ମାଢ଼ିରୁ ରକ୍ତ ବାହାରୁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ରକ୍ତସ୍ରାବ ବନ୍ଦ ହେବା ସହ ମଜଭୁତ ହେବ ଦାନ୍ତ

ମାଢ଼ିରୁ ରକ୍ତ ବାହାରିବା ଏକ ସାଧାରଣ କଥା। ସାଧାରଣତଃ କୌଣସି ଫଳକୁ କାମୁଡ଼ିବା ବେଳେ ମାଢ଼ିରୁ ରକ୍ତ ବାହାରିଥାଏ। ଏହା ଦ୍ୱାରା ପାଟିରେ ପୀଡ଼ା ହେବା ସହ ଅନ୍ୟମାନଙ୍କ ସାମ୍ନାରେ ଲାଜ ବି ଲାଗିଥାଏ। ଆପଣଙ୍କ ମାଢ଼ିରୁ ବି ଯଦି ରକ୍ତ ବାହାରୁଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। ଆପଣ ଚାହିଁଲେ କେତେକ ଘରୋଇ ଉପାୟରେ ମଧ୍ୟ ଏହି ସମସ୍ୟାକୁ ଦୂରେଇ ପାରିବେ। ଆସନ୍ତୁ ଜାଣିବା ମାଢ଼ିରୁ ରକ୍ତସ୍ରାବ ରୋକିବା ଉପାୟ…

 

  • ତ୍ରିଫଳା ଚା’ପିଇବା ଦ୍ୱାରା ମାଢ଼ିରୁ ରକ୍ତ ବାହାରିବା ସମସ୍ୟା ଦୂର ହୋଇଥାଏ। ତ୍ରିଫଳାରେ ଥିବା ଆଷ୍ଟ୍ରିଜେଣ୍ଟ ଉପାଦାନ ମାଢ଼ିରୁ ବ୍ଲିଡିଂ ରୋକିବାରେ ସାହାଯ୍ୟ କରେ।
  • କମଳା ରସରେ ଚିନି, ଚିମୁଟେ ଜିରା ଗୁଣ୍ଡ ମିଶାଇ ପିଇବା ଦ୍ୱାରା ମଧ୍ୟ ମାଢ଼ିରୁ ରକ୍ତ ବହେ ନାହିଁ।
  • ଲେମ୍ବୁ ପାଣି ପିଇବା ଦ୍ୱାରା ମଧ୍ୟ ମାଢ଼ିରୁ ରକ୍ତସ୍ରାବ ବନ୍ଦ ହୋଇଥାଏ।

  • କଞ୍ଚା ସେଓ ମଧ୍ୟ ମାଢ଼ିରୁ ରକ୍ତ ବାହାରିବା ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ। ଖାଇବାର ଅଧ ଘଣ୍ଟା ପରେ କଞ୍ଚା ସେଓ ଖାଇବା ଦ୍ୱାରା ଦାନ୍ତ ସଫା ହୋଇଥାଏ ଓ ମାଢ଼ି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଆପଣ ଚାହିଁଲେ ନାସପାତି ବି ଖାଇପାରିବେ।
  • ଦିନରେ ଦୁଇ ତିନି ଥର ରସବେରୀ ଖାଆନ୍ତୁ। ମାତ୍ର ଏହାକୁ ଖାଲି ପେଟରେ ଖାଇବା ଆବଶ୍ୟକ। ମାତ୍ର ଏହାକୁ କେବେ ବି ଡାଏରୀ ପ୍ରଡକ୍ଟ ସହ ସେବନ କରନ୍ତୁ ନାହିଁ।
  • ମାଢ଼ିରୁ ରକ୍ତ ବାହାରୁଥିଲେ ନଡ଼ିଆ ତେଲରେ ମାଢ଼ିର ମସାଜ୍‌ କରିପାରିବେ। ଏହା ଦାନ୍ତ ମାଢ଼ିକୁ ମଜଭୁତ କରିଥାଏ।
WCW 11

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

40 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

45 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago