ସନ୍ଧ୍ଯାରେ ଘରେ ପ୍ରସ୍ତୁତ କରନ୍ତୁ ଗଜା ମୁଗ ଟିକ୍କି, ଜାଣନ୍ତୁ କେମିତି କରିବେ ?

ଆଜିକାଲି ଲୋକ ସ୍ବାଦ ଅପେକ୍ଷା ସ୍ବାସ୍ଥ୍ଯ ଉପରେ ବେଶୀ ଧ୍ୟାନ ଦେଉଛନ୍ତି। କିନ୍ତୁ କିଛି ଜିନିଷକୁ ଟେଷ୍ଟ ଏବଂ ସ୍ବାସ୍ଥ୍ଯ ପାଇଁ ମିଶାଇ ଖାଇବା ଦ୍ବାରା ଲାଭ ମିଳିଥାଏ। କରୋନା କାଳରେ ସ୍ବାସ୍ଥ୍ଯ ପ୍ରତି ଅଣଦେଖା ବହୁତ ମହଙ୍ଗା ସାଜିପାରେ। ତେଣୁ ବାହାର ଜିନିଷ ନ ଖାଇ ଆପଣଙ୍କର ଯଦି ଚଟପଟା ଖାଇବାକୁ ଇଚ୍ଛା ତେବେ ଆପଣ ମୁଗରେ ପ୍ରସ୍ତୁତ ଟିକ୍କି ଖାଇପାରିବେ। ତେବେ ଆସନ୍ତୁ ଜାଣିବା, କିପରି ଏହାକୁ ପ୍ରସ୍ତୁତ କରିବା।

ଆବଶ୍ଯକ ସାମଗ୍ରୀ: ଗଜା ମୁଗ, ପିଆଜ, କଞ୍ଚାଲଙ୍କା, ରସୁଣ, ଓଟସ୍, ଲୁଣ ସ୍ବାଦନୁସାରେ, ତେଲ, ଚାଟ୍ ମସଲା।

ପ୍ରସ୍ତୁତି ପ୍ରଣାଳୀ: ଗଜା ମୁଗରେ ମିକ୍ସଚର ପକାଇ ହାଲକା ଭାବେ ଗୁଣ୍ଡ କରିଦିଅନ୍ତୁ। ଏବେ ଏକ ପାତ୍ରରେ ଗଜା ମୁଗ ମିକ୍ସଚର ପକାଇ ସେଥିରେ ବାକି ସାମଗ୍ରୀକୁ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ଅଳ୍ପ ଭାଗ ଭାଗ କରି ଟିକ୍କି ପ୍ରସ୍ତୁତ କରିଦିଅନ୍ତୁ।

ଏବେ ଏକ ନନଷ୍ଟିକ ତ୍ବାୱାକୁ ଗରମ କରି ସେଥିରେ ଅଳ୍ପ ତେଲ ପକାଇ ଏହି ଟିକିକୁ ସେକିଦିଅନ୍ତୁ। ଏବେ ଏହାକୁ ପୁଦିନା ଚଟଣୀ ସହିତ ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.