ଯୁବା ବୟସରେ ଅତ୍ୟଧିକ କୋଲେଷ୍ଟ୍ରଲ୍ ହୃଦ୍୍ଘାତ ସମସ୍ୟା ଆଣିଥାଏ, ଜୀବନ ଶୈଳୀରେ ୫ଟି ପରିବର୍ତ୍ତନ ରକ୍ଷା କରିପାରେ ଏଥିରୁ

ହୃଦ୍ଘାତ ଏବେ ଏକ ସାଧାରଣ ସମସ୍ୟା । କମ୍ ବୟସର ପିଲାଙ୍କ ଠାରେ ମଧ୍ୟ ଏହା ଏବେ ଦେଖିବାକୁ ମିଳୁଛି । ଜୀବନ ଶୈଳୀରେ ପରିବର୍ତ୍ତନ ଏହାର ମୁଖ୍ୟ କାରଣ । ହୃଦ୍ଘାତ୍ର ମୂଳ କାରଣ ମୁଖ୍ୟତଃ ଶରୀରର କୋଲେଷ୍ଟ୍ରଲ୍ । ତେବେ ସବୁ କୋଲେଷ୍ଟ୍ରଲ ଶରୀର ପାଇଁ ଖରାପ ନୁହେଁ । ଏଚ୍ଡିଏଲ୍ କୋଲେଷ୍ଟ୍ରଲ୍ ଶରୀର ପାଇଁ ଭଲ ହୋଇଥିବା ବେଳେ ଏଲ୍ଡିଏଲ୍ କୋଲେଷ୍ଟ୍ରଲ୍ ଶରୀର ପାଇଁ ଖରାପ ହୋଇଥାଏ । ଯାହାକି ହୃଦ୍ଘାତ ସମସ୍ୟା ସୃଷ୍ଟି କରିଥାଏ । ଯୁବା ବୟସରେ ଏଲ୍ଡିଏଲ୍ (ବ୍ୟାଡ୍ କୋଲେଷ୍ଟ୍ରଲ୍ ) ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
ଆସନ୍ତୁ ଜାଣିବା କିପରି ଆମର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଲେ ଏହି ବ୍ୟାଡ୍ କୋଲେଷ୍ଟ୍ରଲ୍ରୁ ମୁକ୍ତି ପାଇ ପାରିବା ।
୧. ବ୍ୟାୟାମ : ଦୁଃଖ ପୂର୍ଣ୍ଣ ଲାଇଫ୍ ଷ୍ଟାଇଲ୍ ଏଲ୍ଡିଏଲ୍ ବା ବ୍ୟାଡ୍ କୋଲେଷ୍ଟ୍ରଲ୍ ବଢ଼ାଇବା ସହ ମୋଟାପଣ ଓ ମାଂସପେଶୀ ଦୁର୍ବଳତା ଆଣିଥାଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଦିନକୁ ଅତି କମ୍ରେ ୩୦ ମିନିଟ୍ ବ୍ୟାୟାମ କରିବା ଜରୁରୀ । ଏହା ଶରୀରରେ ଅଧିକ ଚର୍ବି କମାଇବା ସହ ବ୍ୟାଡ୍ କୋଲେଷ୍ଟ୍ରଲ୍ କମାଇଥାଏ ।
୨. ଚର୍ବି ଜାତୀୟ ଖାଦ୍ୟଠୁ ଦୂରରେ ରହିବା : ଚର୍ବି ଜାତୀୟ ଖାଦ୍ୟ ଓ ସାଚୁରେଟେଡ୍ ଖାଦ୍ୟ ବ୍ୟାଡ୍ କୋଲେଷ୍ଟ୍ରଲ୍ ବୃଦ୍ଧି କରିଥାଏ । ତେଣୁ ଓମେଗା-୩ ଫ୍ୟାଟି ଏସିଡ୍ରେ ପୂର୍ଣ୍ଣ ଖାଦ୍ୟ ନେବା ଦ୍ୱାରା ଏହା ବ୍ୟାଡ୍ କୋଲେଷ୍ଟ୍ରଲ୍ କମାଇଥାଏ । ଡିପ୍ ଫ୍ରାଏଡ୍ ଖାଦ୍ୟ ନନେଇ ମାଛ, ନଟ୍ସ ଓ ମଞ୍ଜି ଯାତୀୟ ଖାଦ୍ୟ ନେବାକୁ ପରାମର୍ଶ ଦିଆଯାଇଛି ।
୩. ଫାଇବର ଜାତୀୟ ଖାଦ୍ୟ ନିଅନ୍ତୁ : ଖାଦ୍ୟରେ ସର୍ବଦା ତନ୍ତୁ(ଫାଇବର) ଜାତୀୟ ଖାଦ୍ୟ ନେବା ଦ୍ୱାରା ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରଲ୍ ମାତ୍ରା କମାଇଥାଏ । ଦିନକୁ ଅତି କମ୍ରେ ୫ଟି ଫ୍ରେସ ଫଳ ଓ ପରିବା ନିଅନ୍ତୁ । ଏହାସହ ଭୋଜନରେ ମଞ୍ଜି ଜାତୀୟ ଖାଦ୍ୟ ମାତ୍ରା ବଢ଼ାନ୍ତୁ ।
୪. ଧୂମପାନ ବର୍ଜନ କରନ୍ତୁ : ଧୂମପାନ ଫୁସ୍ଫୁସ୍କୁ ନଷ୍ଟ କରିବା ସହ ଶରୀରରେ ଭଲ କୋଲେଷ୍ଟ୍ରଲ୍କୁ (ଏଚ୍ଡିଏଲ୍) ନଷ୍ଟ କରିଥାଏ । ଧୂମପାନ କରୁଥିବା ଲୋକଙ୍କ ଠାରେ ହୃଦ୍ଘାତ ଆଶଙ୍କା ଅଧିକ ଥାଏ ।
୫. ମଦ୍ୟପାନରୁ ବିରତ ରହିବା : ମଦ୍ୟପାନ ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରଲ ବଢ଼ାଇବା ସହ ଲିଭର ମଧ୍ୟ ନଷ୍ଟ କରିଥାଏ । ତେଣୁ ମଦ୍ୟପାନ ଠାରୁ ଯେତେ ପାରିବେ ଦୂରରେ ରହିବା ଜରୁରୀ ।
ଜୀବନ ଶୈଳୀରେ ଏହି ୫ଟି ପରିବର୍ତ୍ତନ ଆପଣଙ୍କୁ ହୃଦ୍ଘାତ ଆଶଙ୍କା ଠାରୁ ଦୂରରେ ରଖିବ । ତେଣୁ ଜୀବନ ଶୈଳିରେ ଆଣନ୍ତୁ ପରିବର୍ତ୍ତନ ଓ ଦୀର୍ଘ ଜୀବନ ସୁସ୍ଥରେ ବଞ୍ଚନ୍ତୁ ।