ମୋଟାପଣ ପାଇଁ ଚିନ୍ତିତ କି, ପତଳା ହେବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ
ବର୍ତ୍ତମାନ ସୟମରେ ଓଜନ ସମସ୍ୟା ବେସ୍ ବଢ଼ିଚାଲିଛି । ଓଜନ ସମସ୍ୟାକୁ ନେଇ ବହୁ ଲୋକେ ଚିନ୍ତାରେ ରହୁଛନ୍ତି । ଏପରି କିଛି ଲୋକେ ଅଛନ୍ତି ଯେଉଁମାନେ କି ଏହି ସମସ୍ୟାକୁ ନେଇ ଡିପ୍ରେସନରେ ମଧ୍ୟ ରହୁଛନ୍ତି । ଏହାସହ କିଛି ଲୋକ ମୋଟାପଣକୁ ନେଇ ବହୁତ ମଜାକ୍ ଉଡାଇଥାନ୍ତି, ଯାହା ଫଳରେ ନିଜକୁ ବହୁତ କଷ୍ଟ ହେବା ସହ ଅପମାନ ମଧ୍ୟ ଲାଗିଥାଏ । ମୋଟାପଣକୁ ନେଇ ଲୋକ କେତେ କ’ଣ କରୁଛନ୍ତି, ହେଲେ ଓଜନ କମ୍ ହେଉନାହିଁ ।
ଓଜନ ସମସ୍ୟା ପାଇଁ କିଛି ଲୋକ ଜିମ୍ ଯାଇ ପଇସା ସାରି ବହୁତ କଷ୍ଟ କରିଥାନ୍ତି । ହେଲେ କୌଣସି ଫଳାଫଳ ମିଳି ନଥାଏ ଏବଂ ଓଜନ କମ୍ ହେବା ବଦଳରେ ବଢ଼ିଥାଏ । ଯାହାକୁ ନେଇ ଲୋକେ ବର୍ତ୍ତମାନ ସମୟରେ ବହୁ ଚିନ୍ତାରେ ରହୁଛନ୍ତି । ଏହି ଚିନ୍ତାକୁ ଦୂର କରିବା ପାଇଁ ଆମେ ଆପଣଙ୍କୁ ଏକ ସହଜ ରାସ୍ତା ଦେଖାଇବୁ ଯାହା ଦ୍ୱାରା ଓଜନ ସମସ୍ୟା ବହୁ ଶୀଘ୍ର ଦୂର ହେବ । ଏମତି କିଛି ଜିନିଷ ରହିଛି ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଓଜନ କମ୍ ହେବ । ତେବେ ଆସନ୍ତୁ ଜାଣିବା ସେହି ଜିନିଷଗୁଡିକ କ’ଣ କ’ଣ ରହିଛି ।
୧. ଚିଆ ସିଡ୍ସ :
ଚିଆ ସିଡ୍ସ ଖାଇବା ଦ୍ୱାରା ଆପଣଙ୍କ ଓଜନ କମ୍ ହେବ । ଏଥିରେ ସଲ୍ୟୁବିଲ୍ ଫାଇବର ଥାଏ ଯାହା ଓଜନ କମ୍ କରିବାରେ ଲାଭଦାୟକ ହୋଇଥାଏ । ଏହାକୁ ଖାଇଲେ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ ଯାହା ଫଳରେ ଆପଣଙ୍କର ଓଜନ କଣ୍ଟ୍ରୋଲରେ ରହିବ । ପ୍ରତିଦିନ ରାତିରେ ଗୋଟିଏ ଗ୍ଲାସ୍ ପାଣିରେ ୧-୨ ଚାମଚ ଚିଆ ସିଡ୍ସ ମିଶାନ୍ତୁ ଏବଂ ସକାଳେ ଖାଲି ପେଟରେ ତାହାକୁ ଖାଆନ୍ତୁ ।
୨. ଫ୍ଲକ୍ସସିଡ୍ :
ଫ୍ଳକ୍ସସିଡରେ ଫାଇବରର ପରିମାଣ ବହୁତ ଥାଏ ଏବଂ କାର୍ବସ କମ୍ ରହିଥାଏ । ଏଥିରେ ଓମେଗା ୩ ଫ୍ୟାଟି ଏସିଡି ଥାଏ, ଯାହା ଓଜନକୁ କମ୍ କରିବା ପାଇଁ ବହୁତ ଜରୁରୀ ହୋଇଥାଏ । ରାତି ସମୟରେ ଗୋଟିଏ ଗ୍ଲାସରେ ୧-୨ ଚାମଚ୍ ଫ୍ଲକ୍ସସିଡ୍ ଭିଜାନ୍ତୁ ଏବଂ ସକାଳୁ ଏହି ପାଣିକୁ ଫୁଟାଇ ପିଅନ୍ତୁ । ଯାହା ଦ୍ୱାରା ଆପଣଙ୍କ ଓଜନ ବହୁତ ଶୀଘ୍ର ହ୍ରାସ ହେବାକୁ ଲାଗିବ ।
୩. ଅଖରୋଟ୍ :
ଯଦି ଚାହୁଁଛନ୍ତି ଯେ ଆପଣଙ୍କ ଓଜନ କମ୍ ହେଉ ତେବେ ଅଖରୋଟ୍ ଖାଇବା ଅଭ୍ୟାସ୍ କରନ୍ତୁ । ଏହାକୁ ସୀମିତ ପରିମାଣରେ ଖାଇବା ଦ୍ୱାରା ବହୁ ସମସୟ ପର୍ଯ୍ୟନ୍ତ ପେଟ ଫୁଲ୍ ରହିଥାଏ, ଯାହା ଟଜନ କମ୍ କରିବାରେ ସାହାଯ୍ୟ କରିଥାଏ । ଏହାକୁ ରାତି ସମୟରେ ଭିଜାଇ ରଖନ୍ତୁ ଏବଂ ସକାଳୁ ତାକୁ ଖାଆନ୍ତୁ । ଦେଖିବେ ଧୀରେ ଧୀରେ ଓଜନ କମ୍ ହେବାକୁ ଲାଗିବ ।
୪. ସୂର୍ଯ୍ୟମୁଖୀ ମଞ୍ଜି :
ସୂର୍ଯ୍ୟମୁଖୀର ମଞ୍ଜିରେ ପୋଷକ ତତ୍ୱ ଭରପୂର ରହିଥାଏ ଯାହା ସାହାଯ୍ୟରେ ଓଜନ କମ୍ ହେବାକୁ ଲାଗେ । ପ୍ରୋଟିନ୍, ଫ୍ୟାଟ୍ ଏବଂ ଫାଇବରରେ ଭରପୂର ସୂର୍ଯ୍ୟମୁଖୀ ମଞ୍ଜି ହୋଇଥାଏ । ଯାହାକୁ ଆପଣ ଭିଜାଇ ସବୁଦିନ ଖାଇପାରିବେ ।
୫. ଆଲମଣ୍ଡ :
ଆଲମଣ୍ଡରେ ଅନେକ ହେଲଦି ଫ୍ୟାଟ୍, ଫାଇବର, ପ୍ରୋଟିନ୍, ମ୍ୟାଗ୍ନେସିୟମ ଏବଂ ଭିଟାମିନ୍ ଇ’ ରହିଥାଏ । ଆଲମଣ୍ଡରେ ନିମ୍ନ ବ୍ଲଡ୍ ଶୁଗାର ସ୍ତର, କମ୍ ବ୍ଳଡ ପ୍ରେସର ଏବଂ କୋଲେଷ୍ଟ୍ରଲ ସ୍ତର ସାମିଲ ଥାଏ । ଯାହା ଭୋକକୁ କମ୍ କରିଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଯଦି ଆପଶ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି ତେବେ ଏହି ସବୁ ଉପଚାରକୁ ଗ୍ରହଣ କରନ୍ତୁ, ଦେଖିବେ ବହୁ ଶୀଘ୍ର ଆପଣଙ୍କର ଓଜନ କମ୍ ହେବାକୁ ଲାଗିବ ।