ଏହି ସାଲାଡ଼ ଓଜନ ନିୟନ୍ତ୍ରଣ କରିବାରେ ଆପଣକୁ ସାହାଯ୍ୟ କରିବ, ଜାଣନ୍ତୁ ପ୍ରସ୍ତୁତ କରିବାର ଉପାୟ

ନିଜର ଓଜନ ନିୟନ୍ତ୍ରଣ କରିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। କିନ୍ତୁ କିଛି ଲୋକ ନିଜର ଖାଦ୍ୟ ଶୈଳୀରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ଚାହୁଁନାହାଁନ୍ତି। ନିଜର ଓଜନକୁ କମାଇବା ପାଇଁ ଓ ନିୟନ୍ତ୍ରଣ କରିବା ପାଇଁ କେଉଁ ଖାଦ୍ୟ ଖାଇବେ ସେଥିପାଇଁ ମଧ୍ୟ ସେମାନେ ବେଳେ ବେଳେ ଚିନ୍ତା କରୁଛନ୍ତି। ତେଣୁ ଆପଣ ଯଦି ନିଜର ଓଜନକୁ ନିୟନ୍ତ୍ରଣ କରିବାପାଇଁ ଚାହୁଛନ୍ତି ତେବେ ଆପଣ ନିଜ ଖାଦ୍ୟରେ କାବୁଲି ବୁଟ ବା ଚଣା ଆଡ଼ କରିପାରିବେ।

ଏହାକୁ ଆପଣ ସାଲାଡ଼ କରି ଖାଇପାରିବେ । ଅଧିକ ଲୋକ ଅଛନ୍ତି ଯେଉଁମାନେ ଏହାକୁ ଖାଲି ଖାଇବାପାଇଁ ପସନ୍ଦ କରନ୍ତି ନାହିଁ ତେଣୁ ଆପଣ ଏହି ଚଣାରେ ପନିର, ଅନ୍ୟ ପନିପରିବା ମିଶାଇ ଖାଇପରିବେ।
ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ରହିଥାଏ ଯାହା ଶରୀରର ଥକା ପଣକୁ ଦୂର କରେ । ପୁଣି ଏହା ଆପଣଙ୍କୁ ପତଳା କରାଇଥାଏ। ଚଣା ସାଲାଡ ଏକ ସୁସ୍ବାଦୁ ଖାଦ୍ୟ । ଆପଣ ଏହାକୁ ନିଜର ଡିନର ହେଉ କିମ୍ବା ଲଂଚରେ ଖାଇ ପାରିବେ। ଏହା ଓଜନ ହ୍ରାସ କରାଇବାରେ ସାହାଯ୍ୟ କରେ ଯାହାକି ପ୍ରମାଣିତ ହୋଇଛି।

 

ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ଚଣା ସାଲାଡ୍:

chana salad
Picture Credit – cool with khusi

ପ୍ରଥମେ ସିଝା ଯାଇଥିବା ଚଣାରେ ଆପଣଙ୍କ ଇଚ୍ଛା ଅନୁଯାୟୀ ପିଆଜ, ଟମାଟୋ, କ୍ୟାପସିକମ୍,କାକୁଡି ଏବଂ ଗାଜର, ପନିର ମିଶାନ୍ତୁ । ସ୍ବାଦ ଅନୁଯାୟୀ ଲୁଣ ମିଶାନ୍ତୁ । ଏହା ପରେ ଆପଣଙ୍କ ଚଣା ସାଲାଡ଼ ରେଡି। ତେବେ ଏହାକୁ ଆପଣ ସବୁଦିନେ ଖାଇପରିବେ।