ପ୍ରବଳ ଥଣ୍ଡା ପାଇଁ ବଢ଼ୁଛି ବ୍ରେନ ଷ୍ଟ୍ରୋକ ଓ ବ୍ରେନ ହାମରେଜ୍, ଡାକ୍ତର କଲେ ଆଶ୍ଚର୍ଯ୍ୟକର ଖୁଲାସା

ପ୍ରବଳ ଥଣ୍ଡାରେ ବ୍ରେନ ଷ୍ଟ୍ରୋକ ଆଶଙ୍କା ଅଧିକ । ଥଣ୍ଡା ଯୋଗୁ ବ୍ରେନ ଷ୍ଟ୍ରୋକ ଓ ବ୍ରେନ ହାମରେଜ୍ର ସଂଖ୍ୟା ବଢି ଚାଲିଛି । ଉତ୍ତର ପ୍ରଦେଶ କାନପୁରରେ ଏହି ମାମଲା ବଢି ଚାଲିଛି । କାନପୁର ହସ୍ପିଟାଲରେ ଗତ କିଛି ଦିନ ବ୍ରେନ ଷ୍ଟ୍ରୋକ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି ।

ଏପରିକି ଜଣେ ୧୪ ବର୍ଷର ଶିଶୁ ବ୍ରେନ ଷ୍ଟ୍ରୋକର ଶିକାର ହୋଇ ମୃତ୍ୟୁବରଣ କରିଛି । ତେବେ ଅଧିକ ଥଣ୍ଡା କାରଣରୁ ଅଧିକାଂଶ ଲୋକ ଉଚ୍ଚ ରକ୍ତ ଚାପର ଶିକାର ହେଉଛନ୍ତି । ଯାହା ପରେ ବ୍ରେନ ଷ୍ଟ୍ରୋକର କାରଣ ପାଲଟୁଛି ବୋଲି କହିଛନ୍ତି ସାର ଗଙ୍ଗାରାମ ହସ୍ପିଟାଲ ସିନିୟର ନ୍ୟୁରୋଲୋଜିଷ୍ଟ ଡ. ସିଏସ ଅଗ୍ରଓ୍ଵାଲ ।

ବନ୍ଦ ଘରେ ଓ ଉଚ୍ଚ ସ୍ଥାନରେ ବ୍ରେନ ଷ୍ଟ୍ରୋକର ଆଶଙ୍କା ଅଧିକ । ତେଣୁ ଶୀତଦିନରେ ରକ୍ତଚାପ ଥିବା ଲୋକଙ୍କୁ ସତର୍କ ରହିବାକୁ ପଡିବ ବୋଲି ଡ. ଆଗ୍ରଓ୍ଵାଲ କହିଛନ୍ତି । ଶୀତଦିନରେ କମ ଝାଳ ବାହାରୁଥିବାରୁ ଶରୀରରେ ସୋଡିୟମ ପରିମାଣ ବଢିଯାଏ। ଯାହାଦ୍ୱାରା ରକ୍ତ ଚାପ ବୃଦ୍ଧିପାଏ ।

ଉକ୍ତ ରକ୍ତଚାପ, ମୋଟାପଣ, ଖରାପ ଜୀବନ ଶୈଳୀ, ଅମ୍ଲଜାନ ଅଭାବ ଆଦି କାରଣରୁ ବ୍ରେନ ଷ୍ଟ୍ରୋକ ହେଉଛି । ଶୀତଦିନରେ ଭିଟାମିନ ଡି ଟାବଲେଟ ଖାଇବା ସହ ଅଧିକ ଥଣ୍ଡା ଥିଲେ ମର୍ଣ୍ଣିଂ ଓ୍ଵାକରେ ନଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.