ଥଣ୍ଡାରେ ନାକ ବନ୍ଦ ହୋଇଯାଉଛି କି ? ତେବେ ଆପଣାନ୍ତୁ ଘରୋଇ ଉପଚାର

ଯଦି ଆପଣଙ୍କୁ ଥଣ୍ଡା ହୋଇଯାଇଛି ତେବେ ଏହାର ପ୍ରଭାବ ସର୍ବପ୍ରଥମେ ନାକ ଉପରେ ପଡିଥାଏ । ଥଣ୍ଡା ହେବା କାରଣରୁ ଆପଣଙ୍କ ନାକ ବନ୍ଦ ହୋଇଯାଏ। ଯେଉଁ କାରଣରୁ ଆପଣଙ୍କୁ ନିଶ୍ବାସ ନେଲାବେଳେ ସମସ୍ୟା ହୋଇଥାଏ ଏବଂ ଯନ୍ତ୍ରଣା ଅନୁଭବ ହୋଇଥାଏ। କେତେକ ଥର ଏହି କାରଣରୁ ଅଣନିଶ୍ବାସି ମଧ୍ୟ ଲାଗିଥାଏ। ଥଣ୍ଡା ହେବା କାରଣରୁ ଅନେକ ଲୋକ ନିଜେ ନିଜେ ଚିକିତ୍ସା ଆରମ୍ଭ କରିଦିଅନ୍ତି। କିନ୍ତୁ ନିଜ ମନରୁ ମେଡିସିନ ଖାଇବା ଉଚିତ ନୁହେଁ। ଥଣ୍ଡା ସମୟରେ ପ୍ରାକୃତିକ ଉପଚାର ବହୁତ ଅଧିକ ପ୍ରଭାବଶାଳୀ ହୋଇଥାଏ।

ଯଦି ଆପଣଙ୍କୁ ଖଟା ଖାଇବା ପସନ୍ଦ ଥାଏ। ତେବେ ଖଟାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଆପଣଙ୍କ ନାକ ଶୀଘ୍ର ଖୋଲି ଯାଇଥାଏ। ଗରମ-ଗରମ ଟମାଟୋ ସୁପ୍ ପ୍ରସ୍ତୁତ କରି ପିଇବା ଦ୍ବାରା ନାକ ଯନ୍ତ୍ରଣାରୁ ଆରାମ ମିଳିଥାଏ। ଟମାଟୋ ସୁପରେ ରଷୁଣ, ଲେମ୍ବୁ ରସ ଏବଂ ଲୁଣ ମିଶାଇ ପିଇବା ଦ୍ବାରା ନାକ ବନ୍ଦ ହେବାରୁ ମୁକ୍ତି ମିଳିଥାଏ। ଏହାଛଡା କଞ୍ଚା ପିଆଜକୁ ଖାଇବା ଦ୍ବାରା ମଧ୍ୟ ନାକ ଖୋଲି ଯାଇଥାଏ।

ଏହା ସହ ପଢ଼ନ୍ତୁ : କାର କିମ୍ବା ବସରେ ଯାତ୍ରା କରିବା ସମୟରେ ବାନ୍ତି ଲାଗୁଛି କି ? ତେବେ ନିଶ୍ଚତ ପଢ଼ନ୍ତୁ ଏହି ଟିପ୍ସ

ଯଦି ଥଣ୍ଡା କାରଣରୁ ନାକ ବନ୍ଦ ହୋଇଯାଏ ତେବେ ନଡିଆ ତେଲକୁ ଆଙ୍ଗୁଳିରେ ଲଗାଇ ନାକ ଭିତର ପର୍ଯ୍ଯନ୍ତ ଲଗାନ୍ତୁ ଏହା ପରେ ଗଭରୀ ନିଶ୍ବାସ ନିଅନ୍ତୁ। କିଛି ସମୟ ପରେ ଆପଣଙ୍କ ନାକ ଖୁଲିଯିବ। ଡ୍ରପର ସାହାଯ୍ୟରେ ମଧ୍ୟ ଆପଣ ନଡିଆ ତେଲର କିଛି ବୁନ୍ଦାକୁ ନେଇ ନାକରେ ପକାଇ ପାରିବେ।

ସାମାନ୍ୟ ଉଷୁମ ପାଣି ତିଆରି କରି ତାହାର କିଛି ବୁନ୍ଦା ନେଇ ନାକରେ ପକାଇବା ଦ୍ବାରା ଆରାମ ମିଳିଥାଏ। ଡ୍ରପର ସାହାଯ୍ୟରେ ଉଷୁମ ପାଣିର କିଛି ବୁନ୍ଦା ନେଇ ମୁଣ୍ଡକୁ ପଛଆଡକୁ କରି ଦୁଇ-ତିନି ବୁନ୍ଦା ନାକରେ ପକାନ୍ତୁ। ଏହାପରେ ମୁଣ୍ଡକୁ ଆଗକୁ କରି ପାଣି ବାହାର କରିଦିଅନ୍ତୁ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago