ଅଧିକାଂଶ ସମୟ ଛାତି ଜଳିବା ଭଳି ଅନୁଭବ କରୁଛନ୍ତି କି ? ଆପଣାନ୍ତୁ ଏହି ୩ଟି ଆୟୁର୍ବେଦିକ ଉପାୟ

ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଅନ୍‌ ହେଲଦି ଖାଦ୍ୟ ଯୋଗୁ ହାର୍ଟ ସମ୍ବନ୍ଧୀୟ ସମସ୍ୟା ବଢିବାରେ ଲାଗିଛି । ଯଦି ଆପଣ ମଧ୍ୟ ନିଜ ସ୍ୱାସ୍ଥ୍ୟକୁ ଏହି ସବୁ ରୋଗରୁ ରକ୍ଷା କରିବାକୁ ଚାହୁଛନ୍ତି । ତାହେଲେ ଆପଣ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଉଚିତ୍ । ଯଦି ଆପଣ ମଧ୍ୟ ନିଜ ଛାତି ଜଳିବା ଭଳି ଅନୁଭବ କରୁଛନ୍ତି, ତେବେ ଠିକ୍ ସମୟରେ କିଛି ଆୟୁର୍ବେଦିକ ଉପଚାର ଗ୍ରହଣ କରିବା ଉଚିତ । ନଚେତ୍ ଅନେକ ବଡ଼ ସମସ୍ୟା ଦେଖାଦେଇପାରେ। ସେଥିପାଇଁ ଆସନ୍ତୁ ଜାଣିବା ଏପରି ସମୟରେ ଆପଣ କିପରି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ ଉଚିତ ।

ଯଦି ଆପଣ ମଧ୍ୟ ନିଜ ଛାତି ଜଳୁଥିବା ଭଳି ଅନୁଭବ କରୁଛନ୍ତି, ତାହେଲେ ଆପଣ ଖାଦ୍ୟରେ ନଡ଼ିଆ ପାଣି ଅନ୍ତର୍ଭୁକ୍ତ କରନ୍ତୁ । ଏପରି ଭାବେ ଆପଣ ହୃଦଘାତ ଜନିତ ସମସ୍ୟାରୁ ବହୁ ପରିମାଣରେ ମୁକ୍ତି ପାଇପାରିବେ । ତେବେ ଯଦି ଆପଣ ପ୍ରତିଦିନ ସକାଳୁ ନଡିଆ ପାଣି ପିଉଛନ୍ତି, ତାହେଲେ ଆପଣ ଏହି ସମସ୍ୟାରୁ ବହୁତ ପରିମାଣରେ ଆରାମ ପାଇବେ ।

ତେବେ ନଡିଆ ପାଣି ବ୍ୟତୀତ ଆପଣ ଅଁଳା ରସ, ମେଥି ଏବଂ ଭଜା ଜିରାକୁ ମିଶ୍ରିତ କରି ପିଇପାରିବେ । ଏହା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ବେଶ୍‌ ଲାଭଦାୟକ ପ୍ରମାଣିତ ହୋଇପାରେ । ଯଦି ଆପଣ ଶୀଘ୍ର ଭଲ ହେବାକୁ ଚାହୁଁଛନ୍ତି, ତାହେଲେ ଆପଣ ଏହି ଜିନିଷକୁ ସକାଳେ କିମ୍ବା ସନ୍ଧ୍ୟାରେ ପିଇପାରିବେ । ସେହିପରି ହୃଦଘାତ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଚଣା ସତୁକୁ ପାଣିରେ ମିଶାଇ ପିଇପାରିବେ ।

ଛାତି ଜଳିବା ସମୟରେ ଆପଣ କମଳା ରସରେ ଅଳ୍ପ ଭଜା ଜିରା ଏବଂ ପଥର ଲୁଣକୁ ମିଶ୍ରିତ କରି ପିଇପାରିବେ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଯଦି ଆପଣ ଚାହିଁବେ ଗାଜର ରସରେ ମହୁ ମିଶାଇ ପିଇପାରିବେ । ଏହି ପ୍ରାକୃତିକ ପାନୀୟ ସାହାଯ୍ୟରେ ହୃଦଘାତର ସମସ୍ୟା ଭଲ ହୋଇପାରିବ । ସେଥିପାଇଁ ଯେଉଁମାନଙ୍କ ଏହି ସମସ୍ୟା ହେଉଛି, ସେମାନେ ଏହି ସବୁ ଜିନିଷ ନିୟମିତ ଭାବେ ପିଇବା ଉଚିତ ।

ଆପଣ ଯଦି ଏପରି ଆୟୁର୍ବେଦିକ ପାନୀୟକୁ ନିଜ ଖାଦ୍ୟର ଏକ ଅଂଶ କରୁଛନ୍ତି । ତେବେ ଆପଣଙ୍କ ହାର୍ଟ ସୁସ୍ଥ ରହିବ । ଏହା ସହ ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହେବ ନାହିଁ । ସେଥିପାଇଁ ଆପଣ ପ୍ରତିଦିନ ନିଜ ଡାଏଟ୍‌ ଏହି ସବୁ ଜୁସ୍‌ ସାମିଲ କରନ୍ତୁ । ଏହି ସବୁ ଜିନିଷକୁ ଆୟୁର୍ବେଦରେ ଔଷଧ ଭାବେ ବିବେଚନା କରାଯାଏ । ଏହି କାରଣରୁ ଏହି ସବୁ ଜିନିଷ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.