ଶରୀରର ଏହି ସ୍ଥାନରେ ଯନ୍ତ୍ରଣା ଅନୁଭବ ହେଉଥିଲେ ହୋଇଥାଏ ହାଇ କୋଲେଷ୍ଟ୍ରଲ, ଜାଣନ୍ତୁ ଲକ୍ଷଣ

ହାଇ କୋଲେଷ୍ଟ୍ରଲ ବିଷୟରେ ଆପଣ ଶୁଣିଥିବେ ନିଶ୍ଚିତ । ଯାହାକି ଶରୀରରେ ଅଧିକ ଚର୍ବି ହେବା ଦ୍ଵାରା ହୋଇଥାଏ ଏବଂ ଶରୀରରେ ମଧ୍ୟ ପ୍ରବଳ ଯନ୍ତ୍ରଣା ହୋଇଥାଏ। କହିବାକୁ ଗଲେ ଏହାର କୌଣସି ଲକ୍ଷଣ ପ୍ରଥମେ ଜଣା ପଡେନାହିଁ କିନ୍ତୁ ଏହା ମଣିଷ ଜୀବନ ପାଇଁ ଘାତକ ହୋଇଥାଏ। ‘କୋଲେଷ୍ଟ୍ରୋଲ୍’ ର ମାନେ ହେଉଛି ଶରୀରରେ ଅତିରିକ୍ତ ଚର୍ବିର ବଢିବା। ଯାହାକି ହାର୍ଟ ଅଟାକର ମୂଳ କାରଣ। କହିବାକୁ ଆମେ ଖାଉଥିବା ଖାଦ୍ୟ ଯଦି ଠିକ୍ ଭାବେ ହଜମ ନ ହୁଏ ତାହା କୋଲେଷ୍ଟ୍ରଲର ରୂପ ନିଏ। ସେଥିପାଇଁ ତା କୁହାଯାଏ ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ୍। ଯାହାକି ଭଲ ଭାବେ ହଜମ ହେବ ଏବଂ ଶରୀରରେ ଅନାବଶ୍ୟକ ଚର୍ବି ରହିବ ନାହିଁ।

HEART HEALTH
Picture Credit – BBC

 

ତେଣୁ ଏହା ଅଧିକ ଖତରନାକ ସେତେବେଳ ହୁଏ ଯେତେବେଳ ଏହା ରକ୍ତରେ ମିଶେ। କାରଣ ଏହି ଚର୍ବି ରକ୍ତରେ ମିଶିଲେ ଏହା ରକ୍ତକୁ ମଧ୍ୟ ମୋଟା କରିଦିଏ। ଯାହାପାଇଁ ଠିକ୍ ଭାବେ ଶରୀରରେ ରକ୍ତ ସଞ୍ଚାଳନ ହୋଇପାରେନାହିଁ। ଏମିତିକି ଏହା ଧମନୀକୁ ମଧ୍ୟ ଖରାପ କରାଏ। ଏପରି ହେବ ଦ୍ଵାରା ଶରୀରରେ ଅନେକ ପ୍ରକାରର ରୋଗ ହୋଇଥାଏ। ଏମିତିକି ରକ୍ତ ଜମାଟ ବାନ୍ଧିବା ଭଳି ରୋଗ ଠାରୁ ଆରମ୍ଭ କରି କ୍ୟାନ୍ସର ଓ ମଧୁମେହ ଭଳି ମାରାତ୍ମକ ରୋଗ ହୋଇଥାଏ।

ତେଣୁ ଏହା ବ୍ଲଡ଼ ଟେଷ୍ଟ କଲା ପରେ ହିଁ ଜଣାପଡେ। କିନ୍ତୁ ଏହାର ପ୍ରଥମ ଲକ୍ଷଣ ହେଉଛି ଅଣ୍ଟା ହାଡ ବିନ୍ଧିବା ସହିତ ଅଧିକ ବ୍ରଣ ହେବା। ଥକା ଲାଗିବା, ଛାତିରେ ଯନ୍ତ୍ରଣା ଅନୁଭବ ହେବା, ଗୋଡ଼ ହାତ ଥରିବା ଇତ୍ୟାଦି। ଏପରି ଯଦି ଲକ୍ଷଣ ଦେଖା ଯାଉଛି ଜାଣନ୍ତୁ ଯେ ଆପଣଙ୍କୁ କୋଲେଷ୍ଟ୍ରଲ ହୋଇଛି। କିନ୍ତୁ ଏହାକୁ କମାଯାଇ ପାରିବ ଖାଦ୍ୟ ଶୈଳୀକୁ ପରିବର୍ତ୍ତନ କରାଯାଇ।
କିନ୍ତୁ ଆପଣଙ୍କ ପାଖରେ ଯଦି ଏହି ସବୁ ଲକ୍ଷଣ ଦେଖାଯାଉଛି ତେବେ ଆପଣ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

Leave A Reply

Your email address will not be published.