ୟ ଖାଇ। ଏମିତି କିଛି ଫଳ ରହିଛି ଯାହାକୁ ଖାଇଲେ ଆପଣଙ୍କ ଦାନ୍ତ ସଫା ରହିବ। ଖାଲି ସେତିକି ନୁହେଁ ଏହି ଫଳକୁ ଖାଇବା ଦ୍ବାରା ଏହାର ଅନେକ ଲାଭ ମିଳିବ ଆପଣଙ୍କୁ।
ଏହି ଫଳଗୁଡ଼ିକୁ ଆପଣଙ୍କ ଖାଦ୍ୟରେ ସବୁଦିନେ ମିଶାଇ ଖାଇବା ଉଚିତ୍ । ଯାହାକି ଡାଏଟିସିଆନ କହିଛନ୍ତି । ଏହା ସହିତ ଦାନ୍ତ ପାଇଁ ମଧ୍ୟ ଏହି ଫଳ ସବୁ ଲାଭଦାୟକ । ପୁଣି ଏହି ଫଳ ଆମ ଦାନ୍ତକୁ ହଳଦିଆ ହେବାରୁ ରକ୍ଷା କରିଥାଏ । ପ୍ରଥମେ ଆସୁଛି ଷ୍ଟ୍ରବେରି, ଏଥିରେ ମୈଲିକ୍ ଏସିଡ୍ ରହିଛି, ଯାହା ଦାନ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏଥିରେ ଫାଇବର ମଧ୍ୟ ଥାଏ ଯାହା ପାଟି ଭିତରେ ଥିବା ଜୀବାଣୁକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏହି ଫଳକୁ ଆପଣ ନିଜ ବ୍ରେକ୍ଫାଷ୍ଟରେ ଖାଇବା ଉଚିତ। ଯାହାଦ୍ବାରା ଆପଣଙ୍କ ଦାନ୍ତ ହଳଦିଆ ହେବା ସମସ୍ୟାରୁ ଦୂରେଇ ରହିପାରିବା ।
ଏହାପରେ ଆସୁଛି ଆପଲ୍ ବା ସେଓ । ଏଥିରେ ଅନେକ ପ୍ରକାରର ଭିଟାମିନ୍ ଏ, ବି, ସି ଭରପୁର ପରିମାଣରେ ରହିଛି । ଏହା ସହିତ ମିନେରାଲ୍ସ, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି। ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ସେଓରେ ମୈଲିକ୍ ଏସିଡ୍ ମଧ୍ୟ ରହିଥାଏ ଯାହା ଲାଳ ତିଆରି କରିବାରେ ସାହାଯ୍ୟ କରିଥାଏ । ଏହି ଲାଳ ଦାନ୍ତକୁ ଧଳା କରିବାରେ ସାହାଯ୍ୟ କରେ ।
କଦଳୀ ମଧ୍ୟ ଦାନ୍ତକୁ ଧଳା ରଖିବାରେ ସାହାଯ୍ୟ କରେ। ଏଥିରେ ଫାଇବର, ଭିଟାମିନ୍ B6 ଏବଂ ମାଙ୍ଗାନିଜ୍ ପରି ପୁଷ୍ଟିକର ପୋଷୋଣ ଅଛି, ଯାହା ପାଟିକୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ । ବ୍ରସ୍ କରିବା ପୂର୍ବରୁ କଦଳୀ ଚୋପାକୁ ଆପଣ ପ୍ରାୟ ୧ ରୁ ୨ ମିନିଟ୍ ପର୍ଯ୍ୟନ୍ତ ଦାନ୍ତରେ ଘଷନ୍ତୁ । ଏହା ଦ୍ଵାରା ଆପଣଙ୍କ ଦାନ୍ତ ସଫା ହୋଇଯିବା । ଦାନ୍ତରୁ ହଳଦିଆ ଅଂଶ ଦୂର ହେବ।