ଲାଇଫ୍ ଷ୍ଟାଇଲ୍

ହାତ ଜଳିଗଲେ କେବେ ବି ଏହି କାମ କରନ୍ତୁ ନାହିଁ, ଉତୁରିଯାଇପାରେ ଚମଡ଼ା

ରୋଷେଇ କରିବା ବେଳେ ପ୍ରାୟତଃ ଅସାବଧାନତା ଯୋଗୁ ହାତ ପୋଡ଼ିଯାଏ। ଏଭଳି ସ୍ଥିତିରେ ତର ତର ହୋଇ କେହି ପାଣିରେ ହାତ ବୁଡ଼ାଏ ତ ଆଉ କେହି ବରଫ ଘଷେ। କିନ୍ତୁ ହାତ ପୋଡ଼ିଗଲେ ପ୍ରକୃତରେ କ’ଣ କରିବା ଉଚିତ ତାହା କେହି ଜାଣନ୍ତି ନାହିଁ। ଫଳରେ ଗୁଡ଼େ ୟାଡ଼ୁସିଆଡ଼ୁ ଜିନିଷ ବ୍ୟବହାର କରି ଲୋକମାନେ ହାତର କ୍ଷତି କରିଥାନ୍ତି। ତେବେ ଆସନ୍ତୁ ଜାଣିବା ହାତ ପୋଡ଼ିଗଲେ କି କି ଭୁଲ ନ କରିବା ଉଚିତ୍‌…

ଥଣ୍ଡା ପାଣିରୁ ଦୂରରେ ରୁହନ୍ତୁ:

ହାତ ଜଳିଗଲେ କେବେ ବି ପାଣିରେ ଧୁଅନ୍ତୁ ନାହିଁ। ବରଂ ପାଣିରେ ୨୦ ମିନିଟ୍‌ ଯାଏଁ ବୁଡ଼ାଇ ରଖନ୍ତୁ। କିନ୍ତୁ ଧ୍ୟାନ ରଖିବେ ପାଣି ଯେମିତି ରୁମ୍‌ ତାପମାତ୍ରାରେ ଥିବ। ପୋଡ଼ିଯାଇଥିବା ସ୍ଥାନକୁ ଧୋଇଲେ କିମ୍ବା ବରଫ ଘଷିଲେ ଫୋଟକା ବଡ଼ ହୋଇ ଦାଗ ରହିପାରେ।

ବରଫ ଘଷନ୍ତୁ ନାହିଁ:

ପୋଡ଼ିଯାଇଥିବା ସ୍ଥାନରେ ବରଫ ଘଷିବା ଦ୍ୱାରା ଆରାମ ମିଳିବ ସତ କିନ୍ତୁ ଏହା ଦ୍ୱାରା ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇଥାଏ। ବରଫ ଦ୍ୱାରା ରକ୍ତ ଗୋଟିଏ ସ୍ଥାନରେ ଜମାଟ ବାନ୍ଧିଯିବ। ଏଥିସହ ଚମଡ଼ା ଉତୁରିଯିବା ଭୟ ମଧ୍ୟ ରହିଛି। ଏଣୁ ବରଫ ବ୍ୟବହାର କରନ୍ତୁ ନାହିଁ।

ତୁଳା ଲଗାନ୍ତୁ ନାହିଁ:

ପୋଡ଼ିଯାଇଥିବା ସ୍ଥାନରେ କେବେ ବି ତୁଳା ବ୍ୟବହାର କରନ୍ତୁ ନାହିଁ। ଏହା ତ୍ୱଚାରେ ଲାଗିଯାଇପାରେ। ଏଭଳି କଲେ ହାତ ଆହୁରି ପୋଡ଼ିବ। ଏହା ବ୍ୟତୀତ ବ୍ୟାକ୍ଟେରିଆ ବଢ଼ିବା ସମ୍ଭାବନା ବି ରହିଛି।

ଫୋଟକା ଫଟାନ୍ତୁ ନାହିଁ:

ଜଳିଥିବା ସ୍ଥାନରେ ଯଦି କିଛି ସମୟ ପରେ ଫୋଟକା ବାହାରୁଛି ତେବେ ତାହାକୁ ଆଦୌ ଫଟାନ୍ତୁ ନାହିଁ। ଏହା ଦ୍ୱାରା ଫୋଟକା ତ ଭଲ ହେବନି ବରଂ ଆହୁରି ପୋଡ଼ା ହେବ।

ପୋଷାକ ଖୋଲନ୍ତୁ ନାହିଁ:

ଅତ୍ୟଧିକ ପୋଡ଼ିଯାଇଥିଲେ ତୁରନ୍ତ ବ୍ୟକ୍ତିଙ୍କୁ ମେଡିକାଲ ନେଇ ଯାଆନ୍ତୁ। ପୋଡ଼ିଯାଇଥିବା ସ୍ଥାନରେ ଯଦି କୌଣସି କପଡ଼ା ଲାଖି ରହିଛି ତେବେ ତାହାକୁ ବାହାର କରନ୍ତୁ ନାହିଁ। ଏହା ଦ୍ୱାରା ତ୍ୱଚା ବି ଉତୁରି ଆସିବା ଆଶଙ୍କା ରହିଛି।

ପିଇବାକୁ ପାଣି ଦିଅନ୍ତୁ ନାହିଁ:

ଅତ୍ୟଧିକ ଜଳିଯାଇଥିବା ରୋଗୀଙ୍କୁ ପିଇବାକୁ ପାଣି ଦିଅନ୍ତୁ ନାହିଁ। ତାଙ୍କୁ ପାଣି ବଦଳରେ ଓଆରଏସ୍‌ ମିଶା ପାଣି ପିଆନ୍ତୁ। କାରଣ ଜଳିଯିବା ପରେ ପାକସ୍ଥଳୀ କାମ କରିବା ବନ୍ଦ କରିଦେଇଥାଏ। ଏଣୁ ପାଣି ଶ୍ୱାସନଳୀରେ ଫସିଯାଇପାରେ। ଫଳରେ ଜୀବନ ପ୍ରତି ବିପଦ ଆସିପାରେ।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago