ପାଦରୁ ଜାଣିପାରିବେ ଶରୀରରେ ବ୍ଲଡ ସୁଗାରର ମାତ୍ରା

ଡାଇବେଟିଜ ସମସ୍ୟାରେ ବଢ଼ୁଥିବା ବ୍ଲଡ ସୁଗାର ଲେଭଲ ବିପଜ୍ଜନକ ହୋଇଥାଏ ।ଲଗାତାର ଭାବେ ବ୍ଲଡ ସୁଗାର ବଢ଼ିବା କାରଣରୁ ହାର୍ଟ ଆଟାକ, ଦୃଷ୍ଟି ଶକ୍ତି କମ ହେବା, ଫୁଟ ଅଲସର, ସ୍କିନ ଏବଂ ୟୁରିନ ଇନଫେକସନ୍‌ ଆଦି ସମସ୍ୟା ହୋଇଥାଏ । ଯଦି ଆପଣଙ୍କ ବ୍ଲଡ ସୁଗାର ମାତ୍ରା ବଢ଼ିଯାଏ ତେବେ ଏହାର ଲକ୍ଷଣ ଆପଣଙ୍କ ପାଦରେ ମଧ୍ୟ ନଜର ଆସିଥାଏ। ଯଦି ଜାଣିନାହାଁନ୍ତି ତେବେ ଆଜି ଜାଣନ୍ତୁ।

-ପାଦ ଶୀତଳ ପଡିଯିବା ହାଇ ବ୍ଲଡ ପ୍ରେସରର ସଙ୍କେତ ହୋଇଥାଏ। ଶରୀରରେ ଏହାର ମାତ୍ରା ଅଧିକ ହେବା କାରଣରୁ ବ୍ଲଡ ସର୍କୁଲେସନରେ ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ଆପଣଙ୍କ ପାଦ ଶୀତଳ ପଡ଼ିଯାଏ । ପାଦକୁ ଟିକେ ବି କିଛି ଅନୁଭବ ହୁଏ ନାହିଁ।
-ବ୍ଲଡ ସୁଗାର ମାତ୍ରା ବଢ଼ିବା କାରଣରୁ ପାଦ ଫୁଲିଯାଏ। ଏହାସହ ପାଦ ଦର୍ଜ ହୋଇଯାଏ । ଏହାଦ୍ୱାରା ଓ୍ଵାଟର ରିଣ୍ଟେସନ ଏବଂ କିଡନୀ ସହ ଜଡ଼ିତ ସମସ୍ୟା ଦେଖାଯାଏ।

health
pc: daily express

– ଶରୀରରେ ବ୍ଲଡ ସୁଗାର ମାତ୍ରା ବଢ଼ିବା କାରଣରୁ ଆଘାତ ଲାଗିଲେ ଶୀଘ୍ର ଠିକ ହୁଏ ନାହିଁ। ଏହାଦ୍ୱାରା ଶରୀରରେ ବ୍ୟାକ୍ଟେରିଆ ବଢ଼ିବାର ସମ୍ଭାବନା ରହିଥାଏ। ଏହାଦ୍ୱାରା ଇନଫେକସନ୍‌ ହେବାର ବିପଦ ବଢ଼ିଯାଏ।