ସମସ୍ତ ଶାରୀରିକ ସମସ୍ୟାକୁ ଦୂର କରିଥାଏ ଏହି ଫଳ ରସ, ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଉତ୍ତର ଭାରତର ଅନେକ ସ୍ଥାନରେ ବରଗଛ ବା ବଟ ବୃକ୍ଷକୁ ପୂଜା କରାଯାଏ । କିନ୍ତୁ କଣ ଆପଣ ଜାଣନ୍ତି କି ଏହି ଗଛରେ ଅନେକ ଔଷଧିୟ ଗୁଣରେ ଭରି ରହିଛି । ବରଗଛର ଫଳରେ ପ୍ରାକୃତିକ ଖଣିଜ ରହିଥାଏ । ଯାହା ଉଚ୍ଚ ରକ୍ତଚାପକୁ କମ କରିଥାଏ । ତେବେ ଚାଲନ୍ତୁ ଜାଣିବା ଏହି ମିଠା ଫଳର ଷାଇଦା ସମ୍ପର୍କରେ ।

ଏହା ଫିକସ୍ କୋରିକା ପ୍ରଜାତିର ଫଳ ।କାଲିଫର୍ଣ୍ଣିଆର ଫିଗ ଆଡଭାଇଜରୀ ବୋର୍ଡ ମୁତାବକ ଏହି ଫଳରେ ୧୦୦ ଗ୍ରାମର ପୋଷକ ତତ୍ତ୍ୱ ରହିଥାଏ।

ପୋଷକ ତତ୍ତ୍ୱ:

୨୫୯: କ୍ୟାଲୋରି
କାର୍ବୋହାଇଡ୍ରେଟ: ୬୩.୮୭ ଗ୍ରାମ
ଚିନି: ୪୭.୯୨ ଗ୍ରାମ
ଫାଇବର: ୯.୮ ଗ୍ରାମ
ପ୍ରୋଟିନ: ୩.୩୦ ଗ୍ରାମ
ଥାୟାମିନ ଭିଟାମିନ୧: ୦.୦୮୫ ମିଲିଗ୍ରାମ
ନିୟାସିନ ଭିଟାମିନ ବି୩: ୦.୬୧୯ ମିଲିଗ୍ରାମ

hiuvga
pc: wikimedia commons

– ହାର୍ଟ ଆଟାକ ଭଳି ସମସ୍ୟାକୁ ଦୂର କରିଥାଏ ଏହି ଫଳ । ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏଥିରେ ଥିବା ହାଇ ପୋଟାସିୟମର ପରିମାଣ ଶରୀରରେ ସୋଡିୟମର ସ୍ତରକୁ ନିୟନ୍ତ୍ରଣ ରଖିଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦିନକୁ ଥରେ ଏହି ଫଳ ଖାଇବା ଦ୍ୱାରା ହାର୍ଟ ଆଟାକ ଭଳି ସମସ୍ୟା ଦେଖାଯାଏ ନାହିଁ ।

– ଶରୀରରେ ଇମ୍ୟୁନିଟି ପାୱାର ବଢ଼ାଇବାରେ ସହାୟକ ହୋଇଥାଏ ବରଗଛ ଫଳ । ଏହାର ପତ୍ରରେ ହେକ୍ସେନ , ବ୍ୟୁଟେନାଲ, କ୍ଲୋରୋଫର୍ମ ଏବଂ ପାଣି ମହଜୁଦ ରହିଛି । ଏହା ସଂଯୁକ୍ତ ଭାବେ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ।

– ଶରୀରରେ ଓଜନ ହ୍ରାସ କିମ୍ବା ବୃଦ୍ଧି ପାଇଁ ଏହି ଫଳ ସକ୍ଷମ ହୋଇଥାଏ । ଏଥିରେ ଫାଇବର ଥିବା କାରଣରୁ ଏହା ଶରୀରରେ ଓଜନ ବଢ଼ାଇଥାଏ। ସେହିପରି ଓଜନ ହ୍ରାସ ପାଇଁ ଏହାର ଜୁସକୁ ବିନା କ୍ଷୀର ଓ ଚିନିରେ ପିଇପାରିବେ ।

– ଡିପ୍ରେସନକୁ କମ କରାଇବାରେ ଏହା ସହାୟକ ହୋଇଥାଏ । ଏନସିବିଆଇର ଦ୍ୱାରା ଲେଖାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ବରଗଛର ଏମିତି ତତ୍ତ୍ୱ ମହଜୁଦ ଅଛି , ଯାହା ମାନସିକ ଅଶାନ୍ତିକୁ ଦୂର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.