ଧଳା କେଶକୁ କଳା କରିନଥାଏ ଏହି ସବୁ ଘରୋଇ ଉପାୟ , ଏଭଳି ମିଛ ଖବରରୁ ନିଜକୁ ବଂଚାନ୍ତୁ

ସମୟ ପୁର୍ବରୁ ଧଳା କେଶ ସମସ୍ତଙ୍କୁ ସମସ୍ୟାରେ ପକାଇ ଦେଇଥାଏ । କାରଣ କେହି ବି ନିଜ ବୟସଠାରୁ ଦୁଇ ଗୁଣା ବଡ ଦେଖାଯିବା ପସନ୍ଦ କରେ ନାହିଁ । କେବଳ ସେତିକି ନୁହେଁ ଧଳା କେଶ ଆପଣଙ୍କ ବ୍ୟକ୍ତିତ୍ବ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯେତେବେଳେ କଥା ଧଳା କେଶକୁ କଳା କରିବାର ଆସିଥାଏ ସେତେବେଳେ ଲୋକ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ହେୟାର୍ ଡାଏ ବ୍ୟବହାର କରିବା ପୂର୍ବରୁ ଘରୋଇ ଉପଚାର ବିଷୟରେ ଭାବିଥାନ୍ତି ।

ତେବେ ଅଧିକାଂଶ ସମୟରେ ଆମେ ଲୋକଙ୍କ କଥାରେ ବିଶ୍ବାସ କରି କିଛି ଚିନ୍ତା ନକରି ଧଳା କେଶରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଘରୋଇ ଉପଚାର ଆପଣେଇଥାଉ । କିନ୍ତୁ ସବୁବେଳେ ଘରୋଇ ଉପଚାର ଯେ କାମ କରିଥାଏ ଏହା ଭାବିବା ଭୁଲ୍ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ ଯାହାକୁ ଲୋକ କେଶ କଳା କରିବା ପାଇଁ ବ୍ୟବହାର କରିଥାନ୍ତି କିନ୍ତୁ କୌଣସି ଲାଭ ହୋଇନଥାଏ ।

ଭୃଷୁଙ୍ଗା ପତ୍ର

ଭୃଷୁଙ୍ଗା ସହଜରେ ସମସ୍ତଙ୍କୁ ମିଳିଯାଏ । ଏହାକୁ ନିଜ ଘରେ ମଧ୍ୟ ଲଗାଇପାରିବେ । ଖାଇବାରେ ବ୍ୟବହାର କରିବା ସହ ଲୋକମାନେ ଏହାକୁ କେଶ କଳା କରିବା ପାଇଁ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ସତ କଥା ହେଉଛି ଭୃଷୁଙ୍ଗା ପତ୍ର କେଶ କଳା କରିନଥାଏ ।

ଦହି

ଅନେକ ଲୋକ କେଶକୁ ଡିପ୍ କଣ୍ଡିସିନିଙ୍ଗ୍ ଏବଂ କଳା କରିବା ପାଇଁ ଦହି ବ୍ୟବହାର କରିଥାନ୍ତି । କିନ୍ତୁ ମନେ ରଖନ୍ତୁ ଦହିର ଆଣ୍ଟିବ୍ୟାକ୍ଟେରିଆଲ୍ ପ୍ରପର୍ଟି ରୂପିକୁ ଦୂର କରିଥାଏ ହେଲେ କେଶକୁ କେବେ କଳା କରିନଥାଏ ।

ଲେମ୍ବୁ 

ଅନେକ ଲୋକ ରୂପି ହଟାଇବା ପାଇଁ ଏବଂ ଧଳା କେଶରୁ ରକ୍ଷା ପାଇବା ପାଇଁ ଲେମ୍ବୁ ବ୍ୟବହାର କରିଥାନ୍ତି । କିନ୍ତୁ ଅନେକ ଲୋକ ଏକଥା ଜାଣି ନାହାଁନ୍ତି ଯେ ଲେମ୍ବୁରେ ବ୍ଲିଚିଂ ଗୁଣ ମିଳିଥାଏ । ଲେମ୍ବୁରେ ଥିବା ଭିଟାମିନ୍ ଆପଣଙ୍କ ଧଳା କେଶକୁ ରକ୍ଷା କରିନଥାଏ । ବରଂ ପରିସ୍ଥିତ ଆହୁରୀ ଖରାପ କରିଦେଇଥାଏ । ଆପଣଙ୍କ କେଶ ଅଧିକ ଧଳା ମଧ୍ୟ ହୋଇପାରେ ।

ରସୁଣ

ଧଳା କେଶକୁ କଳା କରିବା ପାଇଁ ଅଧିକାଂଶ ଲୋକ ରସୁଣ ବ୍ୟବହାର କରିଥାନ୍ତି । ସୋରିଷ କିମ୍ବା ନଡିଆ ତେଲରେ ରସୁଣ ପକାଇ ଗରମ କରି କେଶରେ ମାଲିସ୍ କରିଥାନ୍ତି । କିନ୍ତୁ କେଶକୁ କଳା କରିବା ମାମଲାରେ ଏହି ଘରୋଇ ଉପାୟ କୋଉ କାମକୁ ନୁହେଁ । ତେବେ ରସୁଣରେ ଥିବା ସଲଫର କମ୍ପାଉଣ୍ଡ ଏଲିସିନ୍ କେଶକୁ ବଢିବାରେ ସାହାଯ୍ୟ କରିଥାଏ । ହେଲେ ଧଳା କେଶକୁ କଳା କରିନଥାଏ ।

ପିଆଜ :

ଯେତେବେଳେ ବି କେଶ ସମସ୍ୟା ନେଇ କଥା ଆସେ ସେତେବେଳେ ଘରୋଇ ଉପାୟ ଭାବରେ ପ୍ରଥମେ ପିଆଜ ନାଁ ନିଶ୍ଚୟ ଆସେ । ଆଉ ଧଳା କେଶକୁ କଳା କରିବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି । କିନ୍ତୁ ଏପରି ବିଲକୁଲ୍ ହୋଇନଥାଏ । ପିଆଜରେ ଥିବା ସଲଫର କେଶ ଝଡିବାରୁ ମୁକ୍ତି ଦେଇଥାଏ କିନ୍ତୁ ଧଳା କେଶକୁ କଳା କରିନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.