ଶୀତଦିନେ ଅଧିକ ଥାଏ ହାର୍ଟ ଆଟାକ ଆଶଙ୍କା, କରନ୍ତୁ ଏହି ସବୁ କାମ

ବର୍ତ୍ତମାନ ହାର୍ଟଆଟାକ ପ୍ରାୟ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଏମିତିକି କିଛି ଲୋକ ସୁସ୍ଥ ଥିବା ସମୟରେ ମଧ୍ୟ ହଠାତ୍ ହାର୍ଟଆଟାକ୍ ହେଉଛି । ତେବେ ଆପଣ ହୁଏତ ଜାଣିନଥିବେ କି ଏହି ହାର୍ଟଆଟାକର ଅଧିକ ସମ୍ଭାବନା ଥାଏ ଶୀତ ଦିନରେ । ଥଣ୍ଡା ଦିନରେ ଶରୀରର ତାପମାତ୍ରା ତଳକୁ ଖସିଥାଏ ଯାହା ପାଇଁ ଆମର ସିପ୍ଟେଥେଟିକ୍ ନର୍ଭସ ସିଷ୍ଟମ୍ ଆକ୍ଟିଭ ହୋଇଯାଏ। ଏହା ଦ୍ବାରା ଅନେକ ସମୟରେ ଏହା କୈଟେକୋଲାମାଇନ୍ ବ୍ଲିଡ଼ିଂକୁ ବଢ଼ାଇପାରେ । ଯାହାକି ହାର୍ଟ ଆଟାକର ଆଶଙ୍କାକୁ ବଢ଼ାଇଥାଏ ।

ତେବେ ଆପଣ ଜାଣିଛନ୍ତି ହାର୍ଟ ହେଇଛି ଆମ ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ । ଏହା ପୁଣି ନନ୍ ଷ୍ଟପ କାମ କରିଥାଏ। କିନ୍ତୁ ଭୁଲ ଜୀବନଶୈଳୀ ଓ ଲଖାଦ୍ୟପେୟ ପାଇଁ ହାର୍ଟ ଉପରେ ଅନେକ ଖରାପ ପ୍ରଭାବ ପଡୁଛି।
ପୁଣି ଏକ ରିସର୍ଚ୍ଚରୁ ଜଣାପଡିଛିଯେ ଅନ୍ୟ ଦିନଗୁଡିକ ଠାରୁ ଶୀତ ଦିନରେ ହାର୍ଟ ଜନିତ ରୋଗ ଅଧିକ ବଢ଼ିଥାଏ। ଏହା ଥଣ୍ଡା ହୋଇଯାଇଥାଏ ତେଣୁ ଶୀତ ଦିନରେ ହାର୍ଟକୁ ସୁସ୍ଥ ରଖିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ।ଶୀତ ଦିନରେ ଶରୀରର ତାପମାତ୍ରା କାମିବା ହେତୁ ହାର୍ଟ ରେଟ, ବ୍ଲଡ଼ ପ୍ରେସର୍, କୋଲେଷ୍ଟ୍ରଲ ଲେଭେଲ ବଢ଼ିବାର ଅଧିକ ସମ୍ଭାବନା ଥାଏ । ଯାହାକି ହାର୍ଟ ଜନିତ ରୋଗ କରିପାରେ ।

ତେଣୁ ଏହି ବିଷୟରେ ସିନିଅର କଞ୍ଜଲ୍ଟାଣ୍ଟ ଇଣ୍ଟରଭେସନାଲ୍ କାର୍ଡିଓଲୋଜି ଡାକ୍ତର ଜାକିୟା ଖାଁ କିଛି ଟିପ୍ସ ଦେଇଛନ୍ତି। ସେ କହିଛନ୍ତି ଯେ ନିଜ ହୃଦୟର ଯତ୍ନ ନେବା ପାଇଁ ପ୍ରଥମେ ଆପଣକୁ ଚିନ୍ତା ମୁକ୍ତ ରହିବାକୁ ପଡିବ । ସେଥିପାଇଁ ଆପଣ ନିଜ ମନ ପସନ୍ଦର କମ କରନ୍ତୁ ଯାହା କି ଅନ୍ୟ କୌଣସି ଲୋକଙ୍କୁ ମଧ୍ୟ କଷ୍ଟ ଦେବନି । କାରଣ ହାର୍ଟ ଆଟାକ୍ର ମୁଖ୍ୟ କାରଣ ହେଉଛି ହାଇପରଟେନ୍ସନ। ତେଣୁ ଆପଣକୁ ପ୍ରଥମେ ନିଜର ଲାଇଫ ଷ୍ଟାଇଲକୁ ବଦଳାଇବାକୁ ପଡ଼ିବ। ପର୍କ୍ରେ ବୁଲନ୍ତୁ, ଗଛ ଲଗାନ୍ତୁ, ପେଣ୍ଟିଂ କରନ୍ତୁ, ଏହା ଛଡ଼ା ଯୋଗ ଓ ମେଡିଟେସନ୍ କରନ୍ତୁ ।
ସବୁଠୁ ବଡ଼ କଥା ହେଉଛି ଆପଣକୁ ଭଲ ଭାବେ ଶୋଇବାକୁ ପଡ଼ିବ। ପ୍ରାୟ ୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ। ସବୁଦିନେ ପାଖାପାଖି ୩୦ ମିନିଟ୍ ପର୍ଯ୍ୟନ୍ତ ଏକ୍ସର୍ସାଇଜ୍ କରନ୍ତୁ। ଯୋଗ, ଏକ୍ସର୍ସାଇଜ୍ ଆଦି କରିବା ଦ୍ଵାରା ଥଣ୍ଡା କମିଯାଏ।କାରଣ ଏହା ଶରୀରକୁ ଗରମ କରିଥାଏ। ଶୀତ ଦିନରେ ଅଧିକ ମିଠା କିମ୍ବା ଲୁଣ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ନିଜର ଖାଦ୍ୟରେ ସାଲାଡ଼ ଆଡ଼ କରନ୍ତୁ।