ଲାଇଫ୍ ଷ୍ଟାଇଲ୍

କାନ ବନ୍ଦ ହୋଇଯାଇଥିଲେ କିମ୍ବା ପବନ ପଶିଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ସଙ୍ଗେ ସଙ୍ଗେ ଖୋଲିଯିବ

କାନ ବନ୍ଦ ହୋଇଯାଇଥିଲେ କିମ୍ବା ପବନ ପଶିଥିଲେ କେତେ ଯନ୍ତ୍ରଣା ହୁଏ ତାହା କେବଳ ଜଣେ ଭୁକ୍ତ ଭୋଗୀ ହିଁ ଜଣେ। ଏଣୁ ନିୟମିତ ସମୟ ବ୍ୟବଧାନରେ କାନ ସଫା କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। କିନ୍ତୁ ବେଳେବେଳେ ଯେତେ ସଚେତନ ରହିଲେ ବି ଗାଧୋଇବା ବେଳେ କାନରେ ପାଣି ପଶି ବନ୍ଦ ହୋଇଯାଏ। ଯାହା ଖୁବ୍‌ ଯନ୍ତ୍ରଣାଦାୟକ ହୋଇଥାଏ। ଯଦି ଆପଣ ବି କାନ ବନ୍ଦ ହୋଇଯିବା ସମସ୍ୟା ଭୋଗୁଛନ୍ତି ତେବେ କେତେକ ଘରୋଇ ଉପାୟ ଆପଣାଇ ଏହାକୁ ଦୂର କରିପାରିବେ। ଆସନ୍ତୁ ଜାଣିବା କାନ ବନ୍ଦ ହୋଇଥିଲେ କେମିତି ଚୁଟ୍‌କିରେ ଖୋଲିବେ…

 

  • କାନ ବନ୍ଦ ହୋଇଥିଲେ କିମ୍ବା କାଟୁଥିଲେ ଏକ ଗିନାରେ କିଛି ସୋରିଷ ତେଲ ନେଇ ସେଥିରେ ୨-୩ କୋଲା ରସୁଣ ପକାଇ ଫୁଟାନ୍ତୁ। ତେଲ ଉଷୁମ ଥିବା ବେଳେ ଏହାକୁ କାନରେ ପକାନ୍ତୁ। ଆରାମ ଲାଗିବ।
  • କାନ ବନ୍ଦ ହୋଇଯାଇଥିଲେ ବାମ୍ପ ନିଅନ୍ତୁ। କାନ ସହ ନାକର ସମ୍ପର୍କ ଥିବାରୁ ନାକ ପଟେ ବାମ୍ଫ ନେଲେ ବି ଏହା କାନର ମଇଳାକୁ ବାହାର କରିବ।
  • କାନରେ ଦୁଇ ତିନି ବୁନ୍ଦା ଉଷୁମ ପାଣି ପକାଇ ସିଧା ବସନ୍ତୁ। କିଛି ସମୟ ପରେ କାନକୁ ତଳ ଆଡ଼କୁ ବଙ୍କାନ୍ତୁ ଯେମିତି କି ପାଣି ବାହାରି ଆସିବ। ଏବେ ଇୟରବର୍ଡ ସାହାଯ୍ୟରେ କାନ ସଫା କରିଦିଅନ୍ତୁ।
  • ବେଳେବେଳେ କାନରେ ପବନ ରହିଯାଏ ଫଳରେ ଠିକ୍‌ରେ ଶୁଣାଯାଏ ନାହିଁ। ଏଭଳି ସ୍ଥିତିରେ ଆପଣ ବାରମ୍ବାର ହାଇ ମାରନ୍ତୁ। କାନ ଖୋଲିଯିବ।
  • ଗରମ ପାଣିରେ ଟି ଟ୍ରି ଅଏଲ ପକାଇ ସେହି ବାମ୍ଫ ସାମ୍ନାରେ କାନ ଦେଖାନ୍ତୁ। ବାମ୍ପ କାନରେ ପ୍ରବେଶ କରିବା ପରେ କାନ ଖୋଲିଯିବ।
WCW 11

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

7 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

24 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

57 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

59 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago