ଲାଇଫ୍ ଷ୍ଟାଇଲ୍

ଉଚ୍ଚ ରକ୍ତଚାପ ହୃଦଘାତକୁ ଆମନ୍ତ୍ରଣ କରେ, ଜାଣନ୍ତୁ ଜୀବନ ରକ୍ଷା କରିବା ପାଇଁ ଏହାର ସରଳ ପ୍ରତିକାର

ଉଚ୍ଚ ରକ୍ତଚାପ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଗଲାଣି। ଯଦି ସମୟ ପୂର୍ବରୁ ଏଥିପ୍ରତି ଧ୍ୟାନ ନ ଦିଆଯାଏ ତେବେ ଅନ୍ୟ ରୋଗ ଜନ୍ମ ହୋଇପାରେ। ଉଚ୍ଚ ରକ୍ତଚାପ ସାଧାରଣତ ଚିହ୍ନଟ ହୁଏ ନାହିଁ । କାରଣ ଏହାର କୌଣସି ଚିହ୍ନ ଏବଂ ଦୃଶ୍ୟମାନ ଲକ୍ଷଣ ନ ଥାଏ। ତେଣୁ ଆମେ ଏହାକୁ ନୀରବ ଘାତକ ବୋଲି କହିପାରିବା। ଯଦି ଠିକ୍ ସମୟରେ ଉଚ୍ଚ ରକ୍ତଚାପର ଯତ୍ନ ନିଆଯାଏ ନାହିଁ, ତେବେ ଏହା ସମୟ ସହିତ ବୃଦ୍ଧି ପାଇପାରେ । ସେହିଭଳି ଷ୍ଟ୍ରୋକ୍ ଏବଂ ହୃଦ୍‌ଘାତ ଭଳି ହୃଦଘାତର ଆଶଙ୍କା ବଢାଇପାରେ। ଏହା ସହିତ, ଆପଣ ଏହାକୁ କିପରି ସଠିକ୍ ଭାବରେ ପରିଚାଳନା କରିପାରିବେ ସେ ସମ୍ବନ୍ଧରେ ଆସନ୍ତୁ ଜାଣିବା ।

ରକ୍ତ ଚାପରୁ ହେଉଥିବା ବିପଦ

ଉଚ୍ଚ ରକ୍ତଚାପକୁ ନେଇ ବହୁତ ସାବଧାନ ରହିବାକୁ ପଡ଼ିବ। ଏହା କେବଳ ହୃଦୟ ସମ୍ବନ୍ଧୀୟ ରୋଗ ସୃଷ୍ଟି କରେ ନାହିଁ। ଯଦି ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଣଦେଖା କରାଯାଏ ତ କେତେକ ଚରମ ପରିସ୍ଥିତିରେ ଉଚ୍ଚ ରକ୍ତଚାପ ଏକାଧିକ ଅଙ୍ଗ ବିଫଳତା, ଅନ୍ଧତା, ମସ୍ତିଷ୍କ ସଙ୍କୋଚନ, କିଡନୀ ବିଫଳତା ଏବଂ ବ୍ରେନ ଷ୍ଟ୍ରୋକର କାରଣ ହୋଇପାରେ। ଏତିକି ନୁହେଁ, ସ୍ତର ଅତିକ୍ରମ କଲାବେଳେ ଶିରାରେ ରକ୍ତଚାପର ତୀବ୍ରତା ମଧ୍ୟ ବଢିଯାଇଥାଏ।

କେତେ ପରିମାଣର ରକ୍ତଚାପ ରହିବା ଦରକାର

ଡାକ୍ତରଙ୍କ କହିବା ଅନୁସାରେ ୧୩୫ରୁ ୧୪୫ ମିଲି ଇକ୍ୟୁଭାଲେଣ୍ଟ ପ୍ରତି ଲିଟର ହେବା ଦରକାର। ୧୪୫ରୁ ଅଧିକ ହେବା ଦ୍ବାରା ଶରୀରରେ କେତେକ ଅସୁବିଧା ଦେଖାଦେଇପାରେ। ୧୩୫ରୁ ମିଲି ଇକ୍ୟୁଭାଲେଣ୍ଟ ପ୍ରତି ଲିଟର କମ ହେଲେ ବି କେତେକ ସମସ୍ୟା ଦେଖାଦେବାର ଦାବି କରିଛନ୍ତି। ନିମ୍ନ ରକ୍ତଚାପ ହେଲେ ଥକାପଣ, ଫୁଲା ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ସାଧାରଣ ରକ୍ତଚାପ ରିଡିଙ୍ଗ ହେଉଛି ୧୨୦/୮୦ mmHg। ୧୪୦/୯୦mmHg ରୁ ଅଧିକ ରକ୍ତଚାପ ଉଚ୍ଚ ରକ୍ତଚାପ ଭାବେ ବିବେଚନା କରାଯାଏ ।

କେବେ କରିବା ଦରକାର ଯାଞ୍ଚ

ଏହାର କୌଣସି ସଠିକ ବୟସ ନଥାଏ। କିନ୍ତୁ ୪୦ବର୍ଷ ବୟସ ପରେ ପ୍ରତ୍ୟେକ ବର୍ଷ ରକ୍ତଚାପର ଯାଞ୍ଚ କରିବାକୁ ପଡ଼ିଥାଏ। ଅଳ୍ପ ବୟସରେ ଯେଉଁମାନଙ୍କର ମେଦବହୁଳତା, ଧୂମପାନ କିମ୍ବା ଉଚ୍ଚ ରକ୍ତଚାପର ବଂଶାନୁଗତିକ ପୀଡ଼ିତ ଥିବେ ସେମାନେ ପରୀକ୍ଷା କରିବେ। ଏହିପରି ଲୋକମାନେ ସେମାନଙ୍କର ସେରମ୍ ଇଲେକ୍ଟ୍ରୋଲାଇଟ୍ସ ପରୀକ୍ଷା କରିବା ଉଚିତ୍। ରିପୋର୍ଟରେ ସୋଡିୟମ୍, ପୋଟାସିୟମ୍ କ୍ଲୋରାଇଡ୍ ଧ୍ୟାନ ଦେବା ଉଚିତ୍।

କିପରି ନିୟନ୍ତ୍ରଣ କରାଯିବ ଉଚ୍ଚ ରକ୍ତଚାପ

ବରିଷ୍ଠ ପରାମର୍ଶଦାତାଙ୍କ ଅନୁସାରେ ଯଦି କେହି ଉଚ୍ଚ ରକ୍ତଚାପରେ ପୀଡିତ ଅଛନ୍ତି ତେବେ ବହୁ କ୍ଷେତ୍ରରେ ସେହି ଲୋକମାନଙ୍କୁ ନିୟନ୍ତ୍ରଣରେ ରଖିବାକୁ ଔଷଧ ନେବାକୁ ପଡ଼ିଥାଏ। ମାତ୍ର ଏହାକୁ ଆପଣ ଚାହିଁଲେ ଖାଦ୍ୟ ଗ୍ରହଣ ଅନୁସାରେ ନିୟନ୍ତ୍ରର କରିପାରିବେ । ଯଦି ଆପଣ ଖାଦ୍ୟରେ ଲୁଣ ଖାଇବା କମ କରିଦେଉଛନ୍ତି ତ ଉଚ୍ଚ ରକ୍ତଚାପକୁ କମ କରିବାରେ ବହୁ ସୁଫଳ ମିଳିଥାଏ। ବିଶେଷଜ୍ଞଙ୍କ ଅନୁସାରେ ଆମମାନଙ୍କୁ ଗୋଟିଏ ଦିନରେ ଗୋଟିଏ ଚାମଚରୁ ଅଧିକ ଲୁଣ ଖାଇବା ଉଚିତ ନୁହେଁ । ଡିଏଏସଏଚ ଆହାର ଅନୁସାରେ ଉଚ୍ଚ ରକ୍ତଚାପକୁ ସୋଡିୟମ ଖାଇଲେ ଏହାକୁ ନିୟନ୍ତ୍ରିତ କରିପାରିବା। ଡିଏଏସଏଚ ଦ୍ବାରା ପ୍ରତ୍ୟେକ ଦିନ କେବଳ ଦୁଇ ଚାମଚ ଲୁଣ ଖାଇବାକୁ କୁହାଯାଉଛି। ଡିଏଏସଏଚ ଡାୟଟରେ ବହୁତ ପନିପରିବା, ସନ୍ତୁଳିତ ଖାଦ୍ୟ ଖାଇବା ଏବଂ କେବଳ ୫୦ପ୍ରତିଶତ ଘିଅ ଏବଂ ମାର୍ଗାରିନର ସାମାନ୍ୟ ଭାବେ ଉପଯୋଗ କରିବାକୁ କୁହାଯାଇଥାଏ। ଏହା ବ୍ୟତୀତ, ଆମେ ମଧ୍ୟ ଭଜା ଜିନିଷ ଖାଇବା କିମ୍ବା ପିଇବାକୁ ବି ସୀମିତ କିମ୍ବା ବନ୍ଦ କରିବା ଉଚିତ । କାରଣ ଭଜା ଜିନିଷରେ ଲୁଣର ପରିମାଣ ଅଧିକ ।

Barsha

Recent Posts

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋ…

56 seconds ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

1 hour ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

1 hour ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago

ଆଜିର ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 hours ago