ଲାଇଫ୍ ଷ୍ଟାଇଲ୍

ଗାଁଠୁ ସହର ବଦଳିଗଲାଣି ସମସ୍ତଙ୍କ ଜୀବନଶୈଳୀ: ଘରେ ଘରେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗୀ

ବ୍ରହ୍ମପୁର(କେନ୍ୟୁଜ): ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ଗାଁ ଠୁ ସହର ସବୁ ଅଞ୍ଚଳକୁ ଗ୍ରାସ କରିବାରେ ଲାଗିଛି । ସମୟ ସହିତ ତାଳ ଦେଇ ଆମ ଚଳଣି ରେ ପରିବର୍ତ୍ତନ ଘଟୁଥିବା ବେଳେ ଖାଦ୍ୟ ପେୟ ରେ ଘଟୁଛି ପରିବର୍ତ୍ତନ । ଅନେକ କହନ୍ତି ସହର ଅପେକ୍ଷା ଗାଁ ରେ ମିଳିଥାଏ ଶାନ୍ତି ଓ ଗାଁ ର ଚଳଣି ମଧ୍ୟ ନିଆରା । ହଁ ସତ କଥା କିନ୍ତୁ ଧିରେ ଧିରେ ଏହି ଦୁଇ ପ୍ରକାର ରୋଗୀ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି ।

ଆମ ଜୀବନ ଶୈଳୀରେ ଅନେକ କ୍ଷେତ୍ରରେ ଦୁଇ ଗୋଟି ରୋଗ ଏକ ପ୍ରକାର ମିଶିଯାଇଛି । ତାହା ହେଲା ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ । ଏହି ରୋଗ ସମ୍ପର୍କରେ ଅନେକ ଲୋକଙ୍କ ଅନେକ ମତ ଶୁଣିବାକୁ ମିଳୁଥିବା ବେଳେ ଏହାର ପ୍ରତିଷେଧକ ବ୍ୟବସ୍ଥା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ବାହାରିଛି । ତେବେ ଅନେକଙ୍କ ଧାରଣା ଥାଏ ସହର ପରି ଗାଁ ରେ ଏହି ପ୍ରକାର ରୋଗୀ ବୃଦ୍ଧି ପାଇବ ନାହିଁ । କାରଣ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଜୀବନ ଶୈଳୀ ଅଲଗା ଓ ସେମାନେ ପରିଶ୍ରମୀ ।

ତେବେ ଏହା ଧିରେ ଧିରେ ଭୁଲ ପ୍ରମାଣିତ ହେବାରେ ଲାଗିଛି। ଗ୍ରାମାଞ୍ଚଳ ର ଲୋକଙ୍କ କଥା ଅନୁସାରେ, ଗାଁ ର ପିଲାମାନେ କାମ ଧନ୍ଦା କରିବାକୁ ବାହାର ରାଜ୍ୟକୁ ଯାଇ ସେଠାକାର ଖାଦ୍ୟ ସହ ମିଶିଯିବା ପରେ ସେମାନେ ଗାଁ କୁ ଫେରିଲେ ଫାଷ୍ଟ ଫୁଡ ଖାଦ୍ୟ ଓ ଅନ୍ୟାନ୍ୟ ଖାଦ୍ୟ ସହ ପରିବାର ଲୋକ ସେହି ଖାଦ୍ୟ ସହ ଆଡ଼ଜଷ୍ଟ ହେବାକୁ ପଡୁଛି ଏବଂ ଖାଦ୍ୟ ରେ ପରିବର୍ତ୍ତନ ମଧ୍ୟ ଘଟୁଛି । ବହୁ ପୂର୍ବରୁ ଗାଁ ରେ ଖାଦ୍ୟପେୟ ଭଲ ହେଉଥିଲା ଏବେ କିନ୍ତୁ ତାହା ଏବେ ନାହିଁ ବଦଳି ଯାଉଛି । ମସଲା ତେଲ ଖାଦ୍ୟ ବୃଦ୍ଧି ପାଇଛି। ଏବେ ବିନା ସାର ଔଷଧ ରେ ଚାଷ ହେଉନାହିଁ । ସଞ୍ଜରେ ଫସଲରେ ଔଷଧ ପଡୁଛି ସକାଳୁ ସେହି ଫସଲ ଲୋକ କିଣି ଖାଉଛନ୍ତି । ତେଣୁ ଗ୍ରାମାଞ୍ଚଳରେ ବି ରୋଗ ବୃଦ୍ଧି ପାଉଛି ।

ପୂର୍ବରୁ ଲୋକ ମାନେ ମାଣ୍ଡିଆ ଜାଉ ଖାଉଥିଲେ ଯାହାକି ଶରୀର କୁ ସୁସ୍ଥ କରୁଥିଲେ କିନ୍ତୁ ତାହା ଏବେ ଦେଖିବାକୁ ମିଳୁନାହିଁ ମଧୁମେହ ରୋଗ ହେଲେ ଜାଉ ଖାଇବା ଅଭ୍ୟାସ ହେଉଛି ବୋଲି କହନ୍ତି ବୟସ୍କ ବ୍ୟକ୍ତି । କିଛି କୁହନ୍ତି ପୂର୍ବରୁ ଏହି ରୋଗ ଥିଲା ତେବେ ଅନ୍ୟ ନା ର ଲୋକ ଚିହ୍ନୁ ଥିଲେ ଏବେ ରୋଗର ନାମକରଣ ହୋଇଛି ।

ଏଲୋପାଥିକ ଔଷଧ ଏହି ଦୁଇ ରୋଗ ପାଇଁ ଆବଶ୍ୟକ ହୋଇଥିବା ବେଳେ ଆୟୁର୍ବେଦିକ ଔଷଧ ମଧ୍ୟ ଉପଶମ ହୋଇ ପାରିବ ବୋଲି କହନ୍ତି ଆୟୁର୍ବେଦିକ ଚିକିତ୍ସକ । ଔଷଧ ଖାଇବା ସହିତ ବ୍ୟାୟାମ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ପଡୁଥିବା ବେଳେ ଜଣେ ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ କୁହନ୍ତି । ଏବେ ମେଡିକାଲ ସୁବିଧା ହେଲା ଲୋକ ସଚେତନ ହେଲେ ରୋଗୀ ଚିହ୍ନଟ ହେଲା ଏବଂ ଔଷଧ ମଧ୍ୟ ପାଇଲେ ଯାହାକି ପୂର୍ବରୁ ନ ଥିଲା , ତେବେ ଲୋକ ଖାଦ୍ୟ ପେୟରେ ପରିବର୍ତ୍ତନ କରିବାର ଆବଶ୍ୟକ ରହିଥିବା ଡାକ୍ତର କହିଛନ୍ତି ।

ରକ୍ତଚାପ ଓ ମଧୁମେହ ରୋଗ ଏକ ସାଧାରଣ ରୋଗ ହୋଇଗଲାଣି । ଆଉ ଏହି ରୋଗ ନିଜ ସହ ଏକାଧିକ ରୋଗକୁ ମଧ୍ୟ ଆମନ୍ତ୍ରଣ କରିପାରେ । ଘରେ ଘରେ ଲୋକମାନେ ଏବେ ଏହି ରୋଗର ଶିକାର ହେଉଛନ୍ତି । ତେଣୁ ବଦଳାନ୍ତି ନିଜ ଖାଦ୍ୟ ପାନୀୟ । ନିଜେ ସୁରକ୍ଷିତ ରୁହନ୍ତୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ।

 

Sonalisa

Recent Posts

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

3 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

12 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

28 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

43 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

56 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

56 mins ago