କମ୍‌ ବୟସରେ ହେଉନ୍ତି ହାର୍ଟ ଆଟାକ୍‌ ଓ ଡାଇବେଟିସ୍‌ ର ଶିକାର, ପ୍ରତିଦିନ କରନ୍ତୁ ଘଣ୍ଟାଏ ଶାରୀରିକ ପରିଶ୍ରମ

ଇଣ୍ଟରନେଟ ଓ ବିଜ୍ଞାନ ଯୁଗରେ ବ୍ୟକ୍ତି ଦିନକୁ ଦିନ ଅଳସୁଆ ହୋଇ ଯାଉଛି । ଏଥିରେ ସବୁଠୁ ବେଶୀ ପ୍ରଭାବିତ ହେଉଛନ୍ତି ୧୧ ରୁ ୧୭ ବର୍ଷର କିଶୋର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରିପୋର୍ଟ ଅନୁଯାୟୀ ଦୁନିଆରେ ୮୧ % କିଶୋର ଓ ୧୮ ବର୍ଷ ଉପରେ ୨୭.୫ % ବୟସ୍କ ଅଧିକ ପରିଶ୍ରମ କରନ୍ତି ନାହିଁ । WHO ଚେତାବନୀ ଦେଇଛି ଯେ ୨୦୩୦ ବେଳକୁ ୫୦ କୋଟି ଲୋଗୋ ମୋଟାପଣ, ଡାଇବେଟିସ ଓ ହାର୍ଟ ଆଟାକ ଶିକାର ହେବେ । ଏଥିପାଇଁ ଆମର ଜୀବନ ଶୈଳୀ ଦାୟୀ ।

ଏଥିରୁ ରକ୍ଷା ପାଇବାର ଉପାୟ

୫ ରୁ ୧୭ ବର୍ଷ ପିଲା ପ୍ରତିଦିନ ୬୦ ମିନିଟ କଠିନ ପରିଶ୍ରମ, ସପ୍ତାହରେ ୩ ଦିନ ହାଡ ଓ ମାଂସପେଶୀ ମଜବୁତ କରିବା ଭଳି ପରିଶ୍ରମ କରିବା ଉଚିତ୍‌ ।

ଶାରୀରିକ ପରିଶ୍ରମ କରିବା ଦ୍ୱାରା ରୋଗ ହେବାର ବିପଦ କମ ହେଇଥାଏ । ଅସମୟ ମୃତ୍ୟୁ ମଧ୍ୟ ୨୦ ରୁ ୩୦ ପ୍ରତିଶତ କମ ହୋଇଥାଏ ।

ହାଲକା ବ୍ୟାୟାମ, ଚାଲିବା, ସାଇକେଲ ଚଳାଇବା, ଖେଳକୁଦ ଭଳି ଶାରୀରିକ ପରିଶ୍ରମ କରିବା ଉଚିତ୍‌ । ଏହାଦ୍ୱାରା ବାୟୁ ପ୍ରଦୂଷଣ ଓ ଧ୍ୱନୀ ପ୍ରଦୂଷଣ ମଧ୍ୟ କମ ହୋଇଥାଏ ।

ଭାରତରେ ଲଗାତାର ବଢ଼ୁଛି ହାର୍ଟ ଆଟାକ୍‌ ସଂକଟ ।ରିପୋର୍ଟ ଅନୁଯାୟୀ ଚୀନରେ ହାର୍ଟ ଆଟାକ୍‌ ମାମଲା ୨୯.୯ % ବଢ଼ିଥିବା ବେଳେ ଭାରତରେ ୧୬ % ବଢ଼ିଛି । ହେଲେ ଭାରତରେ ଡାଇବେଟିସ ଭୟାବହ ଅବସ୍ଥାରେ ପହଞ୍ଚିଛି ବୋଲି ରିପୋର୍ଟରୁ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.