ଆଜି ହିଁ ଘରେ ବନାନ୍ତୁ ହେଲଦି ଆଣ୍ଡ ଟେଷ୍ଟି ଫ୍ରାଏଡ କୋବି ଷ୍ଟିକ

ଆବଶ୍ୟକୀୟ ସାମଗ୍ରୀ

  • ଏକ ବଡ଼ କୋବି
  • ଲେମ୍ବୁ
  • ପିଆଜ ୨ଟି
  • ଟମାଟୋ ୧ଟି
  • କ୍ଷୀର ୧ କପ
  • ସିଝା ମକା ୪ ଚାମଚ
  • କଞ୍ଚାଲଙ୍କା
  • ତେଲ ଓ ଆବଶ୍ୟକ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ଫ୍ରାଏଡ କୋବି ଷ୍ଟିକ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କୋବିକୁ ଭଲଭାବେ କାଟିଦିଅନ୍ତୁ । ତାପରେ ତାକୁ ଧୋଇ ଏକ ପ୍ୟାନରେ ତେଲ ଗରମ କରି ହାଲକା ଭାଜି ଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନରେ ତେଲ ଗରମ କରି ସେଥିରେ କଟା କଞ୍ଚାଲଙ୍କା ଓ ପିଆଜ ପକାଇ ଭାଜନ୍ତୁ । ତାପରେ ସେଥିରେ କଟା ଟମାଟୋ ପକାଇ ଦିଅନ୍ତୁ । ତାପରେ ସେଥିରେ ସିଝା ମକା ପକାଇ ଗୋଳାଇ ଦିଅନ୍ତୁ । ଏହା ଭଲଭାବେ ଭାଜି ହୋଇଗଲା ପରେ ସେଥିରେ ଅଧାକପ କ୍ଷୀର ଓ ଅଧା କପ ପାଣି ଦେଇ ସ୍ୱାଦ ଅନୁସାରେ ଲୁଣ ପକାଇ ଘୋଡାଇ ଦିଅନ୍ତୁ । ଏହାକୁ ଟିକିଏ ଗାଢ଼ ହେବା ପର୍ଯ୍ୟନ୍ତ ଫୁଟିବାକୁ ଛାଡି ଦିଅନ୍ତୁ ।

ଏବେ ଭାଜି ରଖିଥିବା କୋବିର ସ୍ଲାଇସ ଉପରେ ଭଲଭାବେ ଲେମ୍ବୁରସ ଲଗାଇ ଦିଅନ୍ତୁ ଆଉ ତା ଉପରେ ଏହି ଗାଢ଼ ସୁପକୁ କୋବି ଉପରେ ଢାଳି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଫ୍ରାଏଡ କୋବି ଷ୍ଟିକ । ଧନିଆପତ୍ରରେ ଗାର୍ନିସିଙ୍ଗ ଏହାକୁ ଆପଣ ଗରମ ଗରମ ସର୍ଭ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.