ଥଣ୍ଡା-କାଶରେ ହୋଇଛି ହାଲ ବେହାଲ , ତେବେ ଔଷଧ ନୁହଁ ବରଂ ଆପଣାନ୍ତୁ ଏହି ଘରୋଇ ଉପଚାର

ପାଗ ବଦଳିବା ସହ ହୋଇଥାଏ ଦେହ ଖରାପ। ଏହି ସମୟରେ ଥଣ୍ଡା-କାଶ ହେବା ଏକ ସାଧାରଣ କଥା। ପ୍ରାୟ ସମସ୍ତେ ଏଥିରୁ ତୁରନ୍ତ ରକ୍ଷା ପାଇବା ପାଇଁ ବଜାରରେ ମିଳୁଥିବା ଅନେକ ପ୍ରକାରର ଔଷଧ ଖାଇଥାନ୍ତି। କିନ୍ତୁ ଆଜି ଆମେ ଏପରି କିଛି ଘରୋଇ ଉପଚାର କହିବାକୁ ଯାଉଛି ଯାହା ଦ୍ବାରା ତୁରନ୍ତ ଆପଣଙ୍କ ଥଣ୍ଡା-କାଶ ଛୁମନ୍ତର ହୋଇଯିବ।

turmeric

ହଳଦୀ

ଥଣ୍ଡା- କାଶ ଦୂର କରିବା ପାଇଁ ଗୋଟିଏ ଗ୍ଲାସ ଗରମ କ୍ଷୀରରେ ଘୋଟିଏ ଚାମଚ ହଳଦୀ ମିଶାଇ ପିଅନ୍ତୁ । ଏଥିସହ ଶୁଖିଲା ହଳଦୀକୁ ଜଳାଇ ତାହାକୁ ଶୁଘଂନ୍ତୁ ଦେଖିବେ ଆପଣଙ୍କୁ ଆରାମ ଲାଗିବା ସହ ଥଣ୍ଡା ଠିକ୍ ହୋଇଯିବ।

ଭୁସି

କାଶକୁ ଠିକ୍ କରିବାର ସବୁଠାରୁ ଭଲ ଉପାୟ ହେଉଛି ଭୁସି। ଏହାକୁ ଦୁଇ ଗ୍ଲାସ ପାଣିରେ ୧୦ ଗ୍ରାମ ଭୁସି, ୫ଟି ଲବଙ୍ଗ ଏବଂ ଟିକେ କଳାଲୁଣ ପକାନ୍ତୁ । ଏହି ମିଶ୍ରଣ ସେପର‌୍ୟ୍ୟନ୍ତ ଗରମ କରନ୍ତୁ ଯେପର‌୍ୟ୍ୟନ୍ତ ପାଣି ଅଧା ନହୋଇଯାଇଥିବ। ଏହି ପ୍ରସ୍ତୁତ କାଢ଼ାକୁ ପିଅନ୍ତୁ ଦେଖିବେ ତୁରନ୍ତ କାଶ ଏବଂ ଥଣ୍ଡା ଠିକ୍ ହୋଇଯିବ।

genjer

ତୁଳସୀ ଏବଂ ଅଦା 

ତୁଳସୀ କାଶ ଏବଂ ଥଣ୍ଡା ପାଇଁ ବରଦାନ ସ୍ବରୁପ। ତୁଳସୀର ଦୁଇ ଚାରୋଟି ପତ୍ରକୁ ମହୁ ସହ ମିଶାଇ ଚୋବାନ୍ତୁ। ଏହା ଛଡ଼ା ଆପଣ ତୁଳସୀର ଚା ବନାଇ ମଧ୍ୟ ପିଇପାରିବେ। ଏହା ଦ୍ବାରା ଥଣ୍ଡା, କଫ ଏବଂ କାଶରୁ ତୁରନ୍ତ ରକ୍ଷା ମିଳିଥାଏ। ଥଣ୍ଡାରୁ ରକ୍ଷା ପାଇବାର ବହୁତ ଭଲ ଉପାୟ ହେଉଛି ଅଦା ଚୋବାଇବା। ଏଥିସହ ଆପଣ ଅଦାକୁ ଫୁଟାଇ ସେହି ପାଣିକୁ ପିଇବା ଦ୍ବାରା କଫ କମ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.