ଫ୍ୟାଟି ଲିଭର ଯୋଗୁ ଚିନ୍ତିତ କି ? ପ୍ରତିଦିନ ଏହି ଆୟୁର୍ବେଦିକ ଔଷଧ ଗ୍ରହଣ କରନ୍ତୁ ସମସ୍ୟାରୁ ମିଳିବ ମୁକ୍ତି

ଫ୍ୟାଟି ଲିଭର ଦୁଇ ପ୍ରକାରର ଅଛି, ପ୍ରଥମଟି ହେଉଛି ଆଲକୋହଲିକ୍‌ ଫ୍ୟାଟି ଲିଭର, ଯାହା ଅତ୍ୟଧିକ ମଦ୍ୟପାନ ହେତୁ ହୋଇଥାଏ । ଦ୍ୱିତୀୟଟି ହେଉଛି ନନ୍‌ ଆଲକୋହଲିକ୍‌ ଫ୍ୟାଟି ଲିଭର, ଯାହା ଲାଇଫ୍‌ ଷ୍ଟାଇଲ୍‌, ଜେନେଟିକ୍ସ, ଖାଇବା କିମ୍ବା ପିଇବାରେ ଅସାବଧାନତା କିମ୍ବା କୌଣସି ପ୍ରକାରର ଔଷଧର ରିଆକ୍ସନ୍‌ ଦ୍ୱାରା ହୋଇପାରେ । ଆଜିକାଲି ଫ୍ୟାଟି ଲିଭର ଏକ ବଡ ରୋଗ ଭାବରେ ବ୍ୟାପୁଛି । ଡାକ୍ତରଙ୍କ ଅନୁଯାୟୀ, ୧୦ ଜଣଙ୍କ ମଧ୍ୟରୁ ପ୍ରାୟ ୬ ରୁ ୭ ଜଣଙ୍କର ଫ୍ୟାଟି ଲିଭର ଥାଇପାରେ । ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ ଫ୍ୟାଟି ଲିଭରକୁ ଅଣଦେଖା କରିବା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଯଦି ଏହା ଅତ୍ୟଧିକ ବଢିଯାଏ, ତେବେ ଏହା ଲିଭର କ୍ୟାନ୍ସର ରୋଗର କାରଣ ହୋଇପାରେ ।

ଫ୍ୟାଟି ଲିଭର ଯୋଗୁଁ ଖରାପ କୋଲେଷ୍ଟ୍ରଲ ବଢିପାରେ :
ଯଦି କୌଣସି ବ୍ୟକ୍ତିର ଲିଭର ସଠିକ୍ ଭାବରେ କାମ କରୁନାହିଁ ତେବେ ଶରୀରରେ ଥିବା ଫ୍ୟାଟ୍‌ ଏବଂ ପ୍ରୋଟିନ୍ ଖରାପ କୋଲେଷ୍ଟ୍ରୋଲ୍ ବଢାଇପାରେ । ଯାହାକୁ LDL ଅର୍ଥାତ୍ ଡ୍ରେସିଟି ଲିପୋପ୍ରୋଟେନ୍ କୁହାଯାଏ । ଏହି ଖରାପ କୋଲେଷ୍ଟ୍ରଲ ବଢିବା ସହିତ ହାର୍ଟ ରୋଗର ଆଶଙ୍କା ମଧ୍ୟ ବଢିବାକୁ ଲାଗିଥାଏ ।

ଫ୍ୟାଟି ଲିଭରର ଲକ୍ଷଣ :
ଫ୍ୟାଟି ଲିଭରରେ କିଛି ସାଧାରଣ ଲକ୍ଷଣ ଥାଏ, ଯାହାଫଳ ପେଟର ଉପର ଡାହାଣ ପାର୍ଶ୍ୱରେ ଯନ୍ତ୍ରଣା ହେବାକୁ ଲାଗିଥାଏ । ଏହା ବ୍ୟତୀତ ଓଜନ କମ୍‌ ହେବାକୁ ଲାଗିଥାଏ, ଦୁର୍ବଳ ଅନୁଭବ କରିବା, ଆଖି ଏବଂ ସ୍କିନ୍‌ ହଳଦିଆ ରଙ୍ଗ ହେବା, ଖାଦ୍ୟ ସଠିକ୍ ଭାବରେ ହଜମ ହୋଇନଥାଏ, ଏସିଡିଟି କିମ୍ବା ପେଟରେ ଫୁଲା ଭଳି ଏହି ସବୁ ଜିନିଷ ଫ୍ୟାଟି ଲିଭର ରୋଗର ଲକ୍ଷଣ ହୋଇପାରେ । ଯଦି ଆପଣ ଏପରି ଲକ୍ଷଣ ଅନୁଭବ କରୁଛନ୍ତି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ନଚେତ୍‌ ଆଗକୁ ଯାଇ ବଡ଼ ସମସ୍ୟା ହୋଇପାରେ ।

ଏହି ଗଛଗୁଡ଼ିକ ଫ୍ୟାଟି ଲିଭରରେ ପ୍ରଭାବଶାଳୀ :
ଭୂମି ଅଁଳା ଏକ ଆୟୁର୍ବେଦିକ ଔଷଧ । ତେବେ ଏହାର ଫଳଗୁଡିକ ଠିକ୍ ଅଁଳା ପରି ଦେଖାଯାଏ ଏବଂ ଏହା ଏକ ବହୁତ ଛୋଟ ଗଛ ହୋଇଥାଏ । ତେଣୁ ଏହାକୁ ଭୂଇ ଅଁଳା ବା ଭୂମି ଅଁଳା କୁହାଯାଏ । ଭୂମି ଅଁଳାର ଟାବଲେଟ୍ ସହଜରେ ମିଳିଯାଏ । ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଫ୍ୟାଟି ଲିଭର ସମସ୍ୟାରୁ ଏହା ପ୍ରାକୃତିକ ଭାବରେ ଆରୋଗ୍ୟ କରାଇପାରେ । ଏହା ବ୍ୟତୀତ ପୁନର୍ନଭା ଏକ ଔଷଧୀୟ ଗଛ, ଯାହା ଫ୍ୟାଟି ଲିଭରକୁ କମ୍‌ କରିପାରେ । ପୁନର୍ନଭାର ପୁର୍ଣ୍ଣନିର୍ମାଣର ଗୁଣ ଅଛି ଯଥା ନୂତନ କୋଷ ସୃଷ୍ଟି କରିବା ଏବଂ ଏହା ମଧ୍ୟ ଭିଟାମିନ୍ C ର ଏକ ଉତ୍ତମ ଉତ୍ସ । ତେବେ ଖାଇବା ପୂର୍ବରୁ ପୁନର୍ନଭା ରସ ପିଇବା ଦ୍ୱାରା ଗ୍ୟାସ ସମସ୍ୟା ରହେଁ ନାହିଁ ଏବଂ ଖାଦ୍ୟ ସଠିକ୍ ଭାବରେ ହଜମ ହୁଏ । ପୁନର୍ନଭାରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଲିଭର ସମ୍ବନ୍ଧୀୟ ରୋଗକୁ ଭଲ କରିଥାଏ ।

You might also like