ତ୍ୱଚା ପାଇଁ ଷ୍ଟିମ ନେବା କାହିଁକି ହୋଇଥାଏ ଲାଭଦାୟକ, ଜାଣନ୍ତୁ ଏହା ପଛର କାରଣ

ଯେଉଁମାନେ ସର୍ବଦା ଚେହେରାରେ ଷ୍ଟିମ ନେଇଥାନ୍ତି ସେମାନଙ୍କ ତ୍ୱଚାର ମୃତ କୋଷ ବାହରି ଯାଇଥାଏ ଏବଂ ଜମିଥିବା ମଇଳା ସଫା ହୋଇଯାଏ । ଯେଉଁମାନଙ୍କର ବ୍ଲାକହେଡ୍ସ ବା ହ୍ଵାଇଟହେଡ୍ସ ଭଳି ସମସ୍ୟା ଥାଏ ସେମାନେ ଷ୍ଟିମ ନେବା ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ । ଏହା କରିବା ଦ୍ୱାରା ତ୍ୱଚା ସଫା ହୋଇଥାଏ ।

(କେନ୍ୟୁଜ ବ୍ୟୁରୋ): ଆପଣ ଅଧିକାଂଶ ସମୟରେ ଦେଖିଥିବେ ପାର୍ଲର କିମ୍ବା ଘରେ କିଛି ଲୋକ ନିଜ ମୁଣ୍ଡରେ ତଉଲିଆ ରଖି ଗରମ ପାଣିର ଷ୍ଟିମ ନେଇଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ମହିଳାମାନେ କାହିଁକି ଏପରି କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏହି ଷ୍ଟିମ ଦ୍ୱାରା କଣ ଲାଭ ମିଳିଥାଏ ତାହା ଜଣାଇବୁ । ଷ୍ଟିମ ନେବା ସମୟରେ କିଛି ଲୋକ ଗରମ ପାଣିରେ ନିମ୍ବ, ଲୁଣ ଏବଂ ଲେମ୍ବୁ ଭଳି କିଛି ପଦାର୍ଥ ମିଶାଇଥାନ୍ତି । ଏହି ସବୁ ମିଶ୍ରଣ ତ୍ୱଚା ପାଇଁ କଣ ଲାଭ ଦେଇଥାଏ ତାହା ହୁଏତ ଆପଣମାନେ ଜାଣି ନଥିବେ । ତେବେ ଏହି ରହସ୍ୟ ବିଷୟରେ ଆସନ୍ତୁ ଜାଣିବା ।

ଯେଉଁମାନେ ସର୍ବଦା ଚେହେରାରେ ଷ୍ଟିମ ନେଇଥାନ୍ତି ସେମାନଙ୍କ ତ୍ୱଚାର ମୃତ କୋଷ ବାହରି ଯାଇଥାଏ ଏବଂ ଜମିଥିବା ମଇଳା ସଫା ହୋଇଯାଏ । ଯେଉଁମାନଙ୍କର ବ୍ଲାକହେଡ୍ସ ବା ହ୍ଵାଇଟହେଡ୍ସ ଭଳି ସମସ୍ୟା ଥାଏ ସେମାନେ ଷ୍ଟିମ ନେବା ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ । ଏହା କରିବା ଦ୍ୱାରା ତ୍ୱଚା ସଫା ହୋଇଥାଏ ।
ଆପଶ ନିଜ ତ୍ୱଚାର ଯେତେ ଅଧିକ ଯତ୍ନ ନେଉଥିଲେ ମଧ୍ୟ କେବେକେବେ ଆପଣଙ୍କ ତ୍ୱଚା ଶୁଷ୍କ ନଜର ଆସିଥାଏ । ଏହି ସମୟରେ ଷ୍ଟିମ ନେବା ଆବଶ୍ୟକ, ଏହା ଦ୍ୱାରା ତ୍ୱଚାରେ ଭଲ ଭାବେ ବ୍ଲଡ ସର୍କୁଲେସନ ହୋଇଥାଏ, ଏବଂ ତ୍ୱଚା ଠିକ ରହିଥାଏ ।

ଅନେକ ସମୟରେ ଶରୀରରେ ପାଣିର ମାତ୍ରା କମ ହୋଇଥିବାରୁ ଆମ ତ୍ୱଚା ଡିହାଇଡ୍ରେଟେଡ ହୋଇଯାଏ । ତ୍ୱଚାକୁ ଠିକ ରଖିବା ପାଇଁ ଆପଣଙ୍କୁ ଫେସ ଷ୍ଟିମିଙ୍ଗ କରିବା ଉଚିତ, ଯାହା ଦ୍ୱାରା ତ୍ୱଚା ହାଇଡ୍ରେଟେଡ ରହିଥାଏ । ଏହା କରିବା ଦ୍ୱାରା ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ହୋଇଥାଏ ।

ଷ୍ଟିମ ନେବା ଦ୍ୱାରା ତ୍ୱଚାରେ କୋଲେଜନ ଏବଂ ଅଲାଷ୍ଟିନ ଅଭିବୃଦ୍ଧି ବଢ଼ିଥାଏ । ଯାହା ଦ୍ୱାରା ଚେହେରା ଅଧିକ ଉଜ୍ଜ୍ୱଳ ଦେଖାଯାଇଥାଏ । ସାଧାରଣତଃ, ତ୍ୱଚା ବିଶେଷଜ୍ଞମାନେ ସପ୍ତାହରେ ୩ ଥର ଷ୍ଟିମ ନେବାକୁ ପରାମର୍ଶ ଦେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.