ବିପଦପୂର୍ଣ୍ଣ ହୋଇପାରେ ପିଲାଙ୍କୁ ଉଚ୍ଚ କୋଲେଷ୍ଟ୍ରଲ ସମସ୍ଯା, ଏହି ଲକ୍ଷଣ ଏବଂ କାରଣକୁ କରନ୍ତୁନି ଅଣଦେଖା

ଯଦି ଆପଣ ଭାବୁଥାନ୍ତି, କେବଳ ବୟସ୍କ ଲୋକଙ୍କୁ ଉଚ୍ଚ କୋଲେଷ୍ଟ୍ରଲ ସମସ୍ଯା ହୋଇଥାଏ ବୋଲି, ତେବେ ଆପଣଙ୍କ ଧାରଣା ବିଲକୁଲ ଭୁଲ। କେବଳ ବୟସ୍କ ନୁହେଁ ବରଂ ପିଲାଙ୍କୁ ମଧ୍ୟ ଏହି ସମସ୍ଯା ଦେଖାଦେଇଥାଏ। ଖାସ୍ କରି ହୃଦୟ ରୋଗ ସମସ୍ଯା। ଏମିତିରେ ଯେଉଁ ପିଲାଙ୍କୁ ଉଚ୍ଚ କୋଲେଷ୍ଟ୍ରଲ ସମସ୍ଯା ରହିଥାଏ, ସେମାନେ ନିଜର ଜୀବନଶୈଳୀକୁ ଭଲଭାବେ ଦେଖାଶୁଣା କରିବା ଉଚିତ।

ପିଲାଙ୍କୁ କୋଲେଷ୍ଟ୍ରଲ ସମସ୍ଯା ତିନିଟି କାରଣରୁ ହୋଇଥାଏ। ପ୍ରଥମରେ ରହିଥାଏ ମୋଟାପଣ। ଯଦି ଆପଣଙ୍କ ପିଲା ମୋଟାପଣର ଶିକାର ହୋଇଥାଏ, ତେବେ ଆପଣ ଡାକ୍ତର ସହିତ ନିଜ ପିଲାର କୋଲେଷ୍ଟ୍ରଲ ଟେଷ୍ଟ କରିବା ନିତାନ୍ତ ଜରୁରୀ।

ଦ୍ବିତୀୟରେ ଯଦି ପିଲାର ମା’ କିମ୍ବା ବାପା ଦୁହିଁଙ୍କ ମଧ୍ୟରୁ କାହାର ଉଚ୍ଚ କୋଲେଷ୍ଟ୍ରଲ ସମସ୍ଯା ରହିଛି, ତେବେ ଏମିତି ସ୍ଥିତିରେ ଏହି ସମସ୍ଯା ରହିପାରେ। ଏଥିପାଇଁ ଏହି ସମ୍ପର୍କରେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ ନେଇପାରିବେ।

cholestral

ଆମେରିକା ୱେବସାଇଟ ମେଡଲାଇନ ପ୍ଲସ ମୁତାବକ, କିଛି ରୋଗ ଯେପରିକି ମଧୁମେହ, କିଡନୀ ରୋଗ, ଥାଇରଏଡ ସମସ୍ଯା, ପିଲାଙ୍କୁ ଉଚ୍ଚ କୋଲେଷ୍ଟ୍ରଲର କାରଣ ସାଜିଥାଏ। ଏହିପାଇଁ ଆପଣ ପିଲାର ସ୍ବାସ୍ଥ୍ଯ ପ୍ରତି ସତର୍କ ରିହିବା ଜରୁରୀ।

ପିଲାଙ୍କ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ସବୁଠାରୁ ଭଲ ଉପାୟ ହେଉଛି, ସୁସ୍ଥ ଆହାର ହେବା ଏବଂ ନିୟମିତ ଭାବେ ବ୍ଯାୟାମ କରିବା। ତେଣୁ ପିଲାଙ୍କୁ ଭଲ ଓ ସୁସ୍ଥ ଖାଦ୍ଯ ଦିଅନ୍ତୁ, ଯେଉଁଥିରେ ଫ୍ଯାଟ ଏବଂ ରିଫାଇଣ୍ଡ କାର୍ବ କମ୍ ମାତ୍ରା ଥିବ। ନିୟମିତ ବ୍ଯାୟାମ ଯେପରିକି ଦୌଡିବା, ଚାଲିବା ଇତ୍ଯାଦି କରାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.