ଓଜନ କମାଇବାକୁ ଲଞ୍ଚ୍‌ରେ ସାମିଲ ଏସବୁ ଜିନିଷ, ଶୀଘ୍ର ହେବେ ପତଳା

ବର୍ତ୍ତମାନ ସମୟରେ ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ଅଛନ୍ତି ଯେ ଶରୀର ପ୍ରତି ଧ୍ୟାନ ଦେବାକୁ ଭୁଲି ଯାଉଛନ୍ତି। ଆଉ କରୋନା ମହାମାରୀ ଆସିବା ପରେ ତ ଏହି ବ୍ୟସ୍ତତା ଦୁଇ ଗୁଣ ହୋଇଯାଇଛି। ସଂକ୍ରମଣରୁ ମୁକ୍ତି ପାଇଁ ଅଧିକାଂଶ କମ୍ପାନୀ ଏବେ ଓ୍ଵାର୍କ ଫ୍ରମ୍‌ ହୋମ୍‌ ପଲିସି ଲାଗୁ କରିଛନ୍ତି। ଫଳରେ ଦିନରେ ଟାଇମ୍‌ ଟେବୁଲ କିଛି ଠିକ୍‌ ରହୁ ନାହିଁ। ୮ ଘଣ୍ଟାର ଅଫିସ କାମ ସାରିବାକୁ ଘରେ ୧୦-୧୨ ଘଣ୍ଟା ଲାଗିଯାଉଛି। ଫଳରେ ଖାଇବା ପିଇବା ସବୁ କିଛି ବିଳମ୍ବ। ବାହାରକୁ ବାହାରିବାକୁ ଲୋକେ ଡରୁଥିବାରୁ ଚଲାବୁଲା ବି କରିପାରୁନାହାନ୍ତି। ଫଳ ସ୍ୱରୂପ ଓଜନ ବଢ଼ୁଛି।

ଏଭଳି ସ୍ଥିତିରେ ଯଦି ଆପଣ ନିଜ ଲଞ୍ଚ୍‌ ଓ ଡିନର ପ୍ରତି ଧ୍ୟାନ ଦେବେ ତେବେ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ। ଲଞ୍ଚ୍‌ରେ ପ୍ରୋଟିନ୍‌, କ୍ୟାଲୋରୀ, ଫାଇଭର ଭଳି ଜିନିଷକୁ ସାମିଲ କଲେ ଶରୀର ସୁସ୍ଥ ରହିବା ସହ ମୋଟାପଣ ବି ଦେଖାଦେବ ନାହିଁ। ତେବେ ଆଜି ଆସନ୍ତୁ ଜାଣିବା ଲଞ୍ଚ୍‌୍‌ରେ କି କି ଖାଦ୍ୟ ଖାଇଲେ ଓଜନ ବଢ଼ିବ ନାହିଁ…

ପନିପରିବା:

ପନିପରିବା ଆମ ଭାରତୀୟଙ୍କ ମୁଖ୍ୟ ଖାଦ୍ୟ। ଅଧିକରୁ ଅଧିକ ପରିବା ଖାଇବା ଦ୍ୱାରା ଶରୀର ପ୍ରାକୃତିକ ଭାବେ ବାଲାନ୍ସ ରହେ। ଏଣୁ ଲଞ୍ଚ୍‌ରେ ଆପଣ ସବୁଜ ପନିପରିବା ଖାଇବା ନିହାତି ଆବଶ୍ୟକ। ପରିବା ଖାଇବା ଦ୍ୱାରା ଶରୀରକୁ ଆଇରନ୍‌, କ୍ୟାଲସିୟମ୍‌, ଭିଟାମିନ୍‌ ଆଦି ପ୍ରଚୁର ମାତ୍ରାରେ ମିଳେ।

ଡାଲି:

ଡାଲି ହେଉଛି ପ୍ରୋଟିନ୍‌ର ଏକ ପ୍ରମୁଖ ସ୍ରୋତ। ଡାଲିରେ ଆଇରନ୍‌, ଜିଙ୍କ ମଧ୍ୟ ପ୍ରଚୁର ମାତ୍ରାରେ ରହିଥାଏ, ଯାହା ଶରୀରକୁ ହାଇଡ୍ରେଟ୍‌ ରଖେ। ଏଣୁ ଓଜନ କମାଇବାକୁ ଆପଣ ପ୍ରତିଦିନ ଅଲଗା ଅଲଗା ଡାଲି ଖାଇପାରିବେ।

ଦହି:

ଦ୍ୱିପ୍ରହରର ଭୋଜନରେ ଆପଣ ଦହିକୁ ନିହାତି ସାମିଲ କରନ୍ତୁ। ଦହି ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ। ଆପଣ ଦହିରେ ଚିନି ପକାଇ ଖାଇପାରିବେ। ନଚେତ୍‌ ସାଲାଡ୍‌ରେ କିମ୍ବା ରାଇତା କରି ମଧ୍ୟ ଭୋଜନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.