ହାଇ ବ୍ଳଡ ପ୍ରେସରକୁ ନେଇ ଚିନ୍ତିତ କି? ଖାଦ୍ୟରେ ସାମିଲ୍ କରନ୍ତୁ ଏହି ୪ଟି ଫଳ
ଆଜିକାଲି ସମୟରେ ଲୋକମାନଙ୍କ କ୍ଷେତ୍ରରେ ଅନେକ ପ୍ରକାରର ରୋଗ ଦେଖା ଦେଉଛି । ଯାହା ଶରୀରକୁ ଥରେ ପ୍ରବେଶ କଲେ ଅତି ଶୀଘ୍ର ଛାଡିନଥାଏ । ଯେଉଁ କାରଣରୁ ଶରୀର ଦିନକୁ ଦିନ ଦୁର୍ବଳ ହେବାକୁ ମଧ୍ୟ ଲାଗିଥାଏ । ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ ହେଲେ ବର୍ତ୍ତମାନ ସମୟରେ ହାଇ ବ୍ଲଡ୍ ପ୍ରେସର ପ୍ରାୟ ଅଧିକାଂଶ ଲୋକଙ୍କ ଠାରେ ଦେଖା ଦେଉଛି । ଏହି ହାଇ ବ୍ଲଡ୍ ପ୍ରେସର ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇଥାଏ । ବିଶେଷ କରି ଶୀତ ଦିନରେ ଏହା ଦ୍ରୁତ ଗତିରେ ବଢ଼ିଥାଏ । ଯେଉଁ କାରଣରୁ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଯେତେବେଳେ ଆପଣଙ୍କ ବ୍ଲଡ୍ ପ୍ରେସର ହାଇ ହେବାକୁ ଲାଗେ ସେହି ସମୟରେ ଆପଣଙ୍କର ମୁଣ୍ଡ ବୁଲାଇଥାଏ ଏବଂ ବାନ୍ତି ମଧ୍ୟ ଲାଗିଥାଏ । ଏହା ସହ କିଛି କାର୍ଯ୍ୟ କରିବାକୁ ସମର୍ଥ ହୋଇପାରିବେ ନାହିଁ । ଏହା ବ୍ୟତୀତ ଅଧିକ ଟେନସନରେ ରହିଲେ ମଧ୍ୟ ବ୍ଲଡ୍ ପ୍ରେସର ହାଇ ହେବାକୁ ଲାଗେ । ଯେଉଁ କାରଣରୁ ଅନେକ ଅସୁବିଧା ହୋଇଥାଏ ।
ବ୍ଳଡ୍ ପ୍ରେସରକୁ ରୋକିବା ପାଇଁ ଲୋକେମାନେ ବହୁତ କିଛି କାର୍ଯ୍ୟ କରିଥାଆନ୍ତି । ହେଲେ ଏହା କମ୍ ହୋଇ ନଥାଏ । ଏହି ସ୍ଥିତିରେ ଆପଣଙ୍କୁ କ’ଣ ଖାଇବା ଉଚିତ୍ ଯାହା ଦ୍ୱାରା ଆପଣଙ୍କ ହାଇ ବ୍ଲଡ୍ ପ୍ରେସର ନିୟନ୍ତ୍ରଣରେ ରହିବ । ତାହା ଆସନ୍ତୁ ଜାଣିବା ।
ବ୍ଳଡ୍ ପ୍ରେସରକୁ ନିୟନ୍ତ୍ରଣ କରିବାକୁ ହେଲେ ଆପଣ ପୋଟାସିୟମ ଯୁକ୍ତ ଫଳ ଖାଇବା ଉଚିତ୍ । ପୋଟାସିୟମ ହେଉଛି ଏକ ଇଲେକ୍ଟ୍ରୋଲାଇଟ୍ ସମୃଦ୍ଧ ଉପାଦାନ ଯାହା ବ୍ଲଡ୍ ପ୍ରେସର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ଳଡ ପ୍ରେସର ଉପରେ ସୋଡିୟମର ପ୍ରଭାବକୁ ହ୍ରାସ କରିଥାଏ । ଖାଦ୍ୟ ସନ୍ତୁଳନ ବଜାୟ ରଖିବାରେ ପୋଟାସିୟମ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଏପରି ସ୍ଥିତିରେ ଆପଣ ଏହି ୪ଟି ଫଳ ଖାଇବା ନିହାତି ଆବଶ୍ୟକ । ଜାଣନ୍ତୁ ସେହି ୪ଟି ଫଳର ନାମ କ’ଣ ?
୧. ଆଭୋକାଡୋ :
ଆଭୋକାଡୋରେ ଭଲ ପରିମାଣରେ ପୋଟାସିୟମ ରହିଥାଏ । ଏହା ଆପଣଙ୍କର ବ୍ଳଡ୍ ପ୍ରେସର ରୋକିବାକୁ ସାହାଯ୍ୟ କରିଥାଏ ଏବଂ ହୃଦସ୍ପନ୍ଦନକୁ ନିୟନ୍ତ୍ରଣ କରେ ।
୨. ପିଜୁଳି :
ପିଜୁଳିରେ ୬୮୮ ମିଗ୍ରା ପୋଟାସିୟମ ଥାଏ । ଏହି କାରଣରୁ ଧମନୀଗୁଡିକ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥାଏ ଏବଂ ବ୍ଳଡ୍ ଶାରକୁଲେସନ୍ ମଧ୍ୟ ଭଲ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
୩. କିୱି ଫଳ :
କିୱି ଫଳରେ ପ୍ରାୟତଃ ୫୬୨ ମିଗ୍ରା ପୋଟାସିୟମ ରହିଥାଏ । ଏହାର ଅର୍ଥ ହେୁଛି ୧୦୦ ଗ୍ରାମ ପ୍ରତି ୩୧୨ ମିଗ୍ରା ପୋଟାସିୟମ । ଏହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହି ଫଳକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଏବଂ ମାଂସପେଶୀ ସୁସ୍ଥ ରହିଥାଏ ।
୪. କଦଳୀ :
କଦଳୀ ଖାଇବା ଦ୍ୱାରା ଓଜନ ବଢ଼ିଥାଏ । ୧୦୦ ଗ୍ରାମ କଦଳୀରେ ୩୫୮ ମିଗ୍ରା ପୋଟାସିୟମ ରହିଥାଏ । ଯାହା ସାହାଯ୍ୟରେ ଆପଣ ନିଜ ହାର୍ଟକୁ ସୁସ୍ଥ ରଖିପାରିବେ । ଏହା ସହ ଧମନୀକୁ ସୁସ୍ଥ ରଖିବା ସହ ହାଇ ବ୍ଲଡ ପ୍ରେସରକୁ ମଧ୍ୟ ନିୟନ୍ତ୍ରଣରେ ରଖିପାରିବେ ।
ତେଣୁ ବ୍ଲଡ୍ ପ୍ରସରକୁ କମ୍ କରିବାକୁ ହେଲେ ଆପଣଙ୍କୁ ନୟମିତ ଭାବେ ଏହି ୪ଟି ଫଳ ଖାଇବା ନିହାତି ଆବଶ୍ୟକ । ଯାହା ଦ୍ୱାରା ଖାଲି ବ୍ଲଡ୍ ପ୍ରେସର ନିୟନ୍ତ୍ରଣରେ ରହି ନଥାଏ ବରଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।